Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ ଦମନ ବିରୁଦ୍ଧରେ ସମ୍ମିଳିତ ପ୍ରତିରୋଧ କରାଯିବ: ବାମପନ୍ଥୀ ଦଳ
ଆଜିର ଖବର

ସରକାରୀ ଦମନ ବିରୁଦ୍ଧରେ ସମ୍ମିଳିତ ପ୍ରତିରୋଧ କରାଯିବ: ବାମପନ୍ଥୀ ଦଳ

March 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସିପିଆଇ
ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ ମୁହାଁକୁ ଠେଲି ଦେଇଛି ଡବଲ ଇଞ୍ଜିନ୍ ସରକାର: ସି.ପି.ଆଇ.(ଏମ୍)

ଭୁବନେଶ୍ୱର: ଗୁରୁବାର ଭୁବନେଶ୍ୱର ସ୍ଥିତ ସିପିଆଇ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନଠାରେ ୪ ଟି ବାମପନ୍ଥୀ ଦଳଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ନାରୀ ନିର୍ଯାତନା ଏବଂ ଆଇନ ଶୃଙ୍ଖଳାକୁ ନେଇ ବିଧାନସଭାରେ ଆସିଥିବା ଶ୍ୱେତପତ୍ରରେ ଯାହା ଦର୍ଶାଇଛି ତାହା ଅତ୍ୟନ୍ତ ଚିନ୍ତାଜନକ ଓ ଉଦ୍‌ବେଗଜନକ ବୋଲି ବାମପନ୍ଥୀ ଦଳ ସିପିଆଇ, ସିପିଆଇ (ଏମ୍‌), ସିପିଆଇ (ଏମ୍‌-ଏଲ) ଲିବରେସନ ଓ ଫରୱାର୍ଡବ୍ଲକ ତରଫରୁ ଏହି ମିଳିତ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି। ସରକାର ଏହି ସ୍ଥିତିକୁ ନିୟନ୍ତ୍ରଣ କରିବାଲାଗି ତୁରନ୍ତ ଗୃହକମିଟି ଗଠନ କରିବାକୁ ବାମପନ୍ଥୀ ଦଳମାନେ ଦାବି କରିଛନ୍ତି।

ଏଠାରେ ଉଲ୍ଲେଖଥାଉ କି, ରାଜ୍ୟରେ ବିଜେପି ସରକାରକୁ ଆସିବାର ୯ ମାସ ହୋଇଥିଲାବେଳେ ରାଜ୍ୟରେ ଦୁଷ୍କର୍ମ, ହତ୍ୟା, ଦଙ୍ଗା, ଚୋରି, ନାରୀ ନିର୍ଯାତନା ବୃଦ୍ଧି ପାଇ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ମାତ୍ର ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବ୍ୟର୍ଥ ହୋଇଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଗୃହକମିଟି ଗଠନ କରିବା ଦରକାର ନାହିଁ ବୋଲି କହିବା ହାସ୍ୟାସ୍ପଦ ବୋଲି କୁହାଯାଇ ମୁଖ୍ୟମନ୍ତ୍ରୀଙ୍କ ଏତାଦୃଶ ମନ୍ତବ୍ୟକୁ ପ୍ରତିବାଦ କରାଯାଇଛି।

ଏ ସମ୍ପର୍କରେ ୪ଟି ବାମପନ୍ଥୀ ଦଳ ପକ୍ଷରୁ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବାକୁ ସ୍ଥିର କରାଯାଇଛି। ଯେଉଁଭଳି ଭାବରେ ବିଧାନସଭାରେ ୧୪ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରାଗଲା ତାହା ଅସାମ୍ବିଧାନିକ ବୋଲି ବିବେଚନା କରିବା ସହିତ ତୁରନ୍ତ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ଗଣତନ୍ତ୍ରର ସୁରକ୍ଷାଲାଗି ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ରାଜ୍ୟସାରାଏପ୍ରିଲ ପ୍ରଥମ ସପ୍ତାହରେ ଗଣ ଅଭିଯାନ ଚଳାଇବାଲାଗି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି।

କଂଗ୍ରେସ ଦଳ ପକ୍ଷରୁ ବିଧାନସଭା ସମ୍ମୁଖରେ ହୋଇଥିବା ପ୍ରତିବାଦ ସମାବେଶ ଉପରେ ପୋଲିସର ବର୍ବର ଲାଠିଚାଳନା, ଆକ୍ରମଣ, ପାଣିମାଡ଼, ଲୁହବୁହାଗ୍ୟାସ୍ ପ୍ରୟୋଗ ଓ ଅନ୍ୟାୟ ଗିରଫଦାରୀକୁ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଦୃଢ଼ ନିନ୍ଦାକରାଯାଉଛି। ବିଜେପି ଶାସନର ଏକଛତ୍ରବାଦୀ ଆକ୍ରମଣ ବିରୋଧରେ ରାଜ୍ୟବ୍ୟାପୀ ସମ୍ମିଳିତ ପ୍ରତିରୋଧ କରିବା ପାଇଁ ଆହ୍ୱାନ ଦିଆଯାଇଛି।

ଉକ୍ତ ବୈଠକରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷକାନୁନ୍‌ଗୋ, ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡି, ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜୟନ୍ତ ଦାସ, ସିପିଆଇ (ଏମ୍‌)ର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଦୁଷ୍ମନ୍ତ ଦାସ, ବଦ୍ରିନାରାୟଣ ଦାସ, ସିପିଆଇ-ଏମ.ଏଲ.(ଲିବରେସନର) ରାଜ୍ୟ ନେତା ମହେନ୍ଦ୍ର ପରିଡ଼ା, ବଂଶୀଧର ପରିଡ଼ା ଏବଂ ଫରୱାର୍ଡବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇଥିଲେ।

ବାମପନ୍ଥୀ ଦଳ ବିଜେପି ସରକାର ଶ୍ୱେତପତ୍ର ସିପିଆଇ ସିପିଆଇ (ଏମ୍‌)
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026
Latest News

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.