Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିଳ୍ପ ଉପଯୋଗୀ ତାଲିମ ନେଇ ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ପାଇଁ ପ୍ରସ୍ତୁତ ହେଉଛନ୍ତି ଯୁବପିଢ଼ି
ଆଜିର ଖବର

ଶିଳ୍ପ ଉପଯୋଗୀ ତାଲିମ ନେଇ ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ପାଇଁ ପ୍ରସ୍ତୁତ ହେଉଛନ୍ତି ଯୁବପିଢ଼ି

April 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେନ୍ଦୁଝର: ରାଜ୍ୟର ବିଭିନ୍ନ ଆଇଟିଆଇ ଓ ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ଉନ୍ନତ ମାନର ଭିତ୍ତି ଭୂମିର ଆବଶ୍ୟକତା ରହିଛି। ଏଥିପାଇଁ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ଥିବା ଓଡ଼ିଶା ସ୍କୁଲ ଅଫ୍‌ ମାଇନିଂ ଇଞ୍ଜିନିୟରିଂର (ଓଏସଏମଇ) ବିଭିନ୍ନ ଲାବୋରେଟୋରିକୁ ଆଧୁନିକୀକରଣ କରାଯାଉଛି। ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ପାଣ୍ଠିରୁ ଏହି କାର୍ଯ୍ୟକ୍ରମ ଲାଗି ଆର୍ଥିକ ସହାୟତା ଦିଆଯାଉଛି।

କେନ୍ଦୁଝର – ରାଜ୍ୟର ଏକ ଖଣି ସମୃଦ୍ଧ ଜିଲ୍ଲା। ତେଣୁ, ମାଇନିଂ ଇଞ୍ଜିନିୟରିଂ ବିଷୟରେ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ପାଇଁ ୧୯୫୬ ମସିହାରେ ଓଏସଏମଇ ସ୍ଥାପନ କରାଯାଇଥିଲା। ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ଏହି ବୈଷୟିକ ଶିକ୍ଷାନୁଷ୍ଠାନ ‘ମାଇନିଂ ଇଞ୍ଜିନିୟରିଂ’ ବିଷୟରେ ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରିବାରେ ପୂର୍ବ ଭାରତରେ ପ୍ରଥମ। ଏବେ ଏହି ଶିକ୍ଷାନୁଷ୍ଠାନରେ ମାଇନିଂ ଇଞ୍ଜିନିୟରିଂ ସହିତ ୮ଟି ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଦିଆଯାଉଛି।

‘‘ରାଜ୍ୟ ସରକାରଙ୍କ ସ୍କିଲ୍ଡ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ଯୁବପିଢ଼ିଙ୍କ ଦକ୍ଷତାକୁ ବିଶ୍ୱସ୍ତରୀୟ କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି। ତା’ ଭିତରେ ଓଏସଏମଇ ଭଳି ବୈଷୟିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସୁଦୃଢ଼ ହୋଇପାରିଛି। ଏଥିରେ ଓମ୍ବାଡସି ପାଣ୍ଠିର ଯୋଗଦାନ ରହିବା ଫଳରେ ଏହି ଶିକ୍ଷା ଅନୁଷ୍ଠାନ ଆଜି ନୂଆ ରୂପ ପାଇଛି। ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ନୂଆ ଉଚ୍ଚତାକୁ ଯିବା ସହିତ ସେମାନେ ବିଭିନ୍ନ ଶିଳ୍ପ ସଂସ୍ଥାରେ ନିଯୁକ୍ତି ପାଉଛନ୍ତି,’’ କହିଛନ୍ତି ଓଏସଏମଇର ଅଧ୍ୟକ୍ଷ ଇଞ୍ଜିନିୟର କୃଷ୍ଣଚନ୍ଦ୍ର ରାଉତ।

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଧୁନିକ ଶିଳ୍ପ ସଂସ୍ଥା ପାଇଁ ଦକ୍ଷ ମାନବ ସମ୍ବଳର ଚାହିଦା ରହିଛି। ଏଥିଲାଗି ଓଏସଏମଇ କଲେଜର ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ବିଶ୍ୱସ୍ତରୀୟ କରିବା ପାଇଁ ଓମ୍ବାଡସି ପାଣ୍ଠି ସହାୟତାରେ ବିଭିନ୍ନ ଲାବୋରେଟେରିକୁ ଆଧୁନିକ ରୂପ ଦିଆଯିବା ସହିତ ବିଭିନ୍ନ ଉପକରଣ ଦିଆଯାଇଛି। ଫଳରେ ଛାତ୍ରଛାତ୍ରୀମାନେ ଥିଓରି ସହିତ ହ୍ୟାଣ୍ଡ୍‌ସ-ଅନ୍‌-ପ୍ରାକ୍ଟିସର ସୁବିଧା ପାଉଛନ୍ତି।

