Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବାଘମାରି ଛକରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ, ଜଣେ ମହିଳା ଗିରଫ

ଖୋର୍ଦ୍ଧା: ଆଜି ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ବାଘମାରି ଛକରେ ଚଢ଼ାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି। ଅଭିଯୁକ୍ତ ମହିଳା ଜଣକ ହେଲେ ବାଲେଶ୍ୱର ଜିଲ୍ଲାର ଯଶୋଦା ବେହେରା। ତାଙ୍କ ନିକଟରୁ ୧୬.୬୦୦ କେଜି ଗଞ୍ଜେଇ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୬୦ ହଜାର ଟଙ୍କା ହେବ।

ଆଜି ବେଗୁନିଆ ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ବାଘମାରୀ ଛକରେ ଉକ୍ତ ମହିଳା ଅଭିଯୁକ୍ତ ଗଞ୍ଜେଇ ସହ ଧରା ପଡ଼ିଥିଲେ। ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅପରାଧିକ ମାମଲାରେ ମହିଳା ଗିରଫ, ପୋଲିସ ସହିତ ହୋଇଥିଲା ଧସ୍ତାଧସ୍ତି

କୁଜଙ୍ଗ: ଜନୈକ ଯୁବକକୁ ମରଣାନ୍ତକ ଆକ୍ରମଣର ଅଭିଯୋଗରେ ଗତକାଲି ପୋଲିସ ଜନୈକା ମହିଳାଙ୍କୁ ଗିରଫ କରିଥିଲା। ମହିଳା ଜଣଙ୍କ ହେଲେ କୁଜଙ୍ଗ ଥାନା ବଡ଼ଗବପୁର ଗ୍ରାମର ସଂଯୁକ୍ତା ଜେନା। ଉକ୍ତ ମହିଳାକୁ ଆଜି କୁଜଙ୍ଗ କୋର୍ଟରେ ହାଜର କରାଯାଇଥିଲା ମାତ୍ର ସେଠାରେ ତାର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ସମାଗୋଳସ୍ଥିତ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଜଣାପଡିଛି।

ପ୍ରକାଶ ଯେ, ଗତ ମେ ମାସ ୧୧ ତାରିଖରେ କୁଜଙ୍ଗ ଥାନା ବଡ଼ଗବପୁର ଗ୍ରାମର ଅଶୋକ କୁମାର ଖଟୁଆକୁ ପୂର୍ବ ଶତୃତାକୁ କେନ୍ଦ୍ରକରି ସେହି ଗ୍ରାମର ସୁରେନ୍ଦ୍ର ଜେନାଙ୍କ ପତ୍ନୀ ସଂଯୁକ୍ତା ଜେନା (୫୦) ଓ ତାର ପୁଅ ରାକେଶ ଜେନା (୨୫) ଯୋଜନାବଦ୍ଧ ଭାବେ ଏକ ଧାରୁଆ ଛୁରିରେ ଆକ୍ରମଣ କରିଥିଲେ। ଏଥିରେ ଆଶୋକର ପାଟି ଓ ବାମ ବାହୁରେ ଗଭୀରଭାବେ କ୍ଷତ ହୋଇଥିଲା। ସ୍ଥାନିୟ ଲୋକ ଉଦ୍ଧାର କରି ଅଶୋକକୁ ପ୍ରଥମେ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲେ। ମାତ୍ର ସେଠାରେ ତାର ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ପରେ ଅଶୋକ ମେଡ଼ିକାଲରୁ ଫେରି କୁଜଙ୍ଗ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ କୁଜଙ୍ଗ ପୋଲିସ୍ ୨୨୮/୨୩ ରେ ମାମଲା ରୁଜ୍ଜୁ କରି ସଂଯୁକ୍ତା ଜେନାର ପୁଅ ରାକେଶକୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ସେହିଦିନୁ ସଂଯୁକ୍ତା ପୋଲିସ୍ ଭୟରେ ଫେରାର ହୋଇଯାଇଥିଲା। ଗତକାଲି ସଂଯୁକ୍ତା ଘରକୁ ଆସିଥିବା କୁଜଙ୍ଗ ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇ ତାର ଘରେ ଚଢ଼ାଉ କରିଥିଲା। ମାତ୍ର ସେଠାରେ ସଂଯୁକ୍ତା ମହିଳା ପୋଲିସକୁ ଏକ କଟୁରୀ ଦେଖାଇ ପୋଲିସ ସହିତ ଧସ୍ତାଧସ୍ତି କରି ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ହେଲେ କୁଜଙ୍ଗ ପୋଲିସ ଟିମ୍ ଏସ୍‌ଆଇ ସୌଦାମିନୀ ପଣ୍ଡା, ବିଶ୍ୱଜିତ୍ ଗଡ଼ନାୟକ, ବିବେକାନନ୍ଦ ସାହୁ ତାକୁ କାବୁ କରିନେଇଥିଲେ। ମଙ୍ଗଳବାର ଉକ୍ତ ମହିଳାକୁ କୁଜଙ୍ଗ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଥାନା ଅଧିକାରୀ ଶ୍ରୀଯୁକ୍ତ ରଶ୍ମୀରଞ୍ଜନ ଦାଶ କହିଛନ୍ତି।

