Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ହେବ ଶକ୍ତି କରିଡ଼ର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଆଜିର ଖବର

ଓଡ଼ିଶାରେ ହେବ ଶକ୍ତି କରିଡ଼ର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

April 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡ଼ିଶାରେ ହେବ ଶକ୍ତି କରିଡ଼ର। ଏହା ମାଧ୍ୟମରେ ରାଜ୍ୟରେ ରହିଥିବା ସମସ୍ତ ଶକ୍ତି ପୀଠକୁ ଯୋଡାଯିବ। ଏହି ଶକ୍ତି କରିଡ଼ର ସମ୍ପର୍କରେ ଖୁବଶିଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଚୈତ୍ର ମାସର ଶେଷ ମଙ୍ଗଳବାରରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ଦର୍ଶନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଅପରାହ୍ନ ୧୧ଟା ସମୟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ମାଁ ତାରାତାରିଣୀଙ୍କ ପୀଠରେ ପହଞ୍ଚିଥିଲେ। ଉପ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ବିଧାୟକ ମାନେ ସ୍ବାଗତ କରିଥିଲେ। ଏହାପରେ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ଆଇନ ମନ୍ତ୍ରୀ, ପରିବହନ ମନ୍ତ୍ରୀ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ମାଁ ତାରାତାରିଣୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରର ସେବାୟତ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥିଲା।

ଚୈତ୍ର ମାସର ଶେଷ ମଙ୍ଗଳବାରରେ ମା’ଙ୍କୁ ଦୁର୍ଗାଙ୍କ ରୂପରେ ଦେଖି ଖୁସି ପ୍ରକାଶ କରିଥିଲେ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ। ମା’ଙ୍କୁ ଦର୍ଶନ କରିବା ପରେ ବେଢ଼ା ପରିକ୍ରମା କରିବା ସହ ମନ୍ଦିରରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିଥିଲେ। ମା’ଙ୍କ ନିକଟରେ ମୁଣ୍ଡିଆ ମାରି ଜଗତର କଲ୍ୟାଣ ନିମନ୍ତେ ସମସ୍ତେ ପ୍ରାର୍ଥନା କରିଥିଲେ। ଓଡ଼ିଶାରେ ଏକ ଶକ୍ତି କରିଡ଼ର କରାଯିବ। ଏଥିମଧ୍ୟରେ ରହିବେ ଗଞ୍ଜାମର ମାଁ ତାରାତାରିଣୀ, ମାଁ ବିରଜା, ମାଁ ଉଗ୍ରତାରା, ମାଁ ଭଗବତୀ, ମାଁ ମଙ୍ଗଳା, ମାଁ କାଳିଜାଇ, ମାଁ ଭୈରବୀଙ୍କୁ ଯୋଡ଼ି ଏକ ଶକ୍ତି କରିଡ଼ର ଘୋଷଣା କରିବୁ। ଜିଲ୍ଲା ସ୍ତରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମାଁ ତାରାତାରିଣୀ ପୀଠର ଉନ୍ନତି ପାଇଁ ୮ କୋଟି ଟଙ୍କା, ତପ୍ତପାଣିର ବିକାଶ ପାଇଁ ୧୧ କୋଟି ଟଙ୍କା ସହ ମାଁ ନାରାୟଣୀଙ୍କ ପୀଠର ଉନ୍ନତି ନିମନ୍ତେ ମଧ୍ୟ ଟଙ୍କା ପ୍ରଦାନ କରାଯାଇଛି। ସେହିକ୍ରମରେ ଜିଲ୍ଲାରେ ରହିଥିବା ସମସ୍ତ ପୀଠର ଉନ୍ନତି ନେଇ ଚଳିତ ବର୍ଷ ୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ପର୍ଯ୍ୟଟନ ବିଭାଗ ଏହି ଜିଲ୍ଲାକୁ ପ୍ରଦାନ କରାଯାଇଛି।

ଏହାବ୍ୟତୀତ ଶକ୍ତି କରିଡ଼ର ପାଇଁ ପର୍ଯ୍ୟଟନ ବିଭାଗ ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଏହି ଶକ୍ତି କରିଡ଼ରର ବିକାଶ କରିବ। ପୂଜା, ବରଦାନ ଓ ତପସ୍ୟା ପାଇଁ ଯଦି ଓଡ଼ିଶାର କେଉଁ କ୍ଷେତ୍ରକୁ ଲୋକେ ଆସିବେ ତେବେ ଏହି ଶକ୍ତି