Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୋସ୍କୋ ବିରୋଧୀ ଆନ୍ଦୋଳନକୁ ନେଇ ଉପନ୍ୟାସ ‘ମାଟି ମୁକ୍ତି’
ଆଜିର ଖବର

ପୋସ୍କୋ ବିରୋଧୀ ଆନ୍ଦୋଳନକୁ ନେଇ ଉପନ୍ୟାସ ‘ମାଟି ମୁକ୍ତି’

April 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: ଦୀର୍ଘ ବାରବର୍ଷ ଧରି ଚାଲିଥିବା ଲଢେଇ ଫଳରେ ଦକ୍ଷିଣ କୋରିଆର କମ୍ପାନୀ ପୋସ୍କୋକୁ ଓଡିଶା ଛାଡିବାକୁ ପଡିଲା। ଏହି କମ୍ପାନୀକୁ ବିରୋଧ କରିବାକୁ ଯାଇ ଅନେକ ଲୋକଙ୍କୁ ଜେଲ ଜୋରିମାନା ଭୋଗିବାକୁ ପଡିଛି, ପୁଣି ଗାଁ ଗଣ୍ଡା ଛାଡି ଦେଶାନ୍ତରୀ ହେବାକୁ ହୋଇଛି। ପାଞ୍ଚଜଣ ମଣିଷଙ୍କୁ ଜୀବନ ଦେବା ସହିତ ମହିଳା ମାନଙ୍କୁ ସୁଦ୍ଧା ଉଲଗ୍ନ ପ୍ରତିବାଦ କରିବାକୁ ହୋଇଛି, ଦକ୍ଷିଣ କୋରିଆର କମ୍ପାନୀ ପୋସ୍କୋକୁ ହଟାଇବା ନିମନ୍ତେ ନବୀନ ନିବାସ ଠାରୁ ଆରମ୍ଭ କରି ଆକାଶବାଣୀ କଟକ କେନ୍ଦ୍ର ଯାଏ, ପୁଣି ଢିଙ୍କିଆ ବାଲିବନ୍ଧ ଠାରୁ ଆରମ୍ଭ କରି ନୂଆଗାଁ ଗଡକୁଜଙ୍ଗ ପର୍ଯ୍ୟନ୍ତ ଅନେକ ସଂଗ୍ରାମର କାହାଣୀକୁ ଏକ ଉପନ୍ୟାସର ରୂପ ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଦୀର୍ଘ ବାରବର୍ଷ ଧରି ଏହି ଘଟଣାର ରିପୋର୍ଟିଂ କରିଥିବା ଡକ୍ଟର ରଘୁନାଥ ସାହୁ।

ମାଟି ମୁକ୍ତି ଉପନ୍ୟାସ କେବଳ ପୋସ୍କୋ ବିରୋଧୀ ଆନ୍ଦୋଳନ ନୁହେଁ, କାହାର ବିକାଶ ପାଇଁ ପୋସ୍କୋ ଆସିଥିଲା ସେସବୁକୁ ସ୍ପଷ୍ଟ କରିଛି ବୋଲି ବ୍ଲାକ ଇଗଲ ବୁକ୍ସ ଦ୍ଵାରା ପ୍ରକାଶିତ ମାଟି ମୁକ୍ତି ଉପନ୍ୟାସର ଉନ୍ମୋଚନ କରି ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି କହିଛନ୍ତି। ଲୋହିଆ ଏକାଡେମୀ ପରିସରରେ କୁଜଙ୍ଗ – ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସଂଗଠନ ପ୍ରିୟବନ୍ଧୁ ପକ୍ଷରୁ ବିଶିଷ୍ଟ ପୋସ୍କୋ ବିରୋଧୀ ନେତା ଡାକ୍ତର ବିଶ୍ଵଜିତ ଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଗ୍ରୀନ ନୋବେଲ ବିଜେତା ତଥା ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ପୋସ୍କୋ ପରେ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଲୋକଙ୍କ ଉପରେ କରୁଥିବା ଅତ୍ୟାଚାର ବାବଦରେ କ୍ଷୋଭ ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ କବି ଶୈଳଜ ରବି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ପୀତାମ୍ବର ତରାଇ, ସମାଜସେବୀ ରଞ୍ଜନ କୁମାର ଦାସ, ବରିଷ୍ଠ ସାମ୍ବାଦିକା ସୁପ୍ରିୟା ଦାଶ, ପ୍ରଶାସକ ଅରୁଣ ବିଶ୍ଵାଳ,ସାମ୍ବାଦିକ ଦୁଷ୍ମନ୍ତ ମାଝୀ ପ୍ରମୁଖ ମାଟି ମୁକ୍ତି ଉପନ୍ୟାସ ଓ ପୋସ୍କୋ ବିରୋଧୀ ଆନ୍ଦୋଳନ ବାବଦରେ ନିଜ ନିଜର ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଡ଼ ଗଙ୍ଗାଧର ସାମନ୍ତରାୟ ପୁସ୍ତକ ସମୀକ୍ଷା କରିଥିବା ବେଳେ ଯୁବନେତା ମାନସ ପଟ୍ଟନାୟକ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ତଥା ପ୍ରଫେସର ପ୍ରତାପ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଉପନ୍ୟାସ ଦକ୍ଷିଣ କୋରିଆ
Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.