ସୂଚନାଯୋଗ୍ୟ କି ରାକେଶ ଜେନା କୁଜଙ୍ଗ ଥାନା ଅଂଚଳରେ ବିଭିନ୍ନ ଗ୍ରାମରେ ଥିବା ବିଭିନ୍ନ ଗାଡ଼ିରୁ ନିୟମିତ ଭାବେ ବ୍ୟାଟେରୀ ଚୋରି କରିଥାଏ। ଏହି ଘଟଣାରେ ପୋଲିସ୍ ତାକୁ ପୂର୍ବରୁ ବହୁବାର ଗିରଫ କରିଥିବା କହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଅବକାରୀ ବିଭାଗକୁ ବଡ଼ ସଫଳତା, ସାଢେ ପନ୍ଦର ଲକ୍ଷର ବ୍ରାଉନ ସୁଗାର ଜବତ, ମହିଳା ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ମୋବାଇଲ ୟୁନିଟକୁ ମିଳିଛି ବଡ଼ ସଫଳତା। ଉକ୍ତ ଟିମ ଜଣେ ମହିଳା ନିଶା ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ସାଢେ ପନ୍ଦର ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି।

ସୂଚନା ମୁତାବକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଠେଙ୍ଗାହାଟ ଛକ ନିକଟରେ ଜଣେ ମହିଳା ବ୍ରାଉନ ସୁଗାର ବେପାର କରୁଥିବାର ଖବର ପାଇ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଟିମ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସ୍ଵପ୍ନେଶ୍ଵର ସାହିର ଦମୟନ୍ତୀ ନାୟକ (୪୫) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୧୫୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଜବତ ବ୍ରାଉନ ସୁଗାର ମୂଲ୍ୟ ୧୫ ଲକ୍ଷ ୫୦ ହଜାର ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକାରପୁରରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ: ଜଣେ ମହିଳା ଗିରଫ

ନିରାକାରପୁର: ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରୁ ଅବକାରୀ ବିଭାଗ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ଏହା ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି।

ଖବର ମୁତାବକ ନିରାକାରପୁର ଥାନା ଅନ୍ତର୍ଗତ ଭଗବତୀପଡ଼ା ଗ୍ରାମରେ ବ୍ରାଉନ ସୁଗାର କାରବାର ଚାଲିଥିବା ଖବର ପାଇ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଚଢ଼ାଉ କରିଥିଲା। ଉକ୍ତ ଚଢ଼ାଉରେ ରେଣୁ ଉଦୟସିଂ (୪୫) ନାମ୍ନୀ ଜଣେ ମହିଳା ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୪୦ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୪ ଲକ୍ଷ) ଅବକାରୀ ବିଭାଗ ଜବତ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସୁନା ହାର ଠକେଇ ଅଭିଯୋଗରେ ମହିଳା ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଫାଷ୍ଟ୍ ଗେଟ୍ ନିକଟ ରଘପତି ନଗରର ଅନିତା ବେହେରା ନାମ୍ନୀ ଜଣେ ମହିଳାଙ୍କୁ ପଡୋଶୀ ମହିଳାଙ୍କ ସୁନାହାର ଠକେଇ ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ଗିରଫ କରିଛି। ମାମଲା ନଂ ୧୯୨/୨୩ ଅନୁଯାୟୀ ଅଭିଯୁକ୍ତ ମହିଳାଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ଉକ୍ତ ସାହିର ଅର୍ଜୁନ ସାହୁଙ୍କ ପଡିଶା ଘରେ ଅନିତା ବେହେରା ରହୁଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନା ରାଣୀ ସାହୁଙ୍କ ସହ ଅନିତାର ଘନିଷ୍ଠତା ବଢ଼ି ଚାଲିଥିଲା। ଏହାର ସୁଯୋଗ ନେଇ ଜ୍ୟୋତ୍ସ୍ନାଙ୍କ ପୁରୁଣା ସୁନା ହାରକୁ ନୁଆ କରିବା ପାଇଁ ନିଜର ଜଣେ ଜଣାଶୁଣା ବଣିଆ ଦୋକାନକୁ ନେଇ ଥିଲେ ଓ ସେଠି ଜ୍ୟୋତ୍ସ୍ନା ପୁରୁଣା ସୁନାହାର ସହ ଅତିରିକ୍ତ ନଗଦ ୨୩ ହଜାର ଟଙ୍କା ଦେଇଥିଲେ।

