
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଭଞ୍ଜନଗର ଅତିରିକ୍ତ ଜିଲ୍ଳା ଜଜ୍ ଦେବଦତ୍ତ ପଟ୍ଟନାୟକ ପତ୍ନୀ ହତ୍ୟାକାରୀ ରାଜୁ ମୁଳି ନାମକ ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଆଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଆଉ ଏକ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି।
ସୁଚନା ଅନୁଯାୟୀ, ଭଞ୍ଜନଗର ଥାନା ଅର୍ନ୍ତଗତ ଆଖୁପଦର ଗ୍ରାମର ରାଜୁ ମୁଳି ଦେବଭୁମି ଗ୍ରାମର ଗୀତାଞ୍ଜଳି ଗତ ୧୮ ବର୍ଷ ପୁର୍ବେ ବୈଦିକ ରୀତିରେ ବାହା ହେଇଥିଲା ଓ ଉଭୟଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ ଜନ୍ମ ହୋଇଥିଲା। କିନ୍ତୁ ଝିଅର ମୃତ୍ୟୁ ହୋଇଥିବାବେଳେ ବେଳେ ପୁଅ ବାହାର ରାଜ୍ୟକୁ କାମ କରୁଥିବା ଜଣାପଡିଛି। ଘଟଣା ଦିନ ରାଜୁ ପତ୍ନୀ ଗୀତାଞ୍ଜଳି କୁ କିଛି ଟଙ୍କା ମାଗିଥିଲା। କିନ୍ତୁ ପତ୍ନୀ ମନା କରିବାରୁ ତା ସହ ଝଗଡା କରି ଏକ କାତିରେ ତାକୁ ହାଣି ବାହାରେ ଆସି ବସି ଘରକୁ କାହାକୁ ଛାଡ଼ିଲା ନାହିଁ।
କୌଣସି ସୁତ୍ରରୁ ଖବର ପାଇ ଗୀତାଞ୍ଜଳିର ମାଁ ଜୟନ୍ତୀ ମୁଳି ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ରାଜୁ ଶାଶୁ କୁ ମଧ୍ୟ ଘରକୁ ଛାଡ଼ିଲା ନାହିଁ। ଯାହା ଫଳରେ ଶାଶୁ ଜୟନ୍ତୀ ଝିଅକୁ ହତ୍ୟା ବିଷୟରେ ଭଞ୍ଜନଗର ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜୁ କୁ ଉଠାଇ ନେଇ ଶାଶୁର ଅଭିଯୋଗ କୁ ଭିତ୍ତି କରି ହତ୍ୟା ମାମଲା ରୁଜୁ କରି ରାଜୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ବିଚାରପତି ଶ୍ରୀ ପଟ୍ଟନାୟକ ଏହି ମକଦ୍ଦମାର ବିଚାର କରି ଶାଶୁ, ସରପଞ୍ଚ ଓ ଡ଼ାକ୍ତରଙ୍କ ସମେତ ୧୮ ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।