Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୬ ମାର୍ଚ୍ଚରେ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କର ଆନ୍ଦୋଳନ ପାଇଁ ସଜବାଜ
ଆଜିର ଖବର

୨୬ ମାର୍ଚ୍ଚରେ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କର ଆନ୍ଦୋଳନ ପାଇଁ ସଜବାଜ

March 20, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବର୍ଷବର୍ଷ ଧରି ସରକାରଙ୍କ ବହୁବିଧ ଯୋଜନାକୁ ବ୍ଲକ ସ୍ତରରୁ ସଚିବାଳୟ ପର୍ଯ୍ୟନ୍ତ ଅକ୍ଲାନ୍ତ ଶ୍ରମଶକ୍ତି ଦେଇ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରି ଆସୁଛୁ, କାହାର ୮ ଘଣ୍ଟା ପରିଶ୍ରମ ବେଳେ ଆମର ୧୨ ଘଣ୍ଟାରୁ ଅଧ‌ିକ ପରିଶ୍ରମ, ସେଥିରେ ପୁଣି କିଛି ଅଧିକାରୀଙ୍କ ଆମ ପ୍ରତି ଅସମ୍ମାନ ଓ ଅବିଚାର, କଥା କଥାକେ ଚାକିରିରୁ ଛଟେଇ କରିବାର ଧମକ, ଖାଲି ଧମକ ନୁହେଁ ନାନା ଆଳରେ ଛଟେଇ ବି କରୁଛନ୍ତି, ପ୍ରତିଦାନରେ ହାତଟେକା ସ୍ୱଳ୍ପ ପରିମାଣର ପାରିଶ୍ରମିକ, ତାହା ପୁଣି ଦୁଇ ପ୍ରକାରର — ନିଯୁକ୍ତି ତୃତୀୟ ପକ୍ଷ ଦ୍ଵାରା, କିନ୍ତୁ ପାରିଶ୍ରମିକ ଡେଲି ଓଏଜେସ ଓ ଆଉଟସୋର୍ସିଙ୍ଗ ଭଳି ଦୁଇ ପ୍ରକାରର। ଏ ନିୟମ କିଏ, କାହିଁକି ଓ କେବେ ପ୍ରଚଳନ କଲା ସେହି ବ୍ୟବସ୍ଥା ବିଷୟରେ ସରକାରୀ ବଡ ପଣ୍ଡା ମାନେ କିଛି କହି ପାରୁନାହାନ୍ତି। ଅତୀତରେ ନା ସରକାରୀ ଗାଇଡଲାଇନ ଆଧାରରେ,ନା କିଛି ନୀତି ନିୟମରେ ପଛ ଦ୍ଵାର ଦେଇ ଆଡହକ ଚାକିରି କରିଥିବା ଲକ୍ଷାଧିକ କର୍ମଚାରୀଙ୍କୁ “ଅନ୍ୟାଦେଶ ପର୍ଯ୍ୟନ୍ତ” ଗୋଟିଏ ବାକ୍ୟରେ ଲେଖିଦେଇ ସ୍ଥାୟୀ କଲେ, ଆକାଶ ଛିଣ୍ଡି ପଡିଲାନି, ସେହିପରି ବିନା ନିଯୁକ୍ତି ପରୀକ୍ଷାରେ ବିନା କୌଣସି ଧାର୍ଯ୍ୟ ନିୟମରେ ଡେଲି ଓଏଜେସରେ ଚାକିରି କରୁଥିବା ହଜାର ହଜାର କର୍ମଚାରୀଙ୍କୁ ୧୯୯୭ ମସିହା ଅର୍ଥ ବିଭାଗ ବିଜ୍ଞପ୍ତି କ୍ରମରେ ସ୍ଥାୟୀ କରାଗଲା, ମେଦିନୀ ଫାଟିଗଲା ନାହିଁ, କିନ୍ତୁ ବର୍ଷବର୍ଷ ଧରି ସକଳ ଯୋଜନାର ଅସଲ ଚାବିକାଠି ମାନଙ୍କୁ ବିଭିନ୍ନ ଆଳରେ ଗୋତି ଶ୍ରମିକ ଠାରୁ ଆହୁରି ହୀନ ହେୟ ଅବସ୍ଥାରେ କାମ କରେଇ ନେଉଥିବା ବେଳେ ତୃତୀୟ ପକ୍ଷ ବା ସର୍ଭିସ ପ୍ରୋଭାଇଡ଼ର ଏଜେନ୍ସି ଦ୍ଵାରା ନିଯୁକ୍ତି ଦିଆଯାଇଥିବାରୁ ସେମାନଙ୍କୁ କୌଣସି ହାଲତରେ ନ୍ୟାୟ ଦିଆଯିବ ନାହିଁ। ସେମାନଙ୍କୁ ଘରେଇ ଗୋଲାମ ଭାବେ ଚାବୁକ ମାରି ଭୟ ଆଶଙ୍କା ଭିତରେ ରଖାଯିବ ଏ କିଭଳି ନ୍ୟାୟ?  କିଭଳି ଗଣତନ୍ତ୍ର? କିଭଳି ରାଜ୍ୟ? କିଭଳି ନିୟମ? କିଭଳି ପ୍ରଶାସନ? ଏଭଳି ଶୋଷଣକାରୀ ମାନସିକତା ପରିହାର କରି ଓଡିଶା ରାଜ୍ୟର ଅସହାୟ ଶିକ୍ଷିତ ଯୁବ ବର୍ଗଙ୍କୁ ତଥାକଥିତ ମଣିଷ ତିଆରି ଆଇନର ସଂଶୋଧନ କରି ତୁରନ୍ତ ସ୍ଥାୟୀ କରିବା ସହ ଅନ୍ୟାୟ ଓ ଅବିଚାରିତ ଭାବେ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଏବଂ ଆଉଟସୋର୍ସିଙ୍ଗ ଓ ଡେଲି ଓଏଜେସ ବ୍ୟବସ୍ତାକୁ ଏକ କରି ଦରମା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ପାଇଁ ଗତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଦାବି କରିଥିଲା।