ବଣିଆଙ୍କ ଚୁକ୍ତି ଅନୁଯାୟୀ ଜ୍ୟୋତ୍ସ୍ନା ଉକ୍ତ ଦୋକାନକୁ ଯାଇ ସୁନାହାର ମାଗିବାରୁ ଅନିତା ଉକ୍ତ ହାର ନେଇ ଯାଇଥିବା କହିଲା ପରେ ଜ୍ୟୋତ୍ସା ଅନିତାଙ୍କୁ ଆସି ସୁନାହାର ମାଗିବାରୁ ଝଗଡ଼ା କରିବା ସହ ଗାଳିଗୁଲଜ କରିଥିଲେ। ଯାହା ଫଳରେ ସେ ବାଧ୍ୟ ହୋଇ ବଡ଼ବଜାର ଥାନାରେ ଏତଲା ଦାଏର କରିଥିଲେ।

ଏତଲାକୁ ଗ୍ରହଣ କରି ପୋଲିସ ଘଟଣାର ତଦନ୍ତ କରି ଅନିତାଙ୍କ ଠକେଇର ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବୌଦ୍ଧ ଗାୟାରେ ଚାଇନାର ମହିଳା ଗୁପ୍ତଚର ଗିରଫ, ଦଳାଇ ଲାମାଙ୍କ ଉପରେ ରଖିଥିଲେ ନଜର

ପାଟନା: ଚାଇନାର ଗୁପ୍ତଚର ମିସ୍ ସୋଙ୍ଗ ଜିଆଓଲାନଙ୍କୁ ଆଜି ସନ୍ଧ୍ୟାରେ ବୋଧ ଗୟାସ୍ଥିତ କାଲଚକ୍ର ମଇଦାନ ନିକଟରେ ପୋଲିସ ଗିରଫ କରିଛି। ସେ ଜଣେ ମହିଳା ବୌଦ୍ଧ ଭିକ୍ଷୁ ବେଶରେ ଆସିଥିଲେ। ୨୦୧୯ ଠାରୁ ବୋଧ ଗୟା ରେ ଅଛନ୍ତି। ମଝିରେ ସେ ନେପାଳ ମଧ୍ୟ ଯାଇଥିଲେ। ଚାଇନାରେ ସ୍ୱେଚ୍ଛାସେବୀ ଭାବରେ କାମ କରୁଥିଲେ। ତାଙ୍କୁ ବୋଧ ଗୟା ପୋଲିସ ଷ୍ଟେସନରେ ପଚରାଉଚରା କରାଯାଉଛି। ତାଙ୍କୁ ପଚରାଉଚରା କରିବା ପରେ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ଅଧିକ ସୂଚନା ଦେଇପାରେ।

