ବାଣ କାରଖାନାରେ ବିସ୍ଫୋରଣ: ୧୭ ମୃତ

Published: Apr 1, 2025, 2:28 pm IST

ନୂଆଦିଲ୍ଲୀ: ଆଜି ଗୁଜୁରାଟର ବନାସକାଣ୍ଠା ଜିଲ୍ଲାର ଡିସା ସହରରେ ଥିବା ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୧୭ ଜଣଙ୍କର ମୃତ୍ୟୁ ଘଟିଛି। ନିଆଁ ସମ୍ପର୍କରେ ସୂଚନା ପାଇବା ପରେ SDRF ଟିମ୍ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ପହଞ୍ଚିଛନ୍ତି। ସକାଳ ପ୍ରାୟ ୯ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। କାରଖାନାଟି ଧୁନୱା ରୋଡରେ ଅବସ୍ଥିତ।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢିପାରେ, କାରଣ ଦୁର୍ଘଟଣା ସମୟରେ ୨୦ରୁ ଅଧିକ ଲୋକ ଉପସ୍ଥିତ ଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୭ ଟି ମୃତଦେହ ଉଦ୍ଧାର କରାଯାଇଛି, ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related posts