Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ: ଉଗ୍ରରୂପ ନେଲା ପାରିବାରିକ କଳହ, ସ୍ବାମୀର କଟୁରି ଚୋଟରେ ସ୍ତ୍ରୀ ଗୁରୁତର
ଆଜିର ଖବର

ବାଲୁଗାଁ: ଉଗ୍ରରୂପ ନେଲା ପାରିବାରିକ କଳହ, ସ୍ବାମୀର କଟୁରି ଚୋଟରେ ସ୍ତ୍ରୀ ଗୁରୁତର

April 5, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଆଜି ସକାଳେ ବାଲୁଗାଁ ଥାନା ଅନ୍ତର୍ଗତ ଅନ୍ନପୂର୍ଣା ନଗରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ବାମୀ କଟୁରି ଚୋଟରେ ସ୍ତ୍ରୀ ଗୁରୁତର ଆହାତ ହୋଇଥିବା ବେଳେ ଘଟଣା ସ୍ଥଳରୁ ସ୍ୱାମୀ ଫେରାର ଥିବା ଜଣାପଡିଛି।

ଖବର ମୁତାବକ ଅନ୍ନପୂର୍ଣା ନଗରର ମିଥୁନ ପରିଡା ଆଜି ସକାଳୁ କୌଣସି କାରଣ ନେଇ ସ୍ତ୍ରୀ ଲିଲି ପରିଡାଙ୍କ (୩୦) ସହ ବଚସା ହୋଇଥିଲା। ପାରିବାରିକ କଳହରୁ ବଚସା କ୍ରମଶଃ ଉଗ୍ରରୂପ ନେବାରୁ ମିଥୁନ ଏକ କଟୁରିରେ ଲିଲିକୁ ବାରମ୍ବାର ଆକ୍ରମଣ କରିଥିଲେ। ଲିଲିଙ୍କ ମୁଣ୍ଡ, ବେକ ପିଠିରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି। ସାହି ପଡିଶା ଏଭଳି ଅମାନବନୀୟ ଘଟଣା ଦେଖି ଆହତ ଅବସ୍ଥାରେ ଲିଲିଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ଵର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣା ସ୍ଥଳରୁ ସ୍ବାମୀ ଫେରାର ହୋଇଯାଇଥିବା ବେଳେ ଲିଲିଙ୍କ ବାପ ଘର ପକ୍ଷରୁ ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ଏକ ମାମଲା ରୁଜୁ କରିବା ସହ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ସୂଚନା ଥାଉକି ଅଭିଯୁକ୍ତ ମିଥୁନ ଜଣେ ଉଠା ପଇଡ଼ ବେପାରୀ ହୋଇଥିବା ବେଳେ ଘରେ ବୃଦ୍ଧ ବାପା, ମା, ୭ ବର୍ଷର ପୁଅ ଓ ୪ ବର୍ଷର ଝିଅ ରହୁଥିଲେ। ତେବେ ଏପରି ଘଟଣା କଣ ପାଇଁ ମିଥୁନ କଲା ତାହା ସନ୍ଦେହ ଘେରରେ ରହିଥିବା ଆଲୋଚନାର ବିଷୟ ପାଲଟିଛି।

ପାରିବାରିକ କଳହ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ହ୍ୟାଣ୍ଡ ବଲଟି ଧରି ପଡିଆ ଉପରକୁ ହଠାତ୍ କାହିଁକି ଆସିଲେ, ସମସ୍ତେ ତାଜୁବ୍…

September 13, 2025

ଭିସୁଟ, ବୁର୍ଲାର ୧୬ତମ ସମାବର୍ତ୍ତନ ସମାରୋହରେ ରାଜ୍ୟପାଳ

September 13, 2025

ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ଓଡିଶାରେ ଲାଗିବ ୭୫ ଲକ୍ଷ ଗଛ, ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଲେ…

September 13, 2025

ମଣିପୁରରେ ୭,୩୦୦ କୋଟିର ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

September 13, 2025
Latest News

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ହ୍ୟାଣ୍ଡ ବଲଟି ଧରି ପଡିଆ ଉପରକୁ ହଠାତ୍ କାହିଁକି ଆସିଲେ, ସମସ୍ତେ ତାଜୁବ୍…

September 13, 2025

ଭିସୁଟ, ବୁର୍ଲାର ୧୬ତମ ସମାବର୍ତ୍ତନ ସମାରୋହରେ ରାଜ୍ୟପାଳ

September 13, 2025

ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ଓଡିଶାରେ ଲାଗିବ ୭୫ ଲକ୍ଷ ଗଛ, ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଲେ…

September 13, 2025

ମଣିପୁରରେ ୭,୩୦୦ କୋଟିର ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

September 13, 2025

ଆଇଜଲରେ ୯,୦୦୦ କୋଟିରୁ ଅଧିକ ମୂଲ୍ୟର ବିକାଶ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

September 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.