
କଳାହାଣ୍ଡି: ନିର୍ବାଚନ ଆୟୋଗର ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲା ପରିଷଦ ସଭାଗୃହ ଠାରେ ବିଭିନ୍ନ ରାଜନୈତିକ ଦଳଙ୍କ ସହ ବୁଥ ଲେଭେଲ ଏଜେଣ୍ଟ ନିଯୁକ୍ତି ବିଷୟରେ ଆଜି ଏକ ସଭା ଅନୁଷ୍ଠିତ ହୋଇଛି। ଏହି ସଭାରେ ୭୭ – ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ୮୦ – ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ୭୮ – ନର୍ଲା ନିର୍ବାଚନ ମଣ୍ଡଳୀର ପଞ୍ଜୀକରଣ ଅଧିକାରୀ ଓ ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କଳାହାଣ୍ଡି ଦୟାମୟ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।
ଅତିରିକ୍ତ ଜିଲ୍ଲାପାଳ ଭୋଟର ତାଲିକାକୁ ସ୍ୱଚ୍ଛ ଓ ଆଦର୍ଶ କରିବାରେ ରାଜନୈତିକ ଦଳର ଭୂମିକା ଉପରେ ଗୁରୁତ୍ଵ ଦେଇଥିଲେ। ଉପଜିଲ୍ଲାପାଳ ଭବାନୀପାଟଣା ଓ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ସମସ୍ତ ରାଜନୈତିକ ଦଳକୁ ବୁଥ ଲେଭେଲ ଏଜେଣ୍ଟ ନିଯୁକ୍ତି କରିବା ପାଇଁ ଆହ୍ୱାନ ଦେଇଥିଲେ।