ବାସ୍ତବରେ, କାଲଚକ୍ର ମଇଦାନରେ ଦଲାଇ ଲାମାଙ୍କ ତିନି ଦିନିଆ ଭାଷଣ ଆଜିଠାରୁ ଆରମ୍ଭ ହୋଇଛି। ଆଜି ସକାଳେ ପୋଲିସ ଉକ୍ତ ମହିଳାଙ୍କ ବିଷୟରେ ସୂଚନା ପାଇବା ମାତ୍ରେ ସ୍କେଚ୍‌ ଜାରି କରାଯାଇଥିଲା। ସଙ୍ଗେ ସଙ୍ଗେ ଏକ ପୋଲିସ ଟିମ୍ ଗଠନ ହୋଇ ମହିଳାଙ୍କ ସନ୍ଧାନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ବିଳମ୍ବିତ ରାତିରେ ମହିଳା ଜଣକ କାଲଚକ୍ର ମଇଦାନ ନିକଟରୁ ଧରାପଡିଛନ୍ତି।

କୁହାଯାଉଛି ଯେ, ମହିଳାଜଣଙ୍କ ଦଲାଇ ଲାମାଙ୍କ ଉପରେ ତଥ୍ୟ ସଂଗ୍ରହ କରୁଥିଲେ। ସେଠାରେ ଦଲାଇ ଲାମା ଏକ ମାସ ରହିବେ। ତାଙ୍କ କାର୍ଯ୍ୟକ୍ରମରେ ୫୦ ରୁ ଅଧିକ ଦେଶରୁ ପ୍ରାୟ ଦୁଇ ଲକ୍ଷ ବୌଦ୍ଧ ଭକ୍ତ ଯୋଗଦେବେ ବୋଲି ଆଶା କରାଯାଉଛି। ପ୍ରବଚନ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଏହି ଖବର ସାମ୍ନାକୁ ଆସିବା ପରେ ଉତ୍ତେଜନା ଦେଖାଦେଇଥିଲା। ସୂଚନା ପାଇବା ପରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଥିଲା। ବର୍ତ୍ତମାନ ମହିଳାଙ୍କୁ ଗିରଫ କରିବା ପରେ ପୋଲିସ ଏକ ଦୀର୍ଘ ନିଶ୍ୱାସ ତ୍ୟାଗ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ଅନୁସନ୍ଧାନ ପରେ ସବୁକିଛି ସାମ୍ନାକୁ ଆସିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: କୃଷି କାର୍ଯ୍ୟାଳୟ ସମ୍ମୁଖରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ମହିଳା ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମୁଖରୁ ଆଜି ଅବକାରୀ ବିଭାଗ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି। ସୂଚନା ମୁତାବକ ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମୁଖରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପାଇ ଜିଲ୍ଲା ମୋବାଇଲ ଅବକାରୀ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁ ଓ ଟିମ ସମ୍ପୃକ୍ତ ସ୍ଥାନରେ ପହଞ୍ଚି ଜାନକୀ ଗୁଣ୍ଠା (୪୨) ନାମକ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୧ ଗ୍ରାମ ବ୍ରାଉନ ସୁଗାର, ଯାହାର ମୂଲ୍ୟ ପ୍ରାୟ ୨ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି। ଏହା ସହିତ ଅଭିଯୁକ୍ତ ମହିଳାଙ୍କ ଠାରୁ ୯ ହଜାର ୫୦୦ ଟଙ୍କା ଜବତ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ପିଆର ନମ୍ବର ୫୩/୨୨-୨୩ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଙ୍କିଆ ଥାନା ଅଞ୍ଚଳରେ ଟାଙ୍ଗୀ ଅବକାରୀ ବିଭାଗର ଚଢ଼ାଉ: ବ୍ରାଉନସୁଗାର ଜବତ, ମହିଳା ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରି ଗ୍ରାମରେ ଆଜି ଟାଙ୍ଗୀ ଅବକାରୀ ବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଲିଲି ନନ୍ଦି। ତାଙ୍କ ନିକଟରୁ ୧୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ପିଆର ନମ୍ବର ୭୨/୨୨-୨୩ ରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଟଣୀରେ ଚଢ଼ାଉ କଲା ଖୋର୍ଦ୍ଧା ଅବକାରୀ ବିଭାଗ: ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ମହିଳା ଗିରଫ

ଖୋର୍ଦ୍ଧା: ଜଟଣୀରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ମହିଳା ଅଭିଯୁକ୍ତଙ୍କୁ ଖୋର୍ଦ୍ଧା ଅବକାରୀ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜଟଣୀ ଥାନା ଅଞ୍ଚଳର ସୁହାନା ବିବି (୫୨)। ଜଟଣୀ କୁଦିଆରି ବଜାର ନିକଟରୁ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ତାଙ୍କ ନିକଟରୁ ୩୬ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ୩ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ତେବେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୩୯/୨୧ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ଇନ୍ସପେକ୍ଟର ସସ୍ମିତା ହୋତା ଏବଂ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ତିନି ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ମହିଳା ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ତିନି ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ଜଣେ ମହିଳା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।

