Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଗ୍ନେଶ ପୁଥୁର କିଏ?: ଘରୋଇ କ୍ରିକେଟ୍ ନ ଖେଳି ଆଇପିଏଲରେ କଲେ ପ୍ରବେଶ, MI ପାଇଁ ନେଲେ 3 ୱିକେଟ
ଆଜିର ଖବର

ବିଗ୍ନେଶ ପୁଥୁର କିଏ?: ଘରୋଇ କ୍ରିକେଟ୍ ନ ଖେଳି ଆଇପିଏଲରେ କଲେ ପ୍ରବେଶ, MI ପାଇଁ ନେଲେ 3 ୱିକେଟ

March 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ସ୍ଥାନରେ ଦ୍ୱିତୀୟ ଇନିଂସରେ ଇମ୍ପାକ୍ଟ ପ୍ଲେୟାର ଭାବେ ଆସିଥିବା ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ବିଗ୍ନେଶ ପୁଥୁରଙ୍କୁ ଆଇପିଏଲରେ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ସେ ଏହି ସୁଯୋଗର ଉପଯୋଗ କରି ନିଜର ଆଇପିଏଲ୍ ଡେବ୍ୟୁକୁ ସ୍ମରଣୀୟ କରିପାରିଛନ୍ତି। ସିଏସକେ ଅଧିନାୟକ ରୁତୁରାଜ ଗାଇକ୍ଵାଡଙ୍କ ରୂପରେ ବିଗ୍ନେଶ ପ୍ରଥମ ଆଇପିଏଲ୍ ୱିକେଟ୍ ନେଇଥିଲେ। ଏହା ପରେ ସେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଶିବମ୍ ଦୁବେ (9) ଙ୍କୁ ତାଙ୍କ ଶିକାର କରିଥିଲେ। ସେ 4 ଓଭରରେ 32 ରନ୍ ଦେଇ ମୋଟ 3 ୱିକେଟ୍ ନେଇଥିଲେ।

ରାହୁଲ ତ୍ରିପାଠୀଙ୍କ ୱିକେଟ୍ ପରେ ରୁତୁରାଜ ଗାଇକ୍ଵାଡ ଏବଂ ରଚିନ୍ 67 ରନର ଭାଗିଦାରୀ କରି CSK କୁ ଏକ ମଜବୁତ ସ୍ଥିତିରେ ରଖିଥିଲେ। ତା’ପରେ ଡେବ୍ୟୁ ମ୍ୟାଚ୍ ଖେଳୁଥିବା ବିଗ୍ନେଶ ପୁଥୁର 2 ୱିକେଟ୍ ନେଇ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଜୟର ଆଶା ବଢାଇଇଥିଲେ। ସେ ଅଷ୍ଟମ ଓଭରର ପଞ୍ଚମ ବଲରେ ରୁତୁରାଜ ଗାଇକ୍ଵାଡ (53) ଙ୍କୁ ଆଉଟ୍ କରିଥିଲେ। ଏହା ହେଉଛି ତାଙ୍କର ପ୍ରଥମ ଆଇପିଏଲ୍ ୱିକେଟ୍। ଏହା ପରେ ଶିବମ୍ ଦୁବେ (9) ଦଶମ ଓଭରରେ ଆଉଟ୍ ହୋଇଥିଲେ। ଆଇପିଏଲ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ବିଗ୍ନେଶ ପୁଥୁରଙ୍କୁ 30 ଲକ୍ଷ ଟଙ୍କାରେ କିଣିଛି।

ବିଗ୍ନେଶ ପୁଥୁର ଏପର୍ଯ୍ୟନ୍ତ ଘରୋଇ କ୍ରିକେଟ୍ ଖେଳି ନାହାଁନ୍ତି:

ବାମହାତୀ ସ୍ପିନର ବିଗ୍ନେଶ ପୁଥୁର 11 ବର୍ଷ ବୟସରେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ସେ କେରଳ କ୍ରିକେଟ୍ ଲିଗର ପ୍ରଥମ ସିଜନରେ ଆଲେପ୍ପି ରିପଲ୍ସ ଦଳର ଅଂଶ ହୋଇଥିଲେ। ପୁଥୁର ସେହି ଟୁର୍ଣ୍ଣାମେଣ୍ଟରେ ମାତ୍ର ତିନିଟି ୱିକେଟ୍ ନେଇଥିଲେ, କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ସ୍କାଉଟ୍ସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଯେଉଁମାନେ ତାଙ୍କୁ ପରୀକ୍ଷା ପାଇଁ ନିମନ୍ତ୍ରଣ କରିଥିଲେ।

ଘରୋଇ କ୍ରିକେଟରେ ବିଗ୍ନେଶ ପୁଥୁର ଏପର୍ଯ୍ୟନ୍ତ କେରଳ ଦଳ ପାଇଁ ଖେଳି ନାହାଁନ୍ତି। ତେବେ ଏହା ପୂର୍ବରୁ ମଧ୍ୟ ସେ ତାଙ୍କର ଆଇପିଏଲ୍ ଚୁକ୍ତି ପାଇଥିଲେ। ତାଙ୍କୁ ଆଇପିଏଲ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ 30 ଲକ୍ଷ ଟଙ୍କାରେ କିଣିଥିଲା।

INDIAN PREMIER LEAGUE ipl IPL 2025 mumbai indians
Share. Facebook Twitter LinkedIn Email WhatsApp Copy Link

Related Posts

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026

ଗୁଜରାଟରେ ଦେଶର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ଲାଣ୍ଟ: ୩୫୦୦ରୁ ଅଧିକ ସୃଷ୍ଟି ହେବ ନିଯୁକ୍ତି

September 27, 2026

କୋହଲିଙ୍କ ଶେଷ ବିଶ୍ୱକପ୍‌ ହେବ ୨୦୨୭ ବିଶ୍ୱକପ୍

September 27, 2026
Latest News

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026

କମର୍ସିଆଲ୍ ବିମାନରେ ଯାତ୍ରୀଙ୍କୁ କାହିଁକି ଦିଆଯାଏନି ପାରାଚ୍ୟୁଟ୍? ଜାଣନ୍ତୁ ଏହା ପଛର ୫ଟି ବଡ଼ କାରଣ

September 27, 2026

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ୧୨ ମୃତ, ୩୦ ଗୁରୁତର

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.