Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଜାତୀୟ ସଡକ ପଥ ପ୍ରକଳ୍ପର ଜନଶୁଣାଣି ଅନୁଷ୍ଠିତ
ଆଜିର ଖବର

ଖୋର୍ଦ୍ଧା: ଜାତୀୟ ସଡକ ପଥ ପ୍ରକଳ୍ପର ଜନଶୁଣାଣି ଅନୁଷ୍ଠିତ

April 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ହାବେଳୀ ପଡିଆ ଠାରେ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ ଅଧୀନ 6-ଲେନ ଓଡିଶା ରାଜଧାନୀ ଅଞ୍ଚଳ ରିଂ ରୋଡ଼ କଟକ, ଖୋର୍ଦ୍ଧା ଏବଂ ଢେଙ୍କାନାଳ ଜିଲ୍ଲା ମଧ୍ୟଦେଇ (ସି ଆର ଆର ଆର ଆର -1) ରାମେଶ୍ୱର ଜାତୀୟ ରାଜପଥ -16 ରୁ ଗୋବିନ୍ଦପୁର ଜାତୀୟ ରାଜପଥ- 55 ପର୍ଯ୍ୟନ୍ତ ପ୍ରାୟ 70.995 କି. ମି ଖୋର୍ଦ୍ଧା ଜିଲ୍ଲା ମଧ୍ୟ ଦେଇ ଯାଉଥିବା ଜାତୀୟ ସଡକ ପଥ ପ୍ରକଳ୍ପର ଜନଶୁଣାଣି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି।

ଏହି ପ୍ରକଳ୍ପରେ ପରିବେଶକୁ ପ୍ରଭାବିତ କରୁଥିବା ବିଷୟ ଗୁଡିକଉପରେ ଆସିଥିବା ଅଭିଯୋଗ ଗୁଡିକ ଉପରେ ଜଣ ଶୁଣାଣି କରାଯାଇଥିଲା। ଅଭିଯୋଗ ଶିବିରରେ ଉପଜିଲ୍ଲାପାଳ ଖୋର୍ଦ୍ଧା କିଶୋର କୁମାର ପଣ୍ଡା, ତହସିଲଦାର, ଖୋର୍ଦ୍ଧା ନିବେଦିତା ପରିଡା, ତହସିଲଦାର ଟାଙ୍ଗୀ, ମିତାଲି ପାତ୍ର, ତହସିଲଦାର, ବେଗୁନିଆ ବିଜୟ କୁମାର ସେଠୀ , ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ କର୍ତୃପକ୍ଷ ଆଞ୍ଚଳିକ ଅଧିକାରୀ ସୌମେନ୍ଦ୍ର ମହାନ୍ତି, ପରିଚାଳକ, ରାଜୀବ କୁମାର, ପରାମର୍ଶଦାତା, ଉମାକାନ୍ତ ପାଣି ପ୍ରମୁଖ ଯୋଗଦେଇ ଜନ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ। ଅଭିଯୋଗ ଶିବିରରେ ସମ୍ପୃକ୍ତ ଅଂଚଳର ସରପଞ୍ଚ, ଜନପ୍ରତିନିଧି ସମେତ 150 ଗ୍ରାମବାସୀ ଯୋଗଦେଇ ପରିବେଶକୁ ପ୍ରଭାବିତ କରୁଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆପତ୍ତି ଆଣିଥିଲେ।

ପ୍ରକଳ୍ପ ନିର୍ମାଣରେ କେତେ ବୃକ୍ଷ କଟାଯିବ, କେତେ ପ୍ରାକୃତିକ ଜଳ ଉତ୍ସ ପ୍ରଭାବିତ ହେବ ସେ ସମ୍ପର୍କରେ ଅବଗତ କରାଇବାସହ ଏହାର ସମାଧାନ ନିମନ୍ତେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ, ପଶୁ ପକ୍ଷୀ ମାନଙ୍କ ବାସସ୍ଥଳୀ ନିମନ୍ତେ ଜଙ୍ଗଲ ସୃଷ୍ଟି, ହାତୀ ରହଣି ଏବଂ ସେମାନଙ୍କ ଯିବା ଆସିବା ରାସ୍ତା (ପ୍ୟାସେଜ ), ପ୍ରକଳ୍ପ ନିର୍ମାଣ ସମୟରେ ଆଧୁନିକ ପଦ୍ଧତିରେ ବାୟୁ ପ୍ରଦ୍ୟୁଷଣ, ଜଳ ପ୍ରଦ୍ୟୁଷଣ ରୋକିବା ଦିଗରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଆପତ୍ତିକାରିଙ୍କୁ ବୁଝାଇଥିଲେ।

ସର୍ବୋପରି ପରିବେଶ ଉପରେ ଯେଭଳି କୌଣସି କ୍ଷତିକାରକ ପ୍ରଭାବ ନ ପଡେ ସେଥିପ୍ରତି ରାଜ୍ୟସରକାର, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ ସମସ୍ତ ପ୍ରକାର ଆଶୁ ପଦକ୍ଷେପ ଗ୍ରହଣ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରକାଶ କରିଥିଲେ।

ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ତୃତୀୟ ସର୍ବ ଭାରତୀୟ କ୍ରିକେଟ ଚାମ୍ପିୟନସିପ୍: ଚମ୍ପିଆନ ଟିମକୁ ଟ୍ରଫି ପ୍ରଦାନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

November 17, 2025

ଭାରତ-ଆମେରିକା ମଧ୍ୟରେ ଏଲପିଜି ଚୁକ୍ତିନାମା

November 17, 2025

ରବିନ୍ଦ୍ର ଜାଡେଜା କାହିଁକି ୪ କୋଟି  କମରେ CSK ଛାଡିଲେ?: କାରଣ ବଖାଣିଲେ ପୂର୍ବତନ କ୍ରିକେଟର 

November 17, 2025

ସାଉଦି ଆରବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪୨ ଭାରତୀୟଙ୍କ ମୃତ୍ୟୁ ଆଶଙ୍କା

November 17, 2025
Latest News

ତୃତୀୟ ସର୍ବ ଭାରତୀୟ କ୍ରିକେଟ ଚାମ୍ପିୟନସିପ୍: ଚମ୍ପିଆନ ଟିମକୁ ଟ୍ରଫି ପ୍ରଦାନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

November 17, 2025

ଭାରତ-ଆମେରିକା ମଧ୍ୟରେ ଏଲପିଜି ଚୁକ୍ତିନାମା

November 17, 2025

ରବିନ୍ଦ୍ର ଜାଡେଜା କାହିଁକି ୪ କୋଟି  କମରେ CSK ଛାଡିଲେ?: କାରଣ ବଖାଣିଲେ ପୂର୍ବତନ କ୍ରିକେଟର 

November 17, 2025

ସାଉଦି ଆରବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪୨ ଭାରତୀୟଙ୍କ ମୃତ୍ୟୁ ଆଶଙ୍କା

November 17, 2025

ବିହାର ପାଇଁ କ୍ୟାବିନେଟ ଫର୍ମୁଲା ସ୍ଥିର, ନୀତିଶ ହେବେ ମୁଖ୍ୟମନ୍ତ୍ରୀ, ବିଜେପି ପାଇବ ଦୁଇ ଉପମୁଖ୍ୟମନ୍ତ୍ରୀ!

November 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.