ଗତ ୧୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ଵର ଲୋହିଆ ଏକାଡେମି ଠାରେ ମହାସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ରାଜ୍ୟ ଅଧକ୍ଷ ପ୍ରଭାତ ମହାନ୍ତି ଓ ସଂଘର ସଭାପତି ସଞ୍ଜୟ ପଟ୍ଟନାୟକ କହିଲେ ଯେ ବିଗତ ସରକାର ସମୟରେ ବହୁ ଆବେଦନ ନିବେଦନ ଓ ବ୍ୟାପକ ଆନ୍ଦୋଳନ ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମହାସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଦରମା ବୃଦ୍ଧି, ସାମୟିକ ଛୁଟି, ମାତୃତ୍ଵ କାଳୀନ ଛୁଟି ସମେତ ଅନ୍ୟ କିଛି ଦାବି ପୂରଣ କରିଥିଲେ, ଯଦିଓ ଏହା ସମୁଦ୍ରକୁ ଶଙ୍ଖେ ଥିଲା। ତଥାପି ନିର୍ବାଚନ ପରେ ମୁଖ୍ୟ ଦାବି ଉପରେ ନିଷ୍ପତ୍ତି ନେବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ।

ସେମାନେ ସରକାରରୁ ଗଲା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ଗଠିତ ସରକାରଙ୍କୁ ମହାସଂଘ ପକ୍ଷରୁ ଏକାଧିକ ଥର ତାଙ୍କ ଅଭିଯୋଗ ପ୍ରକୋଷ୍ଠରେ ସାକ୍ଷାତ କଲେ ମଧ୍ୟ, ୩୦ ଗୋଟି ଦାବି ପତ୍ର ଦେଇ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଆକୁଳ ପାର୍ଥନା କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଅଧିକନ୍ତୁ କିଛି ବରିଷ୍ଠ ଅଧିକାରୀ “ଘର ର ଚାକର କୁ ମାଲିକ ତା ଇଚ୍ଛାରେ ରଖିବ, ଇଚ୍ଛା ରେ ବାହାର କରିଦେବ” କହି ଅପମାନ ଦେଉଛନ୍ତି। ଏବେବି ରାଜ୍ୟ ସରକାର ଏହି ଅପରିଣାମଦର୍ଶୀ ଅଧିକାରୀଙ୍କ ଆଚରଣ,ଉଚ୍ଚାରଣ ଓ ନିଜ ଉଦ୍ୟମରୁ ମୁକ୍ତି ପାଇ ନାହାନ୍ତି। ବିଜେପି ଶାସିତ ଉତ୍ତର ପ୍ରଦେଶ ସରକାର ଆଉଟସୋର୍ସିଙ୍ଗ ବ୍ୟବସ୍ତା ବଦଳରେ ସମସ୍ତ କର୍ମଚାରୀଙ୍କୁ ନିଗମ ଅଧୀନକୁ ଆଣି ସ୍ଥାୟୀ କରିବା ପାଇଁ ଘୋଷଣା କରିଛନ୍ତି, ସେହିଭଳି ଦିଲ୍ଲୀ ଓ ପଞ୍ଜାବ ସରକାର ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ସ୍ଥାୟୀ କରିଥିବା ବେଳେ ହରିୟାନା ସରକାର ଓ ପଛିମବଙ୍ଗ ସରକାର କର୍ମଚାରୀଙ୍କ ସର୍ବନିମ୍ନଦରମା ୨୬ ହଜାର ରୁ ୪୬ ହଜାର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କିନ୍ତୁ ବିକଶିତ ଓଡିଶାର ସୁନେଲି ସ୍ଵପ୍ନ ଦେଖାଉଥିବା ଓଡିଶା ସରକାର ଦାବି ପୂରଣ ତ ଦୂରର କଥା ଆଲୋଚନା ଟିଏ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରୁନାହାନ୍ତି। ସବୁ ଦିଗରୁ ନିରାଶ ହେବା ପରେ ତିନିଗୋଟି ମୁଖ୍ୟ ଦାବୀ ଯଥା-(୧) ସମସ୍ତ ଆଉଟସୋର୍ସିଙ୍ଗ ବା ତୃତୀୟ ପକ୍ଷ ଦ୍ଵାରା ନିଯୁକ୍ତ କର୍ମଚାରୀଙ୍କୁ ସ୍ଥାୟୀ କରିବା, (୨) ତୃତୀୟ ପକ୍ଷ ଦ୍ଵାରା ନିଯୁକ୍ତ ଡେଲି ଓଏଜେସକୁ ଆଉଟସୋର୍ସିଙ୍ଗର ଦରମା ଓ ସୁବିଧା ସୁଯୋଗ ଯୋଗାଇବା ସହ (୩) ଛଟେଇ ହୋଇଥିବା କର୍ମଚାରୀଙ୍କୁ ତୁରନ୍ତ ପୁନଃ ନିଯୁକ୍ତିର ଦାବି ନେଇ ଆସନ୍ତା ୨୬ ମାର୍ଚ୍ଚରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବିଶାଳ ଆନ୍ଦୋଳନ ରାଜ୍ୟ ରାଜଧାନୀର ଗାନ୍ଧୀ ମାର୍ଗରେ କରିବା ସହ, ସବୁ ଜିଲ୍ଲାପାଳଙ୍କ ମାଧ୍ୟମରେ ତା ୧୨.୦୩.୨୦୨୫ ରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ଓ ୧୭.୦୩. ୨୦୨୫ ରୁ ୨୧.୦୩.୨୦୨୫ ରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରି ପ୍ରତିବାଦ ଜଣାଇବାକୁ ସଂଘ ନିଷ୍ପରି ନେଇଥିଲା।

