Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଶୋକାଷ୍ଟମୀରେ ଆଶୋକ ଫୁଲରେ ପୂଜା ପାଇଲେ ମା’ଭଗବତୀ, ଶ୍ରୀଗତିଶ୍ଵର ଦେବଙ୍କ ପୀଠ ଚଳଚଞ୍ଚଳ
ଆଜିର ଖବର

ଅଶୋକାଷ୍ଟମୀରେ ଆଶୋକ ଫୁଲରେ ପୂଜା ପାଇଲେ ମା’ଭଗବତୀ, ଶ୍ରୀଗତିଶ୍ଵର ଦେବଙ୍କ ପୀଠ ଚଳଚଞ୍ଚଳ

April 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ରାମାୟଣ ପୁରାଣରେ ବର୍ଣ୍ଣିତ ରାବଣ ମାତା ସୀତାଙ୍କୁ ଅପହରଣ କରି ନିଜର ଅଶୋକ ବନର ଅଶୋକ ବୃକ୍ଷମୂଳରେ ନେଇ ରଖିଥିଲା। ଅଶୋକବୃକ୍ଷ ଏକ ଔଷଧୀୟ ବୃକ୍ଷ ଯାହାର ଛାୟା ଦେହରେ ପଡ଼ିଲେ ଏବଂ ଯାହାର ପୁଷ୍ପ ସେବନ କଲେ ଦୁଃଖଶୋକ ଲାଗେ ନାହିଁ ବୋଲି ବିଶ୍ୱାସ ଅଛି। ସେଥିପାଇଁ ମାତା ସୀତା ପ୍ରଭୁ ଶ୍ରୀରାମଙ୍କୁ ନ ଦେଖି ଅତୀଶୋକାତୁର ଭାବରେ ସମୟ ଅତିବାହିତ କରୁଥିଲେ ମଧ୍ୟ ଅଶୋକ ପୁଷ୍ପସେବନ କରି ସେଥିରୁ ସେ ସୁରକ୍ଷିତ ରହିଥିଲେ ବୋଲି ରାମାୟଣ ଯୁଗରୁ ଏଯାବତ୍ ବିଶ୍ଵାସ ଚଳି ଆସିଛି।

ସେହି ବିଶ୍ୱାସକୁ ଆଧାର କରି ମାତା ଭଗବତୀ ମଧ୍ୟ ଆଜି ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥିରେ ପ୍ରଭୁଶ୍ରୀ ଗତିଶ୍ଵର ଦେବଙ୍କ ନିମନ୍ତ୍ରଣ ରକ୍ଷା କରି ଶ୍ରୀ ଦକ୍ଷେଶ୍ଵରଦେବ, ଶ୍ରୀ ଗୋପୀନାଥଦେବ ଏବଂ ଶ୍ରୀ ରଙ୍କନାଥଦେବଙ୍କୁ ସାଥିରେ ନେଇଥାଟ ପଟୁଆର ଆଲଟ, ଚାମର, ଛତ୍ର ତରାଶସହ ନିଯୋଗୀ ସେବାୟତଙ୍କ ସାଥିରେ ବାଣପୁରର ଦକ୍ଷିଣ ଦିଗ ଭାଲେରୀ ପାହାଡ଼ ପାଦଦେଶରେ ପ୍ରବାହିତ ଶାଳିଆ ନଦୀକୂଳରେ ଥିବା ମାଳି ଗୋବିନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ଗତୀଶ୍ଵର ଦେବଙ୍କ ପୀଠକୁ ଯାତ୍ରା କରି ସେଠାରେ ବିଜେ କରିବାପରେ ପ୍ରଥମେ ପରିଚ୍ଛା ପୂଜକ କୃତ୍ତିବାସ ମହାପାତ୍ର ମା’ଙ୍କୁ ଚନ୍ଦନ, କଜ୍ଵଳ, ସିନ୍ଦୁର, ପୁଷ୍ପ, ଦୀପ ଧୂପ ଏବଂ ଆଲଟ ସେବା କରାଇ ସ୍ୱାଗତ କରିବା ପରେ ପୀଠରେ ଆସନ ଉପରେ ବିଜେ କରାଇଥିଲୋ।

ତାପରେ ପଣସପତ୍ର ଠୋଲାରେ ଅଶୋକ ଫୁଲ ଏବଂ ଶୀତଳ ମଣୋହି ପଇଡ଼କୁ ଷୋଡ଼ଷ ଉପଚ଼ାରରେ ଧୂପ କରାଯାଇଥିଲା। ଏହିପରି ଦ୍ୱିତୀୟ ଧୂପ ପରେ ମା’ରାତିରେ ମନ୍ଦିର କାର୍ଯ୍ୟାଳୟ ତରଫରୁ ପ୍ରସ୍ତୁତ ନିଶଙ୍କୁଡ଼ି କାକରା ଓ ପଇଡ଼ ଧୂପ ହୋଇ ପରଦିନ ସକାଳୁ ବାହୁଡ଼ିବା ବେଳେ ବାଟରେ ପୂଜକ ସାଆନ୍ତ ପରୀଚ୍ଛାଙ୍କ ଦ୍ଵାରମାନଙ୍କରେ ପନ୍ତି ଖାଇ ପିତ୍ରାଳୟ ଦକ୍ଷେଶ୍ଵମନ୍ଦିରକୁ ବିଜେ କରିବେ। ମା’ଙ୍କ ପୀଠର ବାରମାସରେ ତେର ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଏକ ବଡ଼ ଯାତ୍ରା।