ଓମ୍ବାଡସି ସହାୟତାରେ ମାଇନିଂ ଇଞ୍ଜିନିୟରିଂ, ଡ୍ରିଲ ଇଞ୍ଜିନିୟରିଂ, ମାଇନ ସର୍ଭେ, ମେଟାର୍ଲଜି ଏବଂ ଆଇଟି ଲ୍ୟାବର ଆଧୁନିକୀକରଣ କରାଯାଇଛି। ଅଟୋ କ୍ୟାଡ୍‌, ମ୍ୟାଟ୍‌ ଲାବୋରେଟୋରି ଏବଂ ମାଇନିଂ ମ୍ୟୁଜିୟମ ସ୍ଥାପନ କରାଯିବା ସହ ସିଭିଲ, ମେକାନିକାଲ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗ ପାଇଁ ଆବଶ୍ୟକ କମ୍ପ୍ୟୁଟର ଏବଂ ବିଭିନ୍ନ ଉପକରଣ ଯୋଗାଇ ଦିଆଯାଇଛି।

ସେହିପରି ଓଏସଏମଇ ପରିସରରେ ଥିବା ଲାଇବ୍ରେରିକୁ ନୂଆ ରୂପ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଏଠାରେ ବିଭିନ୍ନ ପାଠ୍ୟପୁସ୍ତକ ରଖାଯାଇଛି। ତା’ଛଡ଼ା ଏଠାରେ କମ୍ପ୍ୟୁଟର ଓ ଇଣ୍ଟରନେଟ ବ୍ୟବସ୍ଥା ହେବା ଫଳରେ ଛାତ୍ରଛାତ୍ରୀମାନେ ଦେଶ ବିଦେଶର ପ୍ରମୁଖ କମ୍ପାନିରେ ବ୍ୟବହାର ହେଉଥିବା ନୂତନ ଜ୍ଞାନକୌଶଳ ବିଷୟରେ ଜାଣିପାରୁଛନ୍ତି।

ଛାତ୍ରଛାତ୍ରୀଙ୍କୁ ଶରୀରିକ ଭାବେ ଫିଟ୍‌ ରଖିବା ଲାଗି କ୍ରୀଡ଼ା ଓ ବ୍ୟାୟାମର ଆବଶ୍ୟକ ରହିଛି। ଏଥିପାଇଁ ଓଏସଏମଇ ପରିସରରେ ଖେଳପଡ଼ିଆର ଉନ୍ନତିକରଣ ସହିତ ଆଧୁନିକ ଜିମ ସୁବିଧା କରାଯାଇଛି। ତା’ଛଡ଼ା ଛାତ୍ରଛାତ୍ରୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଓ ସ୍ୱଚ୍ଛ ଶୌଚାଳୟର ବ୍ୟବସ୍ଥା ହୋଇଛି।

ଓମ୍ବାଡସି ସହାୟତାରେ ଓଏସଏମଇ ଶିକ୍ଷାନୁଷ୍ଠାନରେ ଏହି ଅତ୍ୟାଧୁନିକ ବ୍ୟବସ୍ଥା ହେବା ଫଳରେ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରୁ ଦକ୍ଷ ଯୁବ ମାନବ ସମ୍ବଳ ସୃଷ୍ଟି ହେଉଛନ୍ତି। ଏଠାରୁ ତାଲିମ ନେଇ ଛାତ୍ରଛାତ୍ରୀମାନେ ବିଭିନ୍ନ ଖଣି ଓ ଶିଳ୍ପ ସଂସ୍ଥାରେ ନିଯୁକ୍ତି ସୁଯୋଗ ପାଉଛନ୍ତି।

ଓମ୍ବାଡସି କେନ୍ଦୁଝର ଶିଳ୍ପ-ଉପଯୋଗୀ ତାଲିମ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନିଙ୍କ ଦେହାନ୍ତ: ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି

October 20, 2025

ପାର୍ବଣ ଋତୁରେ ଯାତ୍ରୀଙ୍କ ଗତିବିଧିର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 20, 2025

ଫ୍ରାନ୍ସକୁ ଝଟକା ଦେଲା ଏହି ମୁସଲିମ ଦେଶ: ରାଫେଲ ଜେଟ୍ ବଦଳରେ ଚୀନ୍ ଠାରୁ କିଣିବ ଲଢ଼ୁଆ ବିମାନ

October 20, 2025

ଦୀପାବଳି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

October 20, 2025
Latest News

ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନିଙ୍କ ଦେହାନ୍ତ: ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି

October 20, 2025

ନାମାଙ୍କନ ଦାଖଲ କରିବା ମାତ୍ରେ ଆରଜେଡି ପ୍ରାର୍ଥୀଙ୍କୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ: ଜାଣନ୍ତୁ କାରଣ

October 20, 2025

ପାର୍ବଣ ଋତୁରେ ଯାତ୍ରୀଙ୍କ ଗତିବିଧିର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 20, 2025

ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

October 20, 2025

ପରାଜୟର ହ୍ୟାଟ୍ରିକ୍ ପରେ କିପରି ସେମିଫାଇନାଲରେ ପହଞ୍ଚିପାରିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ସମୀକରଣ

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.