ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଗୁରୁବାର ଦିନ ମଧ୍ୟସ୍ଥତା କମିଟିର ରିପୋର୍ଟ ଦେଖିବା ପରେ ସୁପ୍ରିମ୍କୋର୍ଟର ସାମ୍ବିଧାନିକ ବେଞ୍ଚ ମଧ୍ୟସ୍ଥତା କମିଟିକୁ ୩୧ ଜୁଲାଇ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଏହା ପରେ ଅଗଷ୍ଟରୁ ଦ୍ବିପ୍ରହର ୨ ଘଟିକା ସମୟରେ ଓପନ୍ କୋର୍ଟର ଏହି ବିବାଦର ଶୁଣାଣି କରାଯିବ ବୋଲି କହିଛନ୍ତି ସୁପ୍ରିମ୍କୋର୍ଟ । ରାମଜନ୍ମଭୂମି-ବାବ୍ରୀ ମସ୍ଜିଦ୍ ବିବାଦ ମାମଲାରେ ଏକ ପକ୍ଷ ଗୋପାଲ ସିଂହ ବିଶାରଦ୍ ସିଂ ବିଶାରଦ ଯାଚିକା ଉପରେ ସୁପ୍ରିମକୋର୍ଟର ମଧ୍ୟସ୍ଥତା କମିଟି ରିପୋର୍ଟ ତଲବ କରିଛନ୍ତି । ଗୁରୁବାର ମଧ୍ୟସ୍ଥତା କମିଟି ନିଜ ରିପୋର୍ଟ କୋର୍ଟରେ ଉପସ୍ଥାପନ କରିଥିଲେ । ଏହି ରିପୋର୍ଟକୁ ଦେଖି ସୁପ୍ରିମ୍କୋର୍ଟ ମଧ୍ୟସ୍ଥତା କମିଟିକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ।