Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏଏସ ଚାକିରୀ ଛାଡିଲେ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ ରାଉତ
ଆଜିର ଖବର

ଆଇଏଏସ ଚାକିରୀ ଛାଡିଲେ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ ରାଉତ

March 29, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଇଏଏସ ଚାକିରୀ ଛାଡିଲେ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ

ଭୁବନେଶ୍ବର: ଶେଷରେ ଆଇଏଏସ ଚାକିରୀକୁ ବାଏ ବାଏ କଲେ ଭି କେ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ ରାଉତ। ସେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଆବେଦନ କରିଥିଲେ। କେନ୍ଦ୍ର ସରକାର ତାହାକୁ ଗ୍ରହଣ କରିଥିବାର ସୂଚନା ମିଳିଛି। ସୁଜାତା ବର୍ତ୍ତମାନ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେ ହେଉଛନ୍ତି 2000 ବ୍ୟାଚର ଆଇଏଏସ।

ସୁଜାତା ଗତ ନିର୍ବାଚନ ବେଳେ ବେଶ ଚର୍ଚ୍ଚାରେ ଥିଲେ। କାରଣ ତାଙ୍କର ସ୍ବାମୀ ଭି କେ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ପାଣ୍ଡିଆନ ଆଇଏସ ଚାକିରୀ କରୁଥିବା ବେଳେ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ ଥିଲେ। ସେତେବେଳେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ବ୍ୟକ୍ତିଗତ ତଥା ରାଜନୈତିକ କଥା ବୁଝୁଥିଲେ।

ସେହିପରି ସୁଜାତା ମଧ୍ୟ ସେତେବେଳେ ମିଶନ ଶକ୍ତିର ସଚିବ ଥିବା ବେଳେ ଏସଏଚଜି ମହିଳାଙ୍କୁ ବିଜେଡି ପାଇଁ କାମ କରିବାକୁ କହୁଥିଲେ ବୋଲି ଅଭିଯୋଗ କରାଯାଇଥିଲା। ଫଳରେ ନିର୍ବାଚନ ପୂର୍ବରୁ ତାଙ୍କୁ ମିଶନ ଶକ୍ତିରୁ ଅର୍ଥ ବିଭାଗକୁ ବଦଳି କରାଯାଇଥିଲା। ନିର୍ବାଚନ ପରେ ବିଜେପି ସରକାରକୁ ଆସିବା ପରେ ସୁଜାତା ଛଅ ମାସ ପାଇଁ ଛୁଟିରେ ଯାଇଥିଲେ। ଛୁଟି ସରିବା ପରେ ପୁଣି ଛୁଟି ଆବେଦନ କରିଥିଲେ ମଧ୍ୟ ତାହାକୁ ସରକାର ଗ୍ରହଣ କରି ନ ଥିଲେ।

 

Sujata Kartikeyan ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ସୁଜାତା ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରରେ SIR ଉପରେ ଯାହା ନିଷ୍ପତ୍ତି ନିଆଯିବ, ତାହା ସମଗ୍ର ଦେଶରେ ପ୍ରଯୁଜ୍ୟ ହେବ: ସୁପ୍ରିମକୋର୍ଟ

September 15, 2025

‘ସମ୍ପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ୍ ଫିକ୍ସ ଥିଲା’: ସଞ୍ଜୟ ରାଉତଙ୍କ ଆଶ୍ଚର୍ଯ୍ୟଜନକ ଦାବି

September 15, 2025

ଏଥର କଲେଜ ନିର୍ବାଚନ ବାତିଲ !!!

September 15, 2025

Defence Procurement Manual: ପ୍ରତିରକ୍ଷା କ୍ରୟ ମାନୁଆଲ୍ କୁ ଅନୁମୋଦନ କଲେ ରାଜନାଥ ସିଂ

September 15, 2025
Latest News

ବିହାରରେ SIR ଉପରେ ଯାହା ନିଷ୍ପତ୍ତି ନିଆଯିବ, ତାହା ସମଗ୍ର ଦେଶରେ ପ୍ରଯୁଜ୍ୟ ହେବ: ସୁପ୍ରିମକୋର୍ଟ

September 15, 2025

‘ସମ୍ପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ୍ ଫିକ୍ସ ଥିଲା’: ସଞ୍ଜୟ ରାଉତଙ୍କ ଆଶ୍ଚର୍ଯ୍ୟଜନକ ଦାବି

September 15, 2025

ଏଥର କଲେଜ ନିର୍ବାଚନ ବାତିଲ !!!

September 15, 2025

Defence Procurement Manual: ପ୍ରତିରକ୍ଷା କ୍ରୟ ମାନୁଆଲ୍ କୁ ଅନୁମୋଦନ କଲେ ରାଜନାଥ ସିଂ

September 15, 2025

ନିଜ ମୃତ ପିତାଙ୍କ ସହ କଥା ହେଉଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ ଏହା କିପରି ସମ୍ଭବ?

September 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.