Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ଓଡ଼ିଆ ପରିବାର ତରଫରୁ ଉତ୍କଳ ଦିବସ ପାଳିତ, ଯୋଗଦେଲେ ବିଜେପି ନେତା ସଜ୍ଜନ ଶର୍ମା
ଆଜିର ଖବର

ବିଶ୍ୱ ଓଡ଼ିଆ ପରିବାର ତରଫରୁ ଉତ୍କଳ ଦିବସ ପାଳିତ, ଯୋଗଦେଲେ ବିଜେପି ନେତା ସଜ୍ଜନ ଶର୍ମା

April 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
sajan
ବିଶ୍ୱ ଓଡ଼ିଆ ପରିବାର ତରଫରୁ ଉତ୍କଳ ଦିବସ ପାଳିତ, ଯୋଗଦେଲେ ବିଜେପି ନେତା ସଜ୍ଜନ ଶର୍ମା

ଭୁବନେଶ୍ୱର: ବିଶ୍ୱ ଓଡ଼ିଆ ପରିବାର ତରଫରୁ ଉତ୍କଳ ଦିବସ ଉପଲକ୍ଷେ ଏକ କର୍ମଶାଳା ଭିନ୍ନ ଢଙ୍ଗରେ ଭୁବନେଶ୍ୱରର ହୋଟେଲ ପ୍ରେସିଡେନ୍ସିଠରେ ଅନୁଷ୍ଠିତ ହୋଇଯାଇଛି। ଯାହାର ଶୀର୍ଷକ ଥିଲା ‘ଶିକ୍ଷା ବିକାଶର ବାତାୟନ’ ପ୍ରଜ୍ଞାନ। ଏହି କର୍ମଶାଳାରେ ବିକଶିତ ଓଡ଼ିଶାର-୨୦୩୬ର ସଫଳତା ପାଇଁ ବ୍ୟାପକ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କର ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟର ଶିକ୍ଷା ବିଭାଗର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ବିକଶିତ ଓଡ଼ିଶା ପାଇଁ ସରକାର ବହୁ ସୁଚିନ୍ତିତ ଯୋଜନା ଓ ପଦକ୍ଷେପ ନେଉଛନ୍ତି । ଏହି ଆଭିମୁଖ୍ୟକୁ ସଫଳ କରିବା ପାଇଁ ବ୍ୟକ୍ତି ବିଶେଷ, ଅନୁଷ୍ଠାନ, ବୁଦ୍ଧିଜିବୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ । ଓଡ଼ିଶାର ବିକାଶ ଦିଗରେ ଶିକ୍ଷା ବ୍ୟବସ୍ଥା କିଭଳି ସହାୟକ ହେବ ତାହା ଉପରେ ସେ ଗୁରୁତ୍ୱଆରୋପ କରିଥିଲେ ।

ମୁଖ୍ୟବକ୍ତା ଭାବରେ ପ୍ରାକ୍ତନ ପ୍ରାଧ୍ୟାପକ ଗୌରାଙ୍ଗ ଚରଣ ନନ୍ଦ କହିଥିଲେ ଯେ, କେବଳ ବ୍ୟବସ୍ଥାର ସମାଲୋଚନା କଲେ ସମସ୍ୟାର ସମାଧାନ ହେବ ନାହିଁ । ଆମକୁ ବିକଶିତ ଓଡ଼ିଶା ଗଠନ ଦିଗରେ ଶିକ୍ଷା ବ୍ୟବସ୍ଥାର ସଂସ୍କାର ଦିଗରେ ସକରାତ୍ମକ ପଦକ୍ଷେପ କରିବାକୁ ପଡ଼ିବ ।
ବିଶ୍ୱ ଓଡ଼ିଆ ପରିବାରର ଅଧ୍ୟକ୍ଷ ଶ୍ରୀ ସଜ୍ଜନ ଶର୍ମା ତାଙ୍କର ଉଦ୍‌ଘାଟନୀ ଅଭିଭାଷଣରେ କହିଥିଲେ ଯେ, ସମୃଦ୍ଧ ଶିଳ୍ପ ଓ ଭାଷ୍କର୍ଯ୍ୟ ସଂସ୍କୃତିର ପରମ୍ପରା ସୁଦୀର୍ଘ ନଦୀ, ପର୍ବତର ସରସ ସୁନ୍ଦର ବେଳାଭୂମି ଏବଂ ସମ୍ମୋହିତ ପର୍ଯ୍ୟଟନ ବିଭବରେ ପରିପୂର୍ଣ୍ଣ ଆମ ଓଡ଼ିଶା ।

ଆଜି ଓଡ଼ିଶା ଦିବସରେ ଆମେ ସେହି ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଅଖଣ୍ଡ ଓଡ଼ିଶା ଐକ୍ୟ, ସମୃଦ୍ଧି ବଜାୟ ରଖିବା ପାଇଁ ପ୍ରତିଶୃତିବଦ୍ଧ ହେବା । ଓଡ଼ିଆ ଭାଷା, ସଂସ୍କୃତି, ନୃତ୍ୟ, ପରମ୍ପରା, ଐତିହ୍ୟର ପୋଷାକ, ପରିଧାନ ଚାଳିଚଳନି ଓ ଖାଦ୍ୟପାନୀୟର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।

ପ୍ରଥମ ଥର ପାଇଁ ଆଜିଠୁ ଓଡ଼ିଆ ନୂଆବର୍ଷ ଯାଏ ଓଡ଼ିଆ ପକ୍ଷ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିବାରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ବିଶ୍ୱ ଓଡ଼ିଆ ପରିବାର ତରଫରୁ ସେ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ବିଶ୍ୱ ଓଡ଼ିଆ ପରିବାର ଏହି ଆନ୍ଦୋଳନର ଏକ ଅଂଶ ବିଶେଷ ସେ କହିଥିଲେ । ବିଶ୍ୱ ଓଡ଼ିଆ ପରିବାର ଏହି ଆନ୍ଦୋନଳର ଏକ ଅଂଶବିଶେଷ ମାତ୍ର । ଓଡ଼ିଶାର ପ୍ରତ୍ୟେକ ଓଡ଼ିଆଙ୍କର ସ୍ୱରକୁ ସମଗ୍ର ବିଶ୍ୱରେ ପରିଚିତ ଓ ସମ୍ମାନିତ କରିବା ପାଇଁ ଉଦ୍ୟମ ଜାରି ରଖିବା ପାଇଁ ସେ କହିଥିଲେ ।

ଏହି କର୍ମଶାଳାରେ ପୂର୍ବତନ ପ୍ରଶାସକ ଶ୍ରୀ ଅଲେଖ ପଢିଆରୀ, ପ୍ରଫେସର ଡଃ ବଦ୍ରିନାଥ ପଟ୍ଟନାୟକ, କେଦାର ନାଥ ଆଚାର୍ଯ୍ୟ, ହରିହର ମିଶ୍ର, ସୁଧାଂଶୁ ପାତ୍ର, ଚିତ୍ରଲେଖା ମହାନ୍ତି, ସମ୍ୟକ ମହାନ୍ତି, ଡଃ ରାଧାଗୋବିନ୍ଦ ପଣ୍ଡା, ଚକ୍ରଧର ବେହେରା, ସୁବାଷ ଚନ୍ଦ୍ର ରାଉତ, ସୁଦର୍ଶନ ମିଶ୍ର, ଅମ୍ବିକା ଦାସ, ପଲ୍ଲବୀ ମହାପାତ୍ର, କାଳିପଦ ଦାସ, ଆୟସା ଦାସ, ବ୍ରଜକିଶୋର ଜେନା, ହରିହର କାନୁନଗୋ, ପ୍ରମୁଖ ଶିକ୍ଷା, ଶିକ୍ଷାୟତନ ଓ ଶିକ୍ଷାନୀତି ଉପରେ ସେମାନଙ୍କର ସୁଚିନ୍ତିତ ମତ ପ୍ରଦାନ କରିଥିଲେ। ବିଶିଷ୍ଠ ଶିକ୍ଷାବିତ୍ ତଥା କବି ଡଃ ପ୍ରୀତି ପ୍ରତିଭା ଭୋଳ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ। ଶ୍ରୀ ଭବାନୀ ପ୍ରସାଦ ମିଶ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସୁରେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉତ୍କଳ ଦିବସ ଓଡିଶା ଦିବସ ସଜ୍ଜନ ଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026
Latest News

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.