Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମ ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟର ୯୮% ଧାନ ସଂଗ୍ରହ
ଆଜିର ଖବର

ଗଞ୍ଜାମ ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟର ୯୮% ଧାନ ସଂଗ୍ରହ

April 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଶେଷ ହୋଇଛି। ଚଳିତ ଥର ଜିଲ୍ଲାରେ ରେକର୍ଡ ସଂଖ୍ୟକ ଚାଷୀଙ୍କ ଠାରୁ ରେକଡ ସଂଖ୍ୟକ ଧାନ ସଂଗ୍ରହ ହୋଇଥିଲେ ମଧ୍ୟ ୪୭୯୮ ଜଣ ଚାଷୀ ଧାନ ବିକ୍ରି କରିପାରିଲେ ନାହିଁ। ଗଞ୍ଜାମ ଜିଲ୍ଲାରେ ଦୁଇ ଥର ଅଦିନିଆ ବର୍ଷା ପାଇଁ ଧାନ ଅମଳରେ ବିଳମ୍ବ ହେତୁ ଡିସେମ୍ବର ୨୩ ପରିବର୍ଭେ ଜାନୁଆରୀ ୩ ତାରିଖରୁ ଧାନ ମଣ୍ଡି ଖୋଲା ଯାଇଥିଲା।

ଜିଲ୍ଲାରେ ୪୭୮ ସୋସାଇଟି ଚଳିତ ବର୍ଷ ଧାନ କିଣାରେ ସାମିଲ ହୋଇଥିଲେ। ସେଥିମଧ୍ୟରୁ ୩୬୬ ସେବା ସମବାୟ ସମିତି, ୧୧୧ଟି ସ୍ବୟଂସହାୟକ ଗୋଷ୍ଠୀ ଓ ଗୋଟିଏ ପାଣି ପଚଂୟତ ସହ ୩୭୧ ମିଲର ଧାନ କିଣାରେ ସାମିଲ ହୋଇଥିଲେ। ଚଳିତ ବର୍ଷ ୧ ଲକ୍ଷ ୪୬ ହଜାର ୫୦୪ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ସାଟେଲାଇଟ ସର୍ଭେ ପରେ ୧ ଲକ୍ଷ ୪୪ ହଜାର ୬୮୪ ଜଣ ଚାଷୀ ସରକାରୀ ମଣ୍ଡିରେ ଧାନ ବିକ୍ରି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।

ଜିଲ୍ଲାକୁ ଦୁଇଟି ପର୍ଯ୍ୟାୟରେ ଲକ୍ଷ୍ୟ ଧାର୍ଯ୍ୟ ବୃଦ୍ଧି ହୋଇ ମୋଟ ୬୦ ଲକ୍ଷ ୨୩ ହଜାର ୫୯୮ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଦିଆଯାଇଥିଲା। ମାର୍ଚ୍ଚ ୩୧ରେ ଧାନ କିଣା ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ୧ ଲକ୍ଷ ୩୯ ହଜାର ୮୮୬ ଜଣ ଚାଷୀଙ୍କ ଠାରୁ ୫୮ ଲକ୍ଷ ୮୦ ହଜାର ୮୯୭ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟର ଏହା ୯୮ ପ୍ରତିଶତ।

ତେବେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଥିବା ବେଳେ ଜିଲ୍ଲାର ମାତ୍ର ୪୭୯୮ ଜଣ ଚାଷୀ ନିଜର ଧାନ ବିକ୍ରି କରିପାରିନ‌ଥିବା ଜଣାପଡିଛି। ଧାନ ବିକ୍ରି କରିଥିବା ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୩୪୯ କୋଟି ୬୬ ଲକ୍ଷ ୩୯ ହଜାର ୫୪୫ ଟଙ୍କା ପଠାଯାଇଛି। ଚଳିତ ବର୍ଷ ଧାନ କୁଇଣ୍ଟାଲ ପିଛା ୨୩ଶହ ଓ ବୋନସ ୮୦୦ ଟଙ୍କା ମିଶି ମୋଟ ୩୧ ୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଫଳରେ ବହୁ ଚାଷୀ ରାଜ୍ୟ ବାହାରେ ଧାନ ନଦେଇ ସରକାରୀ ମଣ୍ଡିରେ ଧାନ ବିକ୍ରି କରିଥିଲେ।

ଗଞ୍ଜାମ ଜିଲ୍ଲା ଧାନ ସଂଗ୍ରହ
Share. Facebook Twitter LinkedIn Email WhatsApp Copy Link

Related Posts

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Latest News

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.