ସୂଚନା ମୁତାବକ ଆଜି ସକାଳେ ଟାଉନ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଅଞ୍ଚଳର ସ୍ଵପ୍ନେଶ୍ଵର ସାହିରେ ବ୍ରାଉନ ସୁଗାର କାରବାର ଚାଲିଥିବାର କୌଣସି ଏକ ବିଶେଷ ସୂତ୍ରରୁ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଖବର ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ଏବଂ ଟାଉନ ଥାନା ଆଇଆଇସିଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ତୁରନ୍ତ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ସଂନ୍ଦିଗ୍ଧ ଅବସ୍ଥାରେ ଜଣେ ମହିଳା ଉକ୍ତ ସ୍ଥାନରେ ବୁଲୁଥିବାର ଦେଖିବାକୁ ପାଇଥିଲା।

କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଏବଂ ପ୍ରତ୍ୟକ୍ଷ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ସମ୍ପୃକ୍ତ ମହିଳାଙ୍କ ତଲାସୀ ନେଇଥିଲା। ଉକ୍ତ ସମୟରେ ୩୦.୦୮ ଗ୍ରାମ ବ୍ରାଉନ ସୁଗାର ସହିତ ନକଦ ୫୨ ହଜାର ଟଙ୍କା ପୋଲିସ ଉକ୍ତ ମହିଳାଙ୍କ ନିକଟରୁ ଜବତ କରିଛି। ଜବତ ବ୍ରାଉନସୁଗରର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ମହିଳା ଜଣକ ହେଲେ ଟାଉନ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଅଞ୍ଚଳ ସ୍ଵପ୍ନେଶ୍ଵର ସାହିର ସରୋଜିନୀ ଧଳ (୩୬)। ଖୋର୍ଦ୍ଧା ଟାଉନ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୪୧୭/୨୧ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଟାଉନ ଥାନା ଆଇଆଇସି ସଞ୍ଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ଏସ ଆଇ ଅନୁଭା ଦାସ, ବିଜୟ କେତନ ବେହେରା,ପଦ୍ମଲୋଚନ ବେହରା, ଦିଗବିଜୟ ବିଶ୍ୱାଳ, ଏଏସଆଇ ଅକ୍ଷୟ କୁମାର ସେଠି ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ: ମହିଳାଙ୍କ ସମେତ ଦୁଇ ଗିରଫ

ସମ୍ବଲପୁର: ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି କୁଚିଣ୍ଡା ପୋଲିସ। ଜଣେ ନାବାଳିକାକୁ ଅନୈତିକ କାର୍ଯ୍ୟ କରିବାକୁ ପ୍ରବର୍ତାଇବାବେଳେ ପୋଲିସ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ସମ୍ପୃକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ଘଟଣାରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ଅବକାରୀ ବିଭାଗର ଚଢାଉ: ଦୁଇ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ଜଣେ ମହିଳା ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଗଞ୍ଜେଇ କାରବାର କରୁଥିବା ସମୟରେ ଟାଙ୍ଗୀ ଅବକାରୀ ବିଭାଗ ଜଣେ ମହିଳାଙ୍କୁ ଗିରଫ କରିଛି।

ସୂଚନା ମୁତାବକ ଆଜି ସକାଳେ ଟାଙ୍ଗୀ ଅବକାରୀ ବିଭାଗ ଅଧିକାରୀ ଆଲୋକ କୁମାର ପ୍ରଧାନ କୌଣସି ସୂତ୍ରରୁ ଖବର ପାଇ ଟାଙ୍ଗୀ ବ୍ଲକ ଅଧିନସ୍ଥ ଝରିଆ ଗ୍ରାମର ନୂଆ ସାହି ଠାରେ ସଦଳବଳେ ଚଢ଼ାଉ କରିଥିଲେ। ଉକ୍ତ ଚଢ଼ାଉ ସମୟରେ ୪୨ ବର୍ଷିୟା ମହିଳାଙ୍କୁ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଅବକାରୀ ବିଭାଗ ଗିରଫ କରିଛି। ଏବଂ ଅବକାରୀ ବିଭାଗ ତାଙ୍କ ନିକଟରୁ ୨ କେଜି ୩୦୦ ଗ୍ରାମ ଗଞ୍ଜେଇ ମଧ୍ୟ ଜବତ କରିଛି।

