Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଟନା-ଆରା-ସାସାରାମ କରିଡର ହାଇବ୍ରିଡ୍ ଆନୁଇଟି ମୋଡ୍ ରେ ନିର୍ମାଣକୁ କ୍ୟାବିନେଟ୍ ଅନୁମୋଦନ
ଆଜିର ଖବର

ପାଟନା-ଆରା-ସାସାରାମ କରିଡର ହାଇବ୍ରିଡ୍ ଆନୁଇଟି ମୋଡ୍ ରେ ନିର୍ମାଣକୁ କ୍ୟାବିନେଟ୍ ଅନୁମୋଦନ

March 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାମୁଦ୍ରିକ କ୍ଷେତ୍ର
ସାମୁଦ୍ରିକ କ୍ଷେତ୍ରକୁ ପୁନର୍ଜୀବିତ କରିବା ପାଇଁ 69,725 କୋଟିର ପ୍ୟାକେଜକୁ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବିହାରରେ ପାଟନାରୁ ଆରମ୍ଭ କରି ସାସାରାମ (୧୨୦.୧୦ କିଲୋମିଟର) ପର୍ଯ୍ୟନ୍ତ ୪ ଲେନ୍ ଆକ୍ସେସ୍ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ଏବଂ ବ୍ରାଉନଫିଲ୍ଡ ପାଟନା – ଆରା – ସାସାରାମ କରିଡର ନିର୍ମାଣକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପ ମୋଟ ୩,୭୧୨.୪୦ କୋଟି ଟଙ୍କା ବ୍ୟୟରେ ହାଇବ୍ରିଡ୍ ଆନୁଇଟି ମୋଡ୍ (ହାମ୍) ରେ ନିର୍ମାଣ କରାଯିବ।

ଏବେ ସାସାରାମ, ଆରା ଏବଂ ପାଟନା ମଧ୍ୟରେ ଯୋଗାଯୋଗ ବର୍ତ୍ତମାନର ରାଜ୍ୟ ରାଜପଥ (ଏସଏଚ -୨, ଏସଏଚ -୧୨, ଏସଏଚ -୮୧ ଏବଂ ଏସଏଚ -୧୦୨) ଉପରେ ନିର୍ଭର କରେ ଏବଂ ପ୍ରବଳ ଭିଡ଼ ହେତୁ ଆରା ଓ ଆଖପାଖ ସହରକୁ ପହଞ୍ଚିବାକୁ ୩-୪ ଘଣ୍ଟା ସମୟ ନେଇଥାଏ। ଆରା, ଗ୍ରାହିନୀ, ପିରୋ, ବିକ୍ରମଗଞ୍ଜ, ମୋକର ଏବଂ ସାସାରାମ ଭଳି ଘନ ଜନବସତି ଓ ନିର୍ମାଣ ଅଞ୍ଚଳଗୁଡିକର ଆବଶ୍ୟକତାକୁ ମେଣ୍ଟାଇବା ଓ ବଢୁଥିବା ଭିଡ଼କୁ ହ୍ରାସ କରିବା ପାଇଁ ବର୍ତ୍ତମାନ  ଥିବା ରାଜପଥର ୧୦.୬ କିଲୋମିଟର ଉନ୍ନତୀକରଣ ସହିତ ଏକ ଗ୍ରୀନଫିଲ୍ଡ କରିଡର ବିକଶିତ କରାଯିବ।

ଏହି ପ୍ରକଳ୍ପ ପରିକଳ୍ପନା ଜାତୀୟ ରାଜପଥ -୧୯, ଜାତୀୟ ରାଜପଥ -୩୧୯, ଜାତୀୟ ରାଜପଥ -୯୨୨, ଜାତୀୟ ରାଜପଥ -୧୩୧ ଜି ଏବଂ ଜାତୀୟ ରାଜପଥ -୧୨୦ ସମେତ ପ୍ରମୁଖ ପରିବହନ କରିଡର ସହିତ ସମନ୍ୱିତ ହୋଇ ଔରଙ୍ଗାବାଦ, କୈମୁର ଏବଂ ପାଟନାକୁ ନିରବଚ୍ଛିନ୍ନ ଯୋଗାଯୋଗ ପ୍ରଦାନ କରିବ। ଏହାବ୍ୟତୀତ ଏହି ପ୍ରକଳ୍ପ ୨ଟି ବିମାନବନ୍ଦର (ପାଟନାର ଜୟ ପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନିର୍ମାଣ ହେବାକୁ ଥିବା ବିହିତା ବିମାନବନ୍ଦର), ୪ଟି ପ୍ରମୁଖ ରେଳ ଷ୍ଟେସନ (ସାସାରାମ, ଆରା, ଦାନାପୁର, ପାଟନା) ଏବଂ ଗୋଟିଏ ଆଭ୍ୟନ୍ତରୀଣ ଜଳ ଟର୍ମିନାଲ (ପାଟନା)କୁ ସଂଯୋଗ ପ୍ରଦାନ କରିବ ଏବଂ ପାଟନା ରିଙ୍ଗରୋଡକୁ ସିଧାସଳଖ ପ୍ରବେଶ ପ୍ରଦାନ କରିବ, ଯାହା ଯାତ୍ରୀ ଓ ମାଲର ଦ୍ରୁତ ପରିବହନକୁ ସୁଗମ କରିବ।

ପ୍ରକଳ୍ପଟି ସମ୍ପୂର୍ଣ୍ଣ ହେବା ପରେ ପାଟନା-ଆରା-ସାସାରାମ କରିଡର ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଲକ୍ଷ୍ନୌ, ପାଟନା, ରାଞ୍ଚି ଏବଂ ବାରଣାସୀ ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବ। ଏହି ପ୍ରକଳ୍ପ ସରକାରଙ୍କ ଆତ୍ମନିର୍ଭର ଭାରତ ସହ ଯୋଡ଼ି ହୋଇଛି ଯାହାକି ଭିତ୍ତିଭୂମି ବିକାଶ ଏବଂ ନିଯୁକ୍ତି ସୃଷ୍ଟି ଏବଂ ବିହାରରେ ସାମାଜିକ-ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବାର ବୃହତ୍ତର ଲକ୍ଷ୍ୟ ସାଧନ କରିବ। ଏହି ପ୍ରକଳ୍ପ ୪୮ ଲକ୍ଷ ମାନବ ଦିବସ ନିଯୁକ୍ତି ସୃଷ୍ଟି କରିବ ଏବଂ ପାଟନା ଏବଂ ଏହାର ଆଖପାଖ ଅଞ୍ଚଳରେ ଅଭିବୃଦ୍ଧି, ବିକାଶ ଏବଂ ସମୃଦ୍ଧିର ନୂତନ ସଯୋଗ ସମ୍ଭାବନା ଖୋଲିବ।

କ୍ୟାବିନେଟ୍ ଅନୁମୋଦନ ନରେନ୍ଦ୍ର ମୋଦୀ ସିସିଇଏ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026
Latest News

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.