Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ମତ୍ସ୍ୟ ଚାଷର ବିକାଶ
ଆଜିର ଖବର

ଓଡ଼ିଶାରେ ମତ୍ସ୍ୟ ଚାଷର ବିକାଶ

March 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମତ୍ସ୍ୟଚାଷ
ଜିଏସଟି ରିହାତିରୁ ଲାଭାନ୍ବିତ ହେବ ମତ୍ସ୍ୟଚାଷ

ଭୁବନେଶ୍ଵର: ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ମତ୍ସ୍ୟ ବିଭାଗ (ଡିଓଏଫ) ଓଡ଼ିଶା ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମ୍ଏମ୍ଏସୱାଇ) କାର୍ଯ୍ୟକାରୀ କରୁଛି। ପିଏମଏମଏସୱାଇ ଅଧୀନରେ ଭାରତ ସରକାରଙ୍କ ଡିଓଏଫ, ଏମଓଏଫ୍ଏଏଚ ଆଣ୍ଡ ଡି ଗତ ଚାରି ବର୍ଷ ଏବଂ ଚଳିତ ଆର୍ଥିକ ବର୍ଷରେ ୫୧୦.୯୪ କୋଟି ଟଙ୍କାର କେନ୍ଦ୍ରୀୟ ଅଂଶ ସହିତ ୧୨୬୪.୨୩ କୋଟିର ଓଡ଼ିଶା ସରକାରଙ୍କଠାରୁ ପ୍ରାପ୍ତ ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିମଧ୍ୟରୁ ରାଜ୍ୟ ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଉପଯୋଗ ରିପୋର୍ଟ ଆଧାରରେ ଓଡ଼ିଶା ସରକାରଙ୍କୁ ଏପର୍ଯ୍ୟନ୍ତ ୨୭୧.୧୭ କୋଟି ଟଙ୍କାର କେନ୍ଦ୍ରୀୟ ଅଂଶ ପ୍ରଦାନ କରାଯାଇଛି।

ଭାରତ ସରକାରଙ୍କ ଦ୍ୱାରା ବିଜ୍ଞପିତ ‘ଜାତୀୟ ସାମୁଦ୍ରିକ ମତ୍ସ୍ୟ ନୀତି, ୨୦୧୭’ରେ ସ୍ଥାୟୀତ୍ବ ସୁନିଶ୍ଚିତ କରିବା ପାଇଁ ମତ୍ସ୍ୟ ସମ୍ପଦର ସଂରକ୍ଷଣ ଏବଂ ସର୍ବୋତ୍ତମ ଉପଯୋଗର ମାର୍ଗଦର୍ଶକ ନୀତି ପ୍ରଦାନ କରାଯାଇଛି। ବାଣିଜ୍ୟିକ ମାଛ ପ୍ରଜାତିର ପ୍ରମୁଖ ପ୍ରଜନନ ଋତୁରେ ଭାରତର ପୂର୍ବ ଓ ପଶ୍ଚିମ ଉପକୂଳରେ ଭାରତର ଇଇଜେଡ୍ ରେ ମାଛ ଧରା ନିଷେଧ ମତ୍ସ୍ୟ ବିଭାଗ କାର୍ଯ୍ୟକାରୀ କରୁଛି। ଭାରତ ସରକାର ମତ୍ସ୍ୟଚାଷକୁ ବଜାୟ ରଖିବା ପାଇଁ ସଫଳ ପ୍ରଜନନ ଏବଂ ଦୃଢ଼ ନିଯୁକ୍ତି ସୁନିଶ୍ଚିତ କରିବା ନିମନ୍ତେ ଏହି ଦିଗରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ଉପକୂଳ ସମେତ ପୂର୍ବ ଉପକୂଳରେ ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ମାଛ ଧରିବା ଉପରେ କଟକଣା ଲାଗୁ ହୋଇଥାଏ। ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ନିୟନ୍ତ୍ରଣ ଆଇନ, ୧୯୮୧ ଜରିଆରେ ଓଡ଼ିଶା ସରକାର ଓଡ଼ିଶା ଉପକୂଳରେ ମତ୍ସ୍ୟଚାଷର ସ୍ଥାୟୀ ପରିଚାଳନା ପାଇଁ ରାଜ୍ୟର ଜଳସୀମାରେ ମାଛଧରା କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାନ୍ତି। ଏହାବ୍ୟତୀତ ଭାରତ ସରକାର କ୍ଷତିକାରକ ମାଛ ଧରା ପଦ୍ଧତି ଯଥା ପେୟାର କିମ୍ବା ବୁଲ୍‌ ଟ୍ରୋଲିଂ ଏବଂ ଇଇଜେଡ୍ ମଧ୍ୟରେ ମାଛ ଧରିବା ପାଇଁ ଏଲ୍ଇଡି କିମ୍ବା କୃତ୍ରିମ ଲାଇଟ୍ ବ୍ୟବହାର କୁ ନିଷିଦ୍ଧ କରିଛନ୍ତି।

ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ୩୮ ୟୁନିଟ୍ ଶୀତଳ ଭଣ୍ଡାର ଓ ଆଇସ୍ ପ୍ଲାଣ୍ଟ, ମାଛ କିଓସ୍କ, ଜୀବନ୍ତ ମାଛ ଭେଣ୍ଡିଂ ସେଣ୍ଟର, ଇନସୁଲେଟେଡ୍ ଗାଡି, ରେଫ୍ରିଜେରେଟେଡ ଗାଡି, ଆଇସ ବକ୍ସ ସହ ତିନି ଚକିଆ ଯାନ ଏବଂ ଆଇସ୍ ବକ୍ସ ସହିତ ମୋଟର ସାଇକେଲ ସମେତ ୧୧୨୫ ୟୁନିଟ୍ ମାଛ ମାର୍କେଟିଂ ସୁବିଧାକୁ ଅନୁମୋଦନ କରିଛି। ଓଡ଼ିଶାର ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରକ୍ରିୟାକରଣ ସୁବିଧା ଥିବା ଦୁଇଟି ଅତ୍ୟାଧୁନିକ ହୋଲସେଲ ମାଛ ମାର୍କେଟକୁ ମଧ୍ୟ ମଞ୍ଜୁରୀ ମିଳିଛି।

ଓଡ଼ିଶାରୁ ମାଛ ଉତ୍ପାଦନ ଓ ରପ୍ତାନି ବୃଦ୍ଧି ପାଇଁ ପିଏମଏମଏସୱାଇ ଅଧୀନରେ ଲୁଣି ପାଣି ଓ ମଧୁର ଜଳ ମାଛ ଚାଷ ପାଇଁ ନୂତନ ପୋଖରୀ ନିର୍ମାଣ, ରିସର୍କୁଲାଟୋରି ଆକ୍ବାକଲଚର ସିଷ୍ଟମ (ଆରଏଏସ), ବାୟୋଫ୍ଲୋକ୍ ଏବଂ ଜଳଭଣ୍ଡାର କେଜ୍ କଲ୍‌ଚର ଭଳି କାର୍ଯ୍ୟକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏହାବ୍ୟତୀତ ଓଡ଼ିଶାର ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ଚିଙ୍ଗୁଡ଼ି ଉତ୍ପାଦନ ଓ ପ୍ରକ୍ରିୟାକରଣ କ୍ଲଷ୍ଟର ବିକାଶ ପାଇଁ ମତ୍ସ୍ୟ ବିଭାଗ, ଭାରତ ସରକାର ନିକଟରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ପିଏମଏମଏସୱାଇ ଅଧୀନରେ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ୧୭୯.୯୦ କୋଟି ଟଙ୍କା ବ୍ୟୟରେ ପୁରୀର ଅସ୍ତରଙ୍ଗଠାରେ ମାଛଧରା ବନ୍ଦର ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହାବ୍ୟତୀତ ୧୦୮.୯୧ କୋଟି ଟଙ୍କା ବ୍ୟୟରେ ପାରାଦୀପ ମାଛଧରା ବନ୍ଦରର ଆଧୁନିକୀକରଣ ଓ ଉନ୍ନତିକରଣ ପାଇଁ ପାରାଦୀପ ପୋର୍ଟ ଟ୍ରଷ୍ଟର ପ୍ରସ୍ତାବକୁ ପିଏମଏମଏସୱାଇ ଅଧୀନରେ ଶତ ପ୍ରତିଶତ କେନ୍ଦ୍ରୀୟ ଅଂଶ ସହିତ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ମଞ୍ଜୁର କରିଛି।

କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ୧୯ ମାର୍ଚ୍ଚ, ୨୦୨୫ରେ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

ଭାରତ ସରକାର ମତ୍ସ୍ୟ ଚାଷ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.