ତାଙ୍କ ବିରୁଦ୍ଧରେ ଏନ୍.ଡ଼ି.ପି.ଏସ୍ ଆଇନ ଅନୁଯାୟୀ କେସ ନମ୍ବର ୬୪/୨୦-୨୧ ରେ ମାମଲା ରୁଜୁକରି ଆଜି କୋର୍ଟଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ମନୋଜ ବାରିକ, ଅବକାରୀ ଏବଂ ଟାଙ୍ଗୀ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁରରେ ଅବକାରୀ ବିଭାଗର ଚଢ଼ାଉ: ୩୦୦ ଲିଟର ଦେଶୀ ମଦ ଜବତ, ୨ ମହିଳା ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବହୁ ଦିନ ଧରି ଚୋରା ଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଛି। ତେଣୁ ଅବକାରୀ ବିଭାଗ ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ଉପରେ ଲଗାମ ଲଗାଇବା ପାଇଁ ତତ୍ପର ହୋଇଉଠିଥିବା ଦେଖିବାକୁ ମିଳିଛି।

ତେବେ ଏନେଇ ଆଜି ସକାଳେ ବାଣପୁରର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ୱରେ ଭୁବନେଶ୍ୱର ଅବକାରୀ ବିଭାଗ ସବ ଇନ୍ସପେକ୍ଟର ଅଂଶୁମାନ ଜେନା ଏବଂ ବାଲୁଗାଁ ଅବକାରୀ ଅଧିକାରୀ ମନୋଜ କୁମାର ବାରିକ ଓ ତାଙ୍କ ଟିମ ମିଳିତ ଭାବେ ଚଢାଉ କରିଥିଲେ। ଚଢାଉ ପରେ ଆଜି ୩୦୦ ଲିଟର ଦେଶୀ ମଦ ଜବତ କରିବା ସହ ଦୁଇ ଜଣ ମହିଳାଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ଦୁଇ ଜଣ ମହିଳାଙ୍କ ବିରୋଧରେ ଅବକାରୀ କେସ ନମ୍ବର ୭୨ ଏବଂ ୭୩ ରେ ମାମଲା ରୁଜୁ କରି ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ତେବେ ଆଗାମୀ ଦିନରେ ବାଣପୁର ବାଲୁଗାଁ ଅଞ୍ଚଳରେ ଏହିପରି ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମ।