ବହୁକାଳ ପୂର୍ବରୁ ମା’ଭଗବତୀ ଏହିଦିନ ଦକ୍ଷିଣ ଦିଗ ରକ୍ଷାକାରିଣୀ ଭାଲେରୀ ପାହାଡ଼ ଗୁମ୍ଫାରେ ପୂଜିତା ଓଡ଼ିଶାର ଅନନ୍ୟ ଶକ୍ତିପୀଠ ଭଉଣୀ ନାରାୟଣୀଙ୍କ ପୀଠକୁ ଯାତ୍ରା କରି ସେଠାରେ ଏହିପରି ଅଶୋକ ଫୁଲ ଓ ଶୀତଳ ମଣୋହୀ ପଇଡ଼,କାକାରା ଭୋଗ ଲାଗି ହୋଇ ଆଗାମୀ ଶାରଦୀୟ ପର୍ବକୁ ମା’ନାରାୟଣୀଙ୍କୁ ନିମନ୍ତ୍ରଣ କରି ସାଥିରେ ମା’ଙ୍କ ଆଜ୍ଞାମାଳ ନେଇ ଫେରୁଥିବା କଥା ପ୍ରଚଳିତ କିମ୍ବଦନ୍ତୀରୁ ଜଣାପଡେ। ତତ୍କାଳୀନ ଖଲିକୋଟ ଗଡ଼ଯାତର ମର୍ଦ୍ଦରାଜ ରାଜ ପରିବାରଙ୍କ ଦ୍ୱାରା ଦୁଇ ଭଉଣୀଙ୍କ ସେବା ପୂଜାର ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଉଥିଲା।

ପରବର୍ତ୍ତୀ ସମୟରେ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ବ୍ରିଟିଶ ଶାସନକାଳରେ ରାଜାଙ୍କ ହାତରୁ ସମସ୍ତ କ୍ଷମତା ଚାଲିଯିବା ପରେ ଏହି ପରମ୍ପରାରେ ବ୍ୟତିକ୍ରମ ଘଟିବାରୁ ମା’ଙ୍କ ଏହି ପର୍ବରେ ମଧ୍ୟ ପରିବର୍ତ୍ତନ କରାଯାଇ କେବଳ ପରମ୍ପରା ବିଧି ରକ୍ଷା ନିମନ୍ତେ ଆଜିର ଏହି ବ୍ୟବସ୍ଥା ଶ୍ରୀ ଗତିଶ୍ଵର ଦେବଙ୍କ ପୀଠରେ ସଂପାଦନ କରାଯାଉଛି। ମା’ଙ୍କୁ ଆଜିର ପବିତ୍ର ଦିନରେ ଦର୍ଶନ କରି ମା’ଙ୍କ ଅଶୋକ ଫୁଲପ୍ରସାଦ ପାଇ ଜୀବନରେ ସମସ୍ତ ଦୁଃଖଶୋକ ରୁ ରକ୍ଷା ପାଇବା ପାଇଁ ବାଣପୁର ତଥା ଆଖପାଖ ଅଞ୍ଚଳର ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ରାତିସାରା ଯାତ୍ରା ପଡ଼ିଆରେ ସଂକାର୍ତ୍ତନ’ ଭଜନ ସମାରୋହ, ରାମନାଟକ, ଇତ୍ୟାଦି ସାଂସ୍କୃତିକ କର୍ଯ୍ୟକ୍ରମ ପରିବେଷଣର ବ୍ୟବସ୍ଥା ଗ୍ରାମବାସୀଙ୍କ ତରଫରୁ କରାଯାଇଛି। ଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ପ୍ରଶାସନ, ବାଣପୁର ଥାନାଧିକାରୀ ରମେଶ କୁମାର ଦେବତା ସମସ୍ତ ପ୍ରକାର ସହଯୋଗ ଯୋଗାଇଦେଇଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ।

ଅଷ୍ଟମୀ ତିଥି ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ଗାଡ଼କଣ ଅଳିଆ ଗଦା ସ୍ଥିତି ସମୀକ୍ଷା କରିବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

September 8, 2025

AIIMS Bhubaneswar ଆୟୋଜିତ କଲା ମେଡିକାଲ ଅକ୍ସିଜେନ ପରିଚାଳନା କାର୍ଯ୍ୟକ୍ରମ 

September 8, 2025

ନୂଆପଡା ବିଧାୟକଙ୍କ ପରଲୋକରେ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ, କହିଲେ

September 8, 2025

ଆପ ବିଧାୟକ ମେହରାଜ ମଲିକ ଗିରଫ, ଅଭିଯୋଗ କ’ଣ?

September 8, 2025
Latest News

ଭୁବନେଶ୍ବର ଗାଡ଼କଣ ଅଳିଆ ଗଦା ସ୍ଥିତି ସମୀକ୍ଷା କରିବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

September 8, 2025

AIIMS Bhubaneswar ଆୟୋଜିତ କଲା ମେଡିକାଲ ଅକ୍ସିଜେନ ପରିଚାଳନା କାର୍ଯ୍ୟକ୍ରମ 

September 8, 2025

ନୂଆପଡା ବିଧାୟକଙ୍କ ପରଲୋକରେ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ, କହିଲେ

September 8, 2025

ଆପ ବିଧାୟକ ମେହରାଜ ମଲିକ ଗିରଫ, ଅଭିଯୋଗ କ’ଣ?

September 8, 2025

ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ, ୪ ଥର ବିଧାୟକ

September 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.