Categories
ଆଞ୍ଚଳିକ

ଲିଙ୍ଗରାଜ ମହୋତ୍ସବରେ ସୁକନ୍ୟା ଭାରତୀୟ ସାଂସ୍କୃତିକ ଟ୍ରଷ୍ଟର ଚିତାକର୍ଷକ ନୃତ୍ୟ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚାଲିଥିବା ଲିଙ୍ଗରାଜ ମହୋତ୍ସବ ଚାଲୁ ରହିଛି। ଚତୁର୍ଥ ଦିବସରେ ସୁକନ୍ୟା ଭାରତୀୟ ସାଂସ୍କୃତିକ ଟ୍ରଷ୍ଟ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରେମାଞ୍ଜଳି ମିଶ୍ରଙ୍କ ନିର୍ଦେଶନାରେ ଶିବ ତାଣ୍ଡବ ନୃତ୍ୟ, ଶ୍ରୀକୃଷ୍ଣ ଭଜନ ମୁଁ ତୋ ଯଶୋଦା.. ମୁଁ ତୋ କକୈଇ.. ମୁଁ ତୋ ଗୁଣ୍ଡିଚା ମା’ ଏବଂ ସମ୍ବଲପୁରୀ ନୃତ୍ୟ କିନ୍ଦିରି କିନ୍ଦିରି ପରିବେଷଣ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା।

ସେହିପରି ବର୍ଷା ପଟ୍ଟନାୟକଙ୍କ ନିର୍ଦେଶନାରେ ଛୋଟ ଛୋଟ ପିଲାମାନେ ଶ୍ୟାମ ତେରୀ ବଂଶୀ ଓ ଦହି ଚୋର ଭଜନରେ ନୃତ ଲୋକଙ୍କୁ ବିଭୋର କରିଥିଲା। ଏହି ଅବସରରେ କେନ୍ଦ୍ରୀୟ ପୂର୍ବାଚଂଳ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଆସାମର ବିହୂ ନୃତ୍ୟ ଓ ମିଲା ଜୁଲି କଳାକେନ୍ଦ୍ର ଦ୍ୱାରା ସାଂସ୍କୃତିକ ନୃତ୍ୟ ପରିବେଷଣ ଦର୍ଶକଙ୍କୁ କିମିଆ କରିଥିଲା। ସେହିପରି ପଦ୍ମଶ୍ରୀ ଏଲିଆନା ସିତାରିଷ୍ଟଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ବଲାଙ୍ଗିର ଗୃପ୍ ଗୁଡ଼୍‌କା ଦ୍ୱାରା ଆଦିବାସୀ ନୃତ୍ୟ ପରିବେଷଣ ଚିତାକର୍ଷକ ହୋଇଥିଲା। ପ୍ରକାଶନୀର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଓ ସାଧାରଣ ସମ୍ପାଦକ ସନତ ମିଶ୍ରଙ୍କ ତତ୍ୱାବଧାନ ଏହି କାର‌୍ୟ୍ୟକ୍ରମ କରାଯାଇଥିଲା।

Categories
ଆଞ୍ଚଳିକ ସଂସ୍କୃତି

କୋଭିଡ ଯୋଗୁଁ ଏ ବର୍ଷ ହେବ ନାହିଁ ଲିଙ୍ଗରାଜ ମହୋତ୍ସବ

ଭୁବନେଶ୍ୱର, ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପରେ ୬ଦିନ ଧରି ହେବାକୁଥିବା ଲିଙ୍ଗରାଜ ମହୋତ୍ସବ କୋଭିଡ଼୍ ଯୋଗୁ ବନ୍ଦ କରି ଦିଆଯାଇଛି । ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ଉପଲକ୍ଷେ ଓଡ଼ିଶା ସଂସ୍କୃତ ବିଭାଗ, ପୂର୍ବାଚଂଳ ସାଂସ୍କୃତିକ କେନ୍ଦ୍ର(ଇଜେଡ଼୍‌ସିସି) ଓ ବିଭିନ୍ନ ବେସରକାରୀ ଅନୁଷ୍ଠାନ ସହଯୋଗରେ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାହାରୁ ବହୁ କଳାକାର ଯୋଗ ଦେଇଥାନ୍ତି ।

ଚଳିତ ବର୍ଷ କୌଣସି ଅନୁଷ୍ଠାନ ନଆସିବା ପାଇଁ ମନା କରାଯିବା ସହ କୋଭିଡ଼୍ କଟକଣା ମାନି କାର୍ଯ୍ୟକ୍ରମ ବନ୍ଦ କରାଗଲା ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟ, ସମ୍ପାଦକ ସନତ ମିଶ୍ର ସୂଚନା ଦେଇଥିଲେ । ଆସନ୍ତା ବର୍ଷ କରୋନା ଦୂରାଇଯିବା ପରେ ମହାସମାରୋହରେ ଏହା କରାଯିବ । ତେବେ ଚଳିତ ବର୍ଷ ସ୍ଥଗିତ ରହିଛି ରାସ୍ତାରେ ୧୪୪ଧାରା ଲାଗିବ ଏଣୁ କୌଣସି ଭକ୍ତ ଆସିବେ ନାହିଁ। ବିଭିନ୍ନ ଗଣମାଧ୍ୟମରେ ରଥଯାତ୍ରା ଦେଖିବା ସହ କରୋନା ପ୍ରତି ସତର୍କ ରହିବାକୁ ଅନୁଷ୍ଠାନର ସଂଯୋଜକ ଲିଙ୍ଗରାଜ ସାହୁଙ୍କ ଅନୁରୋଧ କରିଥିଲେ ।