Categories
ଆଜିର ଖବର ରାଜ୍ୟ ଖବର

କୁହୁଡିରେ ଟାଙ୍ଗୀ ପୋଲିସ୍ ର ଚଢାଉ: ୩୦ କିଲୋ ଗଞ୍ଜେଇ ସହ ମହିଳା ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଟାଙ୍ଗୀ ପୋଲିସ୍ କୁହୁଡିରେ ଚଢାଉ କରି ୩୦ କେଜି ଗଂଜେଇ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି। କୁହୁଡି ଵର ଗାଡିଆ ସାହିରେ ଉକ୍ତ ମହିଳା ଜଣକ ଦୀର୍ଘ ଦିନ ହେଲା ଚୋରା ଗଂଜେଇ କାରବାର କରି ଆସୁଥିଲେ। ତେବେ ଏକ ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଜିଲ୍ଲାପୋଲିସ୍ ର ସ୍ପେଶାଲ ସ୍କ୍ୱାର୍ଡ ଓ ଟାଙ୍ଗୀ ପୋଲିସ୍ ମିଳିତ ଭାଵେ ଚଢାଉ କରିଥିଲେ। ହେଲେ ଚଢାଉ ବେଳେ ପରିବାରର ସମସ୍ତ ସଦସ୍ୟ ଫେରାର ହୋଇ ଯାଇଥିବା ବେଳେ ମହିଳା ଜଣକ ଘରେ ଏକାକୀ ରହି ଯାଇଥିଲେ। ପୋଲିସ୍ ମହିଳାଙ୍କ ଘରୁ ୪ ବସ୍ତା ଗଂଜେଇ ଜବତ କରିଥିଲା। ଜବତ ଗଂଜେଇ ୩୦ କିଲୋ ହୋଇଥିବା ବେଳେ ଏହାର ବଜାର ମୁଲ୍ୟ ୩ ଲକ୍ଷରୁ ଅଧିକ ହେବ ବୋଲି ଜଣ‍ା ପଡିଛି। ଗିରଫ ମହିଳା ଜଣକୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ୍ କହିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅବକାରୀ ବିଭାଗର ଚଢ଼ାଉ: ହଜାର ହଜାର ଲିଟର ପୋଚ ନଷ୍ଟ, ତିନି ମହିଳା ଗିରଫ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଲୁଗାଁ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ହଜାର ହଜାର ଲିଟର ପୋଚ ନଷ୍ଟ କରିବା ସହ ତିନି ଜଣଙ୍କୁ  ଗିରଫ କରି ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଲକ ଡ଼ାଉନ ସମୟରେ ଅବକାରୀ ବିଭାଗ ଚିଲିକା ନିର୍ବାଚନମଣ୍ଡଳୀରେ  ବାରମ୍ବାର ଚଢ଼ାଉ କରି ହଜାର ହଜାର  ଲିଟର ଦେଶୀ ମଦ ଜବତ ସହ ବହୁ ଚୋରା ବେପାରୀଙ୍କୁ ଗିରଫ କରିଥିବା ସ୍ଥଳେ ବର୍ତ୍ତମାନ ଲକ ଡ଼ାଉନ ହଟିବାପରେ ମଧ୍ୟ ଚଢ଼ାଉ ଅବ୍ୟାହତ ରହିଛି।

ଏହି ପରିପ୍ରେକ୍ଷୀରେ ଗତକାଲି ଅପରାହ୍ନରେ ଟାଙ୍ଗୀ ରେଞ୍ଜ ଅବକାରୀ ବିଭାଗ ଥାନାଧୀକାରିଣୀ ଶ୍ରୀମତୀ ନିନା ବେଉରାଙ୍କ ନେତୃତ୍ୱରେ ବାଲୁଗାଁ ଅବକାରୀ ବିଭାଗ ନିରୀକ୍ଷକ ମନୋଜ ବାରିକ ଏବଂ ଖୋର୍ଦ୍ଧା ଅବକାରୀ ବିଭାଗର ବିଭିନ୍ନ କର୍ମଚାରୀଙ୍କ ଦ୍ୱାରା ଏକ ବୃହତ ଟିମ ଗଠନ କରାଯାଇ ପୂର୍ବ ସୂଚନା ଅନୁଯାୟୀ ବାଣପୁର ବ୍ଲକର କନ୍ଧଆମ୍ବଝର ମୌଜା ସ୍ଥିତ ଜଙ୍ଗଲ ମଧ୍ୟରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅବକାରୀ ବିଭାଗ ଘଟଣାସ୍ଥଳରେ ୨୦୫୦ ଲିଟର ପୋଚ ନଷ୍ଟ କରିବା ସହ ୨୮ ଲିଟର ଦେଶୀ ମଦ ସହ ତିନି ଜଣ ମହିଳାଙ୍କୁ ଗିରଫ କରିଛି। ମହିଳାମାନେ ହେଲେ ଯଶୋଦା ପରିଡ଼ା, ନିଶା ପଲେଇ ଏବଂ ସୁକାନ୍ତି ମହନ୍ତ। ସମସ୍ତେ ଘଟଣାସ୍ଥଳରେ ବେପାର ଉଦେଶ୍ୟରେ ପୋଚ ତିଆରି କରୁଥିଲେ। କୋଭିଡ ଲାଗି ତିନି ଜଣ ଅଭିଯୁକ୍ତଙ୍କୁ ସେକ୍ସନ ୪୧(ଏ)  ରେ ନୋଟିସ ଦେଇ ଅବକାରୀ ବିଭାଗ ଛାଡିଦେଇଥିବା ସ୍ଥଳେ ସମସ୍ତଙ୍କ ବିରୁଦ୍ଧରେ କେସ ନମ୍ବର ୬୦, ୬୨ ଏବଂ ୬୩ ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।