Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନର୍ସିଂ କେବଳ ଆଦର୍ଶ ବୃତ୍ତି ନୁହେଁ ବରଂ ଦୟା, ଯତ୍ନ ଓ ନିଷ୍ଠାର ସହ ସେବା କରିବାର ଗଭୀର ପ୍ରତିବନ୍ଧତା: ରାଜ୍ୟପାଳ
ଆଜିର ଖବର

ନର୍ସିଂ କେବଳ ଆଦର୍ଶ ବୃତ୍ତି ନୁହେଁ ବରଂ ଦୟା, ଯତ୍ନ ଓ ନିଷ୍ଠାର ସହ ସେବା କରିବାର ଗଭୀର ପ୍ରତିବନ୍ଧତା: ରାଜ୍ୟପାଳ

April 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନର୍ସିଂ କେବଳ ଏକ ଆଦର୍ଶ ବୃତ୍ତି ନୁହେଁ, ବରଂ ଦୟା, ଯତ୍ନ ଓ ନିଷ୍ଠାର ସହ ମାନବ ଜାତିର ସେବା କରିବାର ଗଭୀର ପ୍ରତିବଦ୍ଧତା ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ଆଜି ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିର୍ସଚ ସେଂଟର ଅଡିଟୋରିୟମଠାରେ କଳିଙ୍ଗ ନର୍ସିଂ କଲେଜର ଦୀପ ପ୍ରଜ୍ଜ୍ୱଳନ ଓ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି।

ଏହି ଉତ୍ସବରେ ରାଜ୍ୟପାଳ ଉଦ୍‌ବୋଧନ ଦେଇ କହିଥିଲେ ଯେ ଦୀପ ପ୍ରଜ୍ଜ୍ୱଳନ ସମାରୋହ ଗଭୀର ପ୍ରତୀକାତ୍ମକ ଏବଂ ଏହା ଆଧୁନିକ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ୍ ନାଇଟିଙ୍ଗେଲଙ୍କୁ ସ୍ମରଣ କରିବାର ଅବସର ଆଣେ ଓ ଏହା ପୀଢ଼ି ପୀଢ଼ିକୁ ପ୍ରେରଣ ଦେଇ ଆସୁଛି। ଦୀପ ପ୍ରଜ୍ଜ୍ୱଳନ ଜ୍ଞାନର ପ୍ରସାରଣ, ଜୀବନବ୍ୟାପୀ ଶିକ୍ଷାର ଆରମ୍ଭ ଏବଂ ରୋଗୀ ଯତ୍ନର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବା ପାଇଁ ଗମ୍ଭୀର ପ୍ରତିଜ୍ଞାର ପ୍ରତୀକ। ନର୍ସିଂ ଏକ ବୃତ୍ତି ନୁହେଁ, ଏହା ଏକ ଆହ୍ୱାନ।

ଏହା କେବଳ ବିଜ୍ଞାନ ଭିତ୍ତିକ ଜ୍ଞାନ ଏବଂ କ୍ଲିନିକାଲ୍ ଦକ୍ଷତା ନୁହେଁ, ଏହା ମାନବିକ ସ୍ପର୍ଶ-ସହାନୁଭୂତି, ଧୈର୍ଯ୍ୟର ବୃତ୍ତି। ନର୍ସିଂ ବୃତ୍ତିଧାରୀମାନେ ସାଧାରଣତଃ ପ୍ରଥମେ ରୋଗୀଙ୍କ ପାଖରେ ପହଂଚନ୍ତି ଏବଂ ଚିକିତ୍ସା ଶେଷ ପର୍ଯ୍ୟନ୍ତ ରୁହନ୍ତି। ସେମାନେ ଦୁଃଖରେ ସାନ୍ତ୍ୱନା ଏବଂ ହତାଶରେ ଆଶା ଆଣନ୍ତି ବୋଲି ରାଜ୍ୟପାଳ କହିଥିଲେ। ଏପରି ଉତ୍ସର୍ଗୀକୃତ ନର୍ସିଂ ବୃତ୍ତିଧାରୀମାନଙ୍କୁ ଗଢ଼ିବା, ନୈତିକ ମୂଲ୍ୟବୋଧ ପ୍ରଦାନ କରିବା କ୍ଷେତ୍ରରେ କଳିଙ୍ଗ ହସ୍ପିଟାଲ ଓ କଳିଙ୍ଗ ନର୍ସିଂ କଲେଜର ପ୍ରଚେଷ୍ଟାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ରାଜ୍ୟପାଳ ପୁଣି କହିଥିଲେ ଯେ ନର୍ସିଂ ଛାତ୍ରଛାତ୍ରୀମାନେ ପରିଧାନ କରିଥିବା ଧଳା ପୋଷାକ ପବିତ୍ରତା, ବିଶ୍ୱାସ ଓ ପ୍ରତିବଦ୍ଧତାର ପ୍ରତୀକ। ଏଣୁ ସେମାନଙ୍କର ସେବା କରୁଣା ଓ ଉତ୍କର୍ଷତା ଦ୍ୱାରା ପ୍ରତିପାଦିତ ହେଉ ବୋଲି ରାଜ୍ୟପାଳ କହିଥିଲେ।

ସ୍ୱାସ୍ଥ୍ୟ ସେବାର ଭବିଷ୍ୟତ ଉତ୍ସର୍ଗୀକୃତ ନର୍ସଙ୍କ ଉପରେ ଅଧିକରୁ ଅଧିକ ନିର୍ଭର କରିବ, ଯେଉଁମାନେ ବୃତ୍ତିକୁ ସହାନୁଭୂତିର ସହ ଆପଣେଇ ନିଷ୍ଠାର ସହ କାର୍ଯ୍ୟକରିବେ ବୋଲି ରାଜ୍ୟପାଳ କହିଥିଲେ। ପ୍ରାରମ୍ଭରେ କଳିଙ୍ଗ ହସ୍ପିଟାଲର ଟ୍ରଷ୍ଟି ଏସ୍‌.ସି.ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭାରତୀୟ ବିଦ୍ୟା ଭବନର ଚେୟାରମ୍ୟାନ (ଭୁବନେଶ୍ୱର) ଜୟନ୍ତ କୁମାର ମହାନ୍ତି, ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନର ଅଧ୍ୟକ୍ଷ ଡ଼ ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଓବିଜିର ଏଚ୍‌.ଓ.ଡି. ଡା. ସୁଜାତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ନର୍ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ “ଝିଲମିଲ୍ ରାତି” ଅଷ୍ଟ୍ରେଲିଆରେ ଦର୍ଶକଙ୍କୁ କଲା ବିଭୋର

September 12, 2026

ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

September 12, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 12, 2026

ପାକିସ୍ତାନକୁ କ୍ଲିନ ସ୍ଵିପ୍ କଲା ଇଂଲଣ୍ଡ: ୩-୦ ରେ ଜିତିଲା ଟେଷ୍ଟ ସିରିଜ୍

September 12, 2026
Latest News

ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ “ଝିଲମିଲ୍ ରାତି” ଅଷ୍ଟ୍ରେଲିଆରେ ଦର୍ଶକଙ୍କୁ କଲା ବିଭୋର

September 12, 2026

ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

September 12, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 12, 2026

ପାକିସ୍ତାନକୁ କ୍ଲିନ ସ୍ଵିପ୍ କଲା ଇଂଲଣ୍ଡ: ୩-୦ ରେ ଜିତିଲା ଟେଷ୍ଟ ସିରିଜ୍

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.