ବୁଧବାର ସଚିବାଳୟ ପଛ ପାଖ ନଅ ତାଲା ପ୍ରାଙ୍ଗଣରେ ଏକ ଶହରୁ ଉର୍ଦ୍ଧ କର୍ମଚାରୀ କଳାବ୍ୟାଜ ପରିଧାନ କରି ପ୍ରତିବାଦ ର ସ୍ଵର  ଗଣତାନ୍ତ୍ରିକ ଉପାୟରେ  ଅବଲମ୍ବନ କରିବା ଆରମ୍ଭ କଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମହାସଂଘ ର ରାଜ୍ୟ ଅଧକ୍ଷ ପ୍ରଭାତ ମହାନ୍ତି ଓ ରାଜ୍ୟ ସଭାପତି ସଞ୍ଜୟ ପଟ୍ଟନାୟକ ମତ ରଖିଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ର ଅନୁରୋଧ ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କର ଦାବି ବିଷୟରେ ଯଥା ଶୀଘ୍ର ଆଲୋଚନା ମାଧ୍ୟମରେ ସମାଧାନ କରନ୍ତୁ ନଚେତ କର୍ମଚାରୀ ମାନେ ଶାନ୍ତିପୂର୍ଣ୍ଣ ଭାବରେ ଆସନ୍ତା ମାର୍ଚ୍ଚ ୨୬ ରେ  ଆନ୍ଦୋଳନକୁ ଓହ୍ଲେଇବେ ବୋଲି ମହାସଂଘ ର ରାଜ୍ୟ ଅଧକ୍ଷ ପ୍ରଭାତ ମହାନ୍ତି ଓ ରାଜ୍ୟ ସଭାପତି ସଞ୍ଜୟ ପଟ୍ଟନାୟକ ଦୃଢୋକ୍ତି  ପ୍ରକାଶ କରିଥିଲେ।

ଏହି ସଭାରେ ମହାସଂଘର, ମହାସଚିବ ହେମନ୍ତ ବସ୍ତିଆ, ସାଧାରଣ ସମ୍ପାଦକ, ମାନସ ଦାଶ, ଗୌତମ ମହାରଣ୍ୟ, ପୂର୍ଣ୍ଣ ମିଶ୍ର, ପ୍ରତାପ ନାଥ, ସଚିତ୍ର ଦାଶ,ଦୀପକ ପାଣି, ବାମଦେବ ସାହୁ, ସନ୍ତୋଷ ସିଂହ ଦିବ୍ୟଲୋଚନ ସ୍ଵାଇଁ ଶାଗର ସ୍ଵାଇଁ, ସହେଜୁର ରହେମାନ,ବିଶ୍ୱଜିତ ନାଥ, ଚିତ୍ତ ମହାନ୍ତି, ପ୍ରଭାସ ଭଟ୍ଟ ପ୍ରମୁଖ ଶହ ଶହ କର୍ମଚାରୀ ଯୋଗଦେଇ ଥିଲେ।

ଆଉଟସୋର୍ସିଙ୍ଗ କର୍ମଚାରୀ ଆନ୍ଦୋଳନ ପାଇଁ ସଜବାଜ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.