ଖୋର୍ଦ୍ଧା: ଅବକାରୀ ବିଭାଗକୁ ବଡ଼ ସଫଳତା, ସାଢେ ପନ୍ଦର ଲକ୍ଷର ବ୍ରାଉନ ସୁଗାର ଜବତ, ମହିଳା ଗିରଫ

Published: Aug 4, 2023, 10:49 pm IST

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ମୋବାଇଲ ୟୁନିଟକୁ ମିଳିଛି ବଡ଼ ସଫଳତା। ଉକ୍ତ ଟିମ ଜଣେ ମହିଳା ନିଶା ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ସାଢେ ପନ୍ଦର ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି।

ସୂଚନା ମୁତାବକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଠେଙ୍ଗାହାଟ ଛକ ନିକଟରେ ଜଣେ ମହିଳା ବ୍ରାଉନ ସୁଗାର ବେପାର କରୁଥିବାର ଖବର ପାଇ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଟିମ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସ୍ଵପ୍ନେଶ୍ଵର ସାହିର ଦମୟନ୍ତୀ ନାୟକ (୪୫) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୧୫୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଜବତ ବ୍ରାଉନ ସୁଗାର ମୂଲ୍ୟ ୧୫ ଲକ୍ଷ ୫୦ ହଜାର ବୋଲି ଜଣାପଡିଛି।

Related posts