ବିଭିନ୍ନ ମନ୍ଦିରରୁ ଚୋରି ଅଭିଯୋଗ: ଜଣେ ଯୁବ ଡ଼୍ରାଇଭରଙ୍କ ସମେତ ୬ ମହିଳା ଗିରଫ

Published: Mar 27, 2025, 9:03 am IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଗତ କିଛି ମାସ ହେଲା ବିଭିନ୍ନ ମନ୍ଦିର ନିକଟରେ ଛକି ରହି କିଛି ମହିଳା ବିଭିନ୍ନ ମହିଳାମାନଙ୍କ ଠାରୁ ସୁନା ଚେନ ଝାମ୍ପି ଚମ୍ପଟ୍ ମାରିଥିବା ଅଭିଯୋଗ କୁ ନେଇ ବ୍ରହ୍ମପୁର ପୋଲିସ ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଙ୍କ ସୁଚିନ୍ତିତ ଅନୁସନ୍ଧାନ ଫଳରେ ଏକ ମହିଳା ଚୋରି ରାକେଟ୍ ଧରାପଡ଼ିଛନ୍ତି। ବ୍ରହ୍ମପୁର ଏସ୍ ପି ଏକ ସାମ୍ବାଦିକ ସମ୍ମୀଳନୀରେ ବିବୃତ୍ତି ରଖିଛନ୍ତି ଯେ, ଗତ ଫେବୃୟାରୀ ୮ ତାରିଖରେ ଚୋରିର ଶୀକାର ହୋଇଥିବା ଗଜପତି ନଗର ଅଞ୍ଚଳର ଜନୈକା ବୃଦ୍ଧା ମହିଳା ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ କରିଥିଲେ ଯେ କୋର୍ଟପେଟା ଜଗନ୍ନାଥ ମନ୍ଦିର ନିକଟରେ ଛିଡା ହୋଇଥିବା ବେଳେ କେହି ଜଣେ ସୁନା ଚେନ ଝାମ୍ପି ଚମ୍ପଟ୍ ମାରିଥିଲା।

ଉକ୍ତ ଅଭିଯୋଗ କୁ ନେଇ ବ୍ରହ୍ମପୁର ଏସ୍ ପି ଅନୁସନ୍ଧାନ ଚଳାଇ ଯମୁନା ବେହେରା ନାମ୍ନୀ ଜଣେ ମହିଳାକୁ ଗିରଫ କରି ତା’ ଠାରୁ ଉକ୍ତ ଅଳଙ୍କାର ଆଦାୟ କରି ବୃଦ୍ଧା ମହିଳାଙ୍କୁ ଫେରାଇ ଥିଲେ। ପରବର୍ତ୍ତୀ ସମୟରେ ଅନୁଧ୍ୟାନ କରି ଜାଣିବାକୁ ପାଇଲେ ଯେ, ଯମୁନା ବେହେରାର ପୁଅ ପି ରାଜା ଏକ ଟିମ ଗଠନ କରି ଏହି ସବୁ ଲୁଟ୍ କାମ ଚଳାଇଛି। ପରବର୍ତ୍ତୀ ସମୟରେ ଯମୁନାର ସ୍ବାମୀ ଓ ପୁଅର ମୋବାଇଲ ଫୋନ କୁ ଟ୍ରାକିଂ କରି ଏହି ଚୋରି ଗୋଷ୍ଠୀର ସନ୍ଧାନ ପାଇ ଗୋଟିଏ ଟ୍ରାଭେରା କାର୍ ଓ ଡ଼୍ରାଇଭର ବିଜୟ ଯେନା ସମେତ ନାଗୁ ବେହେରା, ଏସ୍ ପୁଷ୍ପା, ବାସନ୍ତୀ ବେହେରା, ସବିତା ସାହୁ, ମୀନା ରାଓ, ଏଚ୍ ପୁଷ୍ପା ପ୍ରମୁଖ ଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଜେରା କରିଥିଲେ ଓ ଉକ୍ତ ମହିଳା ମାନଙ୍କ ଠାରୁ ଗୋଟିଏ ସୁନା ଚେନ, ୪ ଟି ନକଲି ସୁନା ଚେନ ଓ ନଗଦ ୨୫ ହଜାର ଟଙ୍କା ଜବତ କରାଯାଇଛି।

Related posts