ମନ୍ କୀ ବାତ୍ ପାଇଁ ପ୍ରସ୍ତାବ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

Published: Mar 25, 2025, 12:21 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ମାର୍ଚ୍ଚ ୩୦ ମନ୍ କୀ ବାତ୍ କାର୍ଯ୍ୟକ୍ରମ ପାଇଁ ଜନସାଧାରଣଙ୍କ ଠାରୁ ପ୍ରସ୍ତାବ ଆହ୍ୱାନ କରିଛନ୍ତି।

ଚଳିତ ମାସର ମନ୍ କୀ ବାତ୍ ପାଇଁ ବହୁ ପରିମାଣର ପ୍ରସ୍ତାବ ମିଳିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି।

ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଚଳିତ ମାସର ମନ୍ କୀ ବାତ୍  #MannKiBaat ପାଇଁ ବହୁ ସଂଖ୍ୟକ ପ୍ରସ୍ତାବ ମିଳିଥିବାରୁ ଖୁସି ଲାଗୁଛି, ଯାହାକି ୩୦ ତାରିଖରେ ହେବ। ଏସବୁ ପ୍ରସ୍ତାବ ସାମୁହିକ କଲ୍ୟାଣ ନିମନ୍ତେ ସାମୁହିକ ପ୍ରୟାସର ଶକ୍ତିକୁ ଉଲ୍ଲେଖ କରୁଛି। ଏପିସୋଡ ପାଇଁ ଅଧିକରୁ ଅଧିକ ଲୋକଙ୍କ ଠାରୁ ମୁଁ ପ୍ରସ୍ତାବ ଆହ୍ୱାନ କରୁଛି।

Related posts