Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଜାତୀୟ ସଡକ ପଥ ପ୍ରକଳ୍ପର ଜନଶୁଣାଣି ଅନୁଷ୍ଠିତ
ଆଜିର ଖବର

ଖୋର୍ଦ୍ଧା: ଜାତୀୟ ସଡକ ପଥ ପ୍ରକଳ୍ପର ଜନଶୁଣାଣି ଅନୁଷ୍ଠିତ

April 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ହାବେଳୀ ପଡିଆ ଠାରେ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ ଅଧୀନ 6-ଲେନ ଓଡିଶା ରାଜଧାନୀ ଅଞ୍ଚଳ ରିଂ ରୋଡ଼ କଟକ, ଖୋର୍ଦ୍ଧା ଏବଂ ଢେଙ୍କାନାଳ ଜିଲ୍ଲା ମଧ୍ୟଦେଇ (ସି ଆର ଆର ଆର ଆର -1) ରାମେଶ୍ୱର ଜାତୀୟ ରାଜପଥ -16 ରୁ ଗୋବିନ୍ଦପୁର ଜାତୀୟ ରାଜପଥ- 55 ପର୍ଯ୍ୟନ୍ତ ପ୍ରାୟ 70.995 କି. ମି ଖୋର୍ଦ୍ଧା ଜିଲ୍ଲା ମଧ୍ୟ ଦେଇ ଯାଉଥିବା ଜାତୀୟ ସଡକ ପଥ ପ୍ରକଳ୍ପର ଜନଶୁଣାଣି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି।

ଏହି ପ୍ରକଳ୍ପରେ ପରିବେଶକୁ ପ୍ରଭାବିତ କରୁଥିବା ବିଷୟ ଗୁଡିକଉପରେ ଆସିଥିବା ଅଭିଯୋଗ ଗୁଡିକ ଉପରେ ଜଣ ଶୁଣାଣି କରାଯାଇଥିଲା। ଅଭିଯୋଗ ଶିବିରରେ ଉପଜିଲ୍ଲାପାଳ ଖୋର୍ଦ୍ଧା କିଶୋର କୁମାର ପଣ୍ଡା, ତହସିଲଦାର, ଖୋର୍ଦ୍ଧା ନିବେଦିତା ପରିଡା, ତହସିଲଦାର ଟାଙ୍ଗୀ, ମିତାଲି ପାତ୍ର, ତହସିଲଦାର, ବେଗୁନିଆ ବିଜୟ କୁମାର ସେଠୀ , ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ କର୍ତୃପକ୍ଷ ଆଞ୍ଚଳିକ ଅଧିକାରୀ ସୌମେନ୍ଦ୍ର ମହାନ୍ତି, ପରିଚାଳକ, ରାଜୀବ କୁମାର, ପରାମର୍ଶଦାତା, ଉମାକାନ୍ତ ପାଣି ପ୍ରମୁଖ ଯୋଗଦେଇ ଜନ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ। ଅଭିଯୋଗ ଶିବିରରେ ସମ୍ପୃକ୍ତ ଅଂଚଳର ସରପଞ୍ଚ, ଜନପ୍ରତିନିଧି ସମେତ 150 ଗ୍ରାମବାସୀ ଯୋଗଦେଇ ପରିବେଶକୁ ପ୍ରଭାବିତ କରୁଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆପତ୍ତି ଆଣିଥିଲେ।

ପ୍ରକଳ୍ପ ନିର୍ମାଣରେ କେତେ ବୃକ୍ଷ କଟାଯିବ, କେତେ ପ୍ରାକୃତିକ ଜଳ ଉତ୍ସ ପ୍ରଭାବିତ ହେବ ସେ ସମ୍ପର୍କରେ ଅବଗତ କରାଇବାସହ ଏହାର ସମାଧାନ ନିମନ୍ତେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ, ପଶୁ ପକ୍ଷୀ ମାନଙ୍କ ବାସସ୍ଥଳୀ ନିମନ୍ତେ ଜଙ୍ଗଲ ସୃଷ୍ଟି, ହାତୀ ରହଣି ଏବଂ ସେମାନଙ୍କ ଯିବା ଆସିବା ରାସ୍ତା (ପ୍ୟାସେଜ ), ପ୍ରକଳ୍ପ ନିର୍ମାଣ ସମୟରେ ଆଧୁନିକ ପଦ୍ଧତିରେ ବାୟୁ ପ୍ରଦ୍ୟୁଷଣ, ଜଳ ପ୍ରଦ୍ୟୁଷଣ ରୋକିବା ଦିଗରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଆପତ୍ତିକାରିଙ୍କୁ ବୁଝାଇଥିଲେ।

ସର୍ବୋପରି ପରିବେଶ ଉପରେ ଯେଭଳି କୌଣସି କ୍ଷତିକାରକ ପ୍ରଭାବ ନ ପଡେ ସେଥିପ୍ରତି ରାଜ୍ୟସରକାର, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ ସମସ୍ତ ପ୍ରକାର ଆଶୁ ପଦକ୍ଷେପ ଗ୍ରହଣ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରକାଶ କରିଥିଲେ।

ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026
Latest News

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ଇଣ୍ଡିଆ ଏଆଇ ଷ୍ଟାକ୍: ପ୍ରଯୁକ୍ତିରେ ସଶକ୍ତ ଭବିଷ୍ୟତ

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.