Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆୟୁଷ ଡ଼ାକ୍ତର ଚାକିରି ସ୍ଥାୟୀକରଣ ଦାବି: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା ସଂଘ
ଆଜିର ଖବର

ଆୟୁଷ ଡ଼ାକ୍ତର ଚାକିରି ସ୍ଥାୟୀକରଣ ଦାବି: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା ସଂଘ

April 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ବାରମ୍ବାର ଦାବି ପରେ ବି ଶୁଣୁ ନାହାନ୍ତି ରାଜ୍ୟ ସରକାର। ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟ କରୁଥିବା ଅଲ୍ ଓଡ଼ିଶା ଆୟୁଷ ଡାକ୍ତର ସଂଘ ୧୬ ବର୍ଷ ହେବ ଚୁକ୍ତି ଭିତ୍ତିରେ ସିଏଚସି/ପିଏଚସିରେ କାର୍ଯ୍ୟ କରୁଛନ୍ତି। ସବୁ ଆୟୁଷ ଡାକ୍ତରଙ୍କୁ ଚାକିରି ନିୟମିତ କରିବା ପାଇଁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଲା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଓଡ଼ିଶା ଆୟୁଷ ସଂଘ। ଚୁକ୍ତିଭିତ୍ତିକ ଡ଼ାକ୍ତରମାନେ ଚାକିରି ସ୍ଥାୟୀକରଣ ଦାବି କହି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଦୀର୍ଘ ୧୮ ବର୍ଷ ହେବ ଆୟୁଷ ଡାକ୍ତରମାନଙ୍କୁ ଚୁକ୍ତି ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ଏହି ପ୍ରସଙ୍ଗରେ ଦୀର୍ଘ ଦିନ ଧରି ରାଜ୍ୟସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଯାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ୨୦୧୪ରୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସମିତିର ଜାତୀୟ ସ୍ବାସ୍ଥ୍ୟ ମିଶନରେ ନିଯୁକ୍ତ ଆୟୁଷ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ଫାର୍ମାସିଷ୍ଟ, ଲବୋରୋଟରୀ ଟେକ୍ନିସିଆନଙ୍କ ନିଯୁକ୍ତିକୁ ସ୍ଥାୟୀକରଣ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ କାର୍ଯକାରୀ କରାଯାଇନାହିଁ। କେବଳ ୮୧୯୫ ଜଣ ନର୍ସ, ସ୍ବାସ୍ଥ୍ୟକର୍ମୀ, ଫାର୍ମାସିଷ୍ଟ, ଲବୋରେଟରି ତେକ୍ନିସିଆନ ଙ୍କୁ ୨୦୧୯ ଫ୍ରେବୃଆରୀ ମାସରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁମୋଦନରେ ସ୍ଥାୟୀ କରାଯାଇଛି।

ନିଯୁକ୍ତିପ୍ରାପ୍ତ ୧୪୮୫ ଜଣ ଆୟୁଷ ଡାକ୍ତର ସଂଘ ଅନେକବାର ସବୁସ୍ତରରେ ଆଲୋଚନା କରିଥିଲେ। ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ କେବଳ ମୌଖିକ ପ୍ରତିଶ୍ରୁତିରେ ସୀମିତ ରହିଛି। ଆୟୁଷ ଡାକ୍ତର ଓ ଆୟୁଷ ଚିକିତ୍ସା ବ୍ୟବସ୍ଥା ପ୍ରତି ସରକାରଙ୍କ ର ବୈମାତୃକ ମନୋଭାବକୁ ପ୍ରମାଣିତ କରୁଛି ବୋଲି କହିଛି ସଂଘ। ଚିକିତ୍ସା ସହିତ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଗୁରୁତ୍ବ ଦେଇଛି ସର୍ବ ପୁରାତନ ଆୟୁଷ ଚିକିତ୍ସା। ଏହି ପଦ୍ଧତିକୁ ପୁନଶ୍ଚ ମୁଖ୍ୟ ସ୍ରୋତକୁ ଆଣିବାକୁ ବିଧାନସଭାରେ ସମସ୍ତ ବିଧାୟକ ଏକ ବିଧେୟକ ଆଗତ କରିବାକୁ ଅଲ୍ ଓଡ଼ିଶା ଆୟୁଷ ଡାକ୍ତର ସଂଘ ଦାବି ଉପସ୍ଥାପନା କରୁଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି ସଂଘ।

ଆୟୁଷ ଡ଼ାକ୍ତର
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ କେତୋଟି ଜନ ଔଷଧୀ କେନ୍ଦ୍ର?: ରାଜ୍ୟସଭାରେ ଉତ୍ତର ଦେଲେ ମନ୍ତ୍ରୀ

February 10, 2026

ବିଜେପି ଜିତିଲା ଚନ୍ଦ୍ରପୁର ମେୟର ନିର୍ବାଚନ: ସବୁଠୁ ବଡ ଦଳ ସତ୍ତ୍ୱେ କେମିତି ହାରିଲା କଂଗ୍ରେସ?

February 10, 2026

ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ଏବେ ପୁସ୍ତକକୁ ନେଇ ପ୍ରତିକ୍ରିୟା ଦେଲେ ଜେନେରାଲ ନରବଣେ

February 10, 2026

ଆୟୁଷ ଡାକ୍ତରଙ୍କ ବଢିଲା ଦରମା, ଏଣିକି ବରିଷ୍ଠତା ଭିତ୍ତିରେ ସେମାନେ ମାସକୁ ପାଇବେ..

February 10, 2026
Latest News

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026

ଓଡ଼ିଶାରେ କେତୋଟି ଜନ ଔଷଧୀ କେନ୍ଦ୍ର?: ରାଜ୍ୟସଭାରେ ଉତ୍ତର ଦେଲେ ମନ୍ତ୍ରୀ

February 10, 2026

ବିଜେପି ଜିତିଲା ଚନ୍ଦ୍ରପୁର ମେୟର ନିର୍ବାଚନ: ସବୁଠୁ ବଡ ଦଳ ସତ୍ତ୍ୱେ କେମିତି ହାରିଲା କଂଗ୍ରେସ?

February 10, 2026

ଭାରତୀୟ ଚାଷୀଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ ଭାରତ-ଆମେରିକା ବାଣିଜ୍ୟ ରାଜିନାମା

February 10, 2026

ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ଏବେ ପୁସ୍ତକକୁ ନେଇ ପ୍ରତିକ୍ରିୟା ଦେଲେ ଜେନେରାଲ ନରବଣେ

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.