Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅପରାଧିକ ମାମଲାରେ ମହିଳା ଗିରଫ, ପୋଲିସ ସହିତ ହୋଇଥିଲା ଧସ୍ତାଧସ୍ତି
ଆଜିର ଖବର

ଅପରାଧିକ ମାମଲାରେ ମହିଳା ଗିରଫ, ପୋଲିସ ସହିତ ହୋଇଥିଲା ଧସ୍ତାଧସ୍ତି

September 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: ଜନୈକ ଯୁବକକୁ ମରଣାନ୍ତକ ଆକ୍ରମଣର ଅଭିଯୋଗରେ ଗତକାଲି ପୋଲିସ ଜନୈକା ମହିଳାଙ୍କୁ ଗିରଫ କରିଥିଲା। ମହିଳା ଜଣଙ୍କ ହେଲେ କୁଜଙ୍ଗ ଥାନା ବଡ଼ଗବପୁର ଗ୍ରାମର ସଂଯୁକ୍ତା ଜେନା। ଉକ୍ତ ମହିଳାକୁ ଆଜି କୁଜଙ୍ଗ କୋର୍ଟରେ ହାଜର କରାଯାଇଥିଲା ମାତ୍ର ସେଠାରେ ତାର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ସମାଗୋଳସ୍ଥିତ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଜଣାପଡିଛି।

ପ୍ରକାଶ ଯେ, ଗତ ମେ ମାସ ୧୧ ତାରିଖରେ କୁଜଙ୍ଗ ଥାନା ବଡ଼ଗବପୁର ଗ୍ରାମର ଅଶୋକ କୁମାର ଖଟୁଆକୁ ପୂର୍ବ ଶତୃତାକୁ କେନ୍ଦ୍ରକରି ସେହି ଗ୍ରାମର ସୁରେନ୍ଦ୍ର ଜେନାଙ୍କ ପତ୍ନୀ ସଂଯୁକ୍ତା ଜେନା (୫୦) ଓ ତାର ପୁଅ ରାକେଶ ଜେନା (୨୫) ଯୋଜନାବଦ୍ଧ ଭାବେ ଏକ ଧାରୁଆ ଛୁରିରେ ଆକ୍ରମଣ କରିଥିଲେ। ଏଥିରେ ଆଶୋକର ପାଟି ଓ ବାମ ବାହୁରେ ଗଭୀରଭାବେ କ୍ଷତ ହୋଇଥିଲା। ସ୍ଥାନିୟ ଲୋକ ଉଦ୍ଧାର କରି ଅଶୋକକୁ ପ୍ରଥମେ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲେ। ମାତ୍ର ସେଠାରେ ତାର ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ପରେ ଅଶୋକ ମେଡ଼ିକାଲରୁ ଫେରି କୁଜଙ୍ଗ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ କୁଜଙ୍ଗ ପୋଲିସ୍ ୨୨୮/୨୩ ରେ ମାମଲା ରୁଜ୍ଜୁ କରି ସଂଯୁକ୍ତା ଜେନାର ପୁଅ ରାକେଶକୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ସେହିଦିନୁ ସଂଯୁକ୍ତା ପୋଲିସ୍ ଭୟରେ ଫେରାର ହୋଇଯାଇଥିଲା। ଗତକାଲି ସଂଯୁକ୍ତା ଘରକୁ ଆସିଥିବା କୁଜଙ୍ଗ ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇ ତାର ଘରେ ଚଢ଼ାଉ କରିଥିଲା। ମାତ୍ର ସେଠାରେ ସଂଯୁକ୍ତା ମହିଳା ପୋଲିସକୁ ଏକ କଟୁରୀ ଦେଖାଇ ପୋଲିସ ସହିତ ଧସ୍ତାଧସ୍ତି କରି ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ହେଲେ କୁଜଙ୍ଗ ପୋଲିସ ଟିମ୍ ଏସ୍‌ଆଇ ସୌଦାମିନୀ ପଣ୍ଡା, ବିଶ୍ୱଜିତ୍ ଗଡ଼ନାୟକ, ବିବେକାନନ୍ଦ ସାହୁ ତାକୁ କାବୁ କରିନେଇଥିଲେ। ମଙ୍ଗଳବାର ଉକ୍ତ ମହିଳାକୁ କୁଜଙ୍ଗ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଥାନା ଅଧିକାରୀ ଶ୍ରୀଯୁକ୍ତ ରଶ୍ମୀରଞ୍ଜନ ଦାଶ କହିଛନ୍ତି।

ସୂଚନାଯୋଗ୍ୟ କି ରାକେଶ ଜେନା କୁଜଙ୍ଗ ଥାନା ଅଂଚଳରେ ବିଭିନ୍ନ ଗ୍ରାମରେ ଥିବା ବିଭିନ୍ନ ଗାଡ଼ିରୁ ନିୟମିତ ଭାବେ ବ୍ୟାଟେରୀ ଚୋରି କରିଥାଏ। ଏହି ଘଟଣାରେ ପୋଲିସ୍ ତାକୁ ପୂର୍ବରୁ ବହୁବାର ଗିରଫ କରିଥିବା କହିଛି।

ଅପରାଧିକ ମାମଲା ମରଣାନ୍ତକ ଆକ୍ରମଣ ମହିଳା ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.