Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲିଙ୍ଗରାଜ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା, ନୃତ୍ୟରେ ବିମୋହିତ କଲେ କଳାକାର
ଆଜିର ଖବର

ଲିଙ୍ଗରାଜ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା, ନୃତ୍ୟରେ ବିମୋହିତ କଲେ କଳାକାର

April 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Lingara
ଲିଙ୍ଗରାଜ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା, ନୃତ୍ୟରେ ବିମୋହିତ କଲେ କଳାକାର

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ନୃତ୍ୟରେ ବିମୋହିତ କରିଥିଲେ କଳାକାରମାନେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ନୃତ୍ୟକୁ ଦେଖି ଦର୍ଶକ ବିମୁଗ୍ଧ ହୋଇଥିଲେ ।

ପ୍ରଥମେ ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ ଓ ତାଙ୍କ ଦଳ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ପରେ କୋଲକତାରୁ ଆସିଥିବା ଝିନ୍‌କୋ ମୁଖାର୍ଜୀ ଡ୍ୟାନ୍ସ ଗ୍ରୁପ୍ ଦ୍ୱାରା ଭାରତ ନାଟ୍ୟମ ପରିବେଷଣ କରାଯାଇଥିଲା । ପରେ ଶଙ୍କର ବାଇ ଦଳ ଦ୍ୱାରା ସମ୍ବଲପୁରୀ ନୃତ୍ୟ । ପରେ ପରେ ଇଷ୍ଟର୍ଣ୍ଣ ଜୋନ କଲଚରାଲ ସେଣ୍ଟର ପକ୍ଷରୁ କଳାକାରଙ୍କ ଦ୍ୱାରା ଛଉନୃତ୍ୟ ଓ ତ୍ରିନେତ୍ର କଳାକୁଞ୍ଜ ପକ୍ଷରୁ କାଳୀ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ବୀଣା କିଶୋରୀ ଦଳ ଦ୍ୱାରା ପଲ୍ଲୀ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ମୁଗ୍ଧ କରିଥିଲା ।

କାର୍ଯ୍ୟକ୍ରମକୁ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶନାରେ ବାସୁଦେବ ନାଥ ସଂଯୋଜନା କରିଥିଲେ। ଏଥିରେ ଅତିଥି ଭାବେ ପଦ୍ମଶ୍ରୀ, ବରିଷ୍ଠ ନୃତ୍ୟଶିଳ୍ପୀ ଇଲିଆନା ସିତାରିଷ୍ଟ, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ନୃତ୍ୟଶିଳ୍ପୀ ପ୍ରତିଭା ପଣ୍ଡା, ଭୁବନେଶ୍ୱର ଓକିଲ ସଂଘର ସମ୍ପାଦକ ସତ୍ୟ ରଞ୍ଜନ ସେନାପତି, ଉପସଭାପତି କବିନ୍ଦ୍ର ବାରିକ, ଯୁଗ୍ମ ସମ୍ପାଦକ ରଶ୍ମୀ ରଞ୍ଜନ ମହାନ୍ତି, କୋଷାଧ୍ୟକ୍ଷ ଦୀପ୍ତି ରଞ୍ଜନ ନନ୍ଦ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ଓୟୁଡବ୍ଲୁଜେ ରାଜ୍ୟ ସଭାପତି ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ, ବିଶ୍ୱବାଣୀ ସମ୍ପାଦକ ଅର୍ଜୁନ ଚରଣ ମୁଦୁଲି, ଭାଷା ଆନ୍ଦୋଳନର ପବିତ୍ର ମହାରଥା, ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର ପ୍ରମୁଖ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ।

ଅନୁଷ୍ଠାନର ସଭାପତି ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ସନତ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡାଙ୍କ ନିର୍ଦ୍ଦେଶନାରେ ବାସୁଦେବ ନାଥ ସଂଯୋଜନା କରିଥିଲେ। ଏଥିରେ ଅନୁଷ୍ଠାନର କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, ମ୍ୟାନେଜର ବିଶ୍ୱନାଥ ମହାପାତ୍ର, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ସୁଧୀର ରଞ୍ଜନ ଜେନା, ପ୍ରମୋଦ ଦାସ, ଗଣେଶ ପାଲ, ପ୍ରତାପ ପଟ୍ଟନାୟକ, ତପନ ମହାସୁଆର, ଦେବାଶିଷ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ଅତିଥିମାନେ କଳାକାରଙ୍କୁ ସମ୍ବର୍ଦ୍ଧନା କରିଥିଲେ।

Lingaraj festival ଲିଙ୍ଗରାଜ ମହୋତ୍ସବ ଲିଙ୍ଗରାଜ ରଥଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଦୃଷ୍ଟିହୀନ ମହିଳା କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଲେ ନୀତା ଅମ୍ବାନୀ

November 27, 2025

୧ କୋଟି ୩୭ ଲକ୍ଷରୁ ଅଧିକ ପହଞ୍ଚିଲା କେରଳରେ SIR ପାଇଁ ଡିଜିଟାଇଜଡ୍ ଗଣନା ଫର୍ମ ସଂଖ୍ୟା

November 27, 2025

ସେନା ମୁଖ୍ୟଙ୍କ ବିଷୟରେ ମିଥ୍ୟା ଭିଡିଓକୁ ଅସ୍ୱୀକାର କଲେ ସରକାର 

November 27, 2025

Cyclone Alert: ବଙ୍ଗାପସାଗରରେ ସୃଷ୍ଟି ହେଲା ବାତ୍ୟା ଡିଟୱା, କେଉଁଠି ହେବ ମାଡ ???

November 27, 2025
Latest News

ଦୃଷ୍ଟିହୀନ ମହିଳା କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଲେ ନୀତା ଅମ୍ବାନୀ

November 27, 2025

ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 27, 2025

୧ କୋଟି ୩୭ ଲକ୍ଷରୁ ଅଧିକ ପହଞ୍ଚିଲା କେରଳରେ SIR ପାଇଁ ଡିଜିଟାଇଜଡ୍ ଗଣନା ଫର୍ମ ସଂଖ୍ୟା

November 27, 2025

ସେନା ମୁଖ୍ୟଙ୍କ ବିଷୟରେ ମିଥ୍ୟା ଭିଡିଓକୁ ଅସ୍ୱୀକାର କଲେ ସରକାର 

November 27, 2025

Cyclone Alert: ବଙ୍ଗାପସାଗରରେ ସୃଷ୍ଟି ହେଲା ବାତ୍ୟା ଡିଟୱା, କେଉଁଠି ହେବ ମାଡ ???

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.