Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍କୁଲ ପିଲାଙ୍କୁ ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବଣ୍ଟନର ଶୁଭାରମ୍ଭ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଆଜିର ଖବର

ସ୍କୁଲ ପିଲାଙ୍କୁ ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବଣ୍ଟନର ଶୁଭାରମ୍ଭ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

April 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପ୍ରତ୍ୟେକ ସ୍କୁଲ ପିଲାଙ୍କୁ ଆଜିଠୁ ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ଓ ନବମ ଦଶମ ଶ୍ରେଣୀ ପିଲାଙ୍କୁ ମିଳିଲା ମଧ୍ୟାହ୍ନ ଭୋଜନ ସ୍କୁଲ ପିଲାଙ୍କ ମାନସିକ ଓ ବୌଦ୍ଧିକ ଚିନ୍ତାର ବିକାଶ ପାଇଁ ପୋଷଣକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ପୋଷଣ ଯୁକ୍ତ ମାଣ୍ଡିଆ ଲଢ଼ୁ ବଣ୍ଟନର ଶୁଭାରମ୍ଭ ହୋଇଛି। ଏଥି ସହ ଆଜିଠାରୁ ପୋଷଣ ଅଭିଯାନରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପୋଷଣ ଯୁକ୍ତ ମଧ୍ୟାହ୍ନ ଭୋଜନର ଶୁଭାରମ୍ଭ ହୋଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଉମରକୋଟ ଠାରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଉଭୟ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ଲଡୁ ପ୍ରଦାନ କକରିଛନ୍ତ। ଏହି ଲଡୁ ସପ୍ତାହକୁ ତିନି ଦିନ ବଣ୍ଟନ କରାଯିବ। ଏଥି ସହ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୌଷ୍ଟିକ ମଧ୍ୟାହ୍ନ ଭୋଜନ ବଣ୍ଟନ କରିଛନ୍ତି।

ମନ୍ତ୍ରୀ ଶ୍ରୀ ଗଣ୍ଡ ଛାତ୍ରଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ ବିଧାୟକ ଗୌରୀ ଶଙ୍କର ମାଝୀ ମଧ୍ୟ ନବରଙ୍ଗପୁର ସହର ମଧ୍ୟରେ ଥିବା ସରକାରୀ ପୌରପାଳିକା ଉଚ୍ଚ ବିଦ୍ୟାଳୟ ରେ ମାଣ୍ଡିଆ ଲଡ଼ୁ ଓ ମଧ୍ୟାହ୍ନ ଭୋଜନ ବଣ୍ଟନ କରିଥିଲେ। ଏଥି ସହ ବିଧାୟକ ଛାତ୍ରଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ। ଆଜିଠାରୁ ରାଜ୍ୟ ର ସମସ୍ତ ବିଦ୍ୟାଳୟ ରେ ଶିଶୁ ବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଣ୍ଡିଆ ଲଡ଼ୁ ଦିଆଯିବ।

ସପ୍ତାହର ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଏହି ଲଢ଼ୁ ଦିଆଯିବ। ଏଥିସହ ସପ୍ତାହକୁ ଅତିରିକ୍ତ ଗୋଟିଏ ଲେଖାଏଁ ଅଣ୍ଡା ପିଲାଙ୍କୁ ଦିଆଯିବ। ଅର୍ଥାତ୍ ଆଗରୁ ୨ ଦିନ ଅଣ୍ଡା ଦିଆଯାଉଥିଲା, ଏବେ ସପ୍ତାହକୁ ୩ ଦିନ ଦିଆଯିବ।

ନିତ୍ୟାନନ୍ଦ ଗଣ୍ଡ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
Share. Facebook Twitter LinkedIn Email WhatsApp Copy Link

Related Posts

କରୁର ଦୁର୍ଘଟଣାର ତଦନ୍ତ କରିବ ଏନଡିଏ: ହେମା ମାଳିନୀଙ୍କ ନେତୃତ୍ୱରେ ୮ ଜଣିଆ ପ୍ରତିନିଧିମଣ୍ଡଳ ଗଠନ

September 29, 2025

୩ ଟି ବିଭାଗର ୪ ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ

September 29, 2025

ଦକ୍ଷିଣ ଓଡ଼ିଶାର ସ୍ଥାନ ପାଇବ ୧୪ ବରପୁତ୍ରଙ୍କ ପ୍ରତିମୂର୍ତ୍ତି, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

September 29, 2025

ପାକିସ୍ତାନ ଦଳର ଆତଙ୍କବାଦୀ ପ୍ରେମ!: ମାସୁଦ ଆଝାରଙ୍କ ପରିବାରକୁ ଦାନ କରିବ ମ୍ୟାଚ୍ ଫିସ୍

September 29, 2025
Latest News

କରୁର ଦୁର୍ଘଟଣାର ତଦନ୍ତ କରିବ ଏନଡିଏ: ହେମା ମାଳିନୀଙ୍କ ନେତୃତ୍ୱରେ ୮ ଜଣିଆ ପ୍ରତିନିଧିମଣ୍ଡଳ ଗଠନ

September 29, 2025

ମନ୍ଦିର ବାହାରେ କୌଣସି ଅଣହିନ୍ଦୁ ବିକ୍ରି କରୁଥିଲେ, ତାଙ୍କୁ ପିଟିବା ଉଚିତ”: ପ୍ରଜ୍ଞା ଠାକୁରଙ୍କ ବିବାଦୀୟ ବୟାନ

September 29, 2025

୩ ଟି ବିଭାଗର ୪ ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ

September 29, 2025

ଏସିଆ କପ୍ ହାରିବା ପରେ ପିଓକେରେ ଉତ୍ତେଜନା, ଶାହବାଜ ସରିଫଙ୍କ ବିରୋଧରେ ପ୍ରଦର୍ଶନ

September 29, 2025

ଦକ୍ଷିଣ ଓଡ଼ିଶାର ସ୍ଥାନ ପାଇବ ୧୪ ବରପୁତ୍ରଙ୍କ ପ୍ରତିମୂର୍ତ୍ତି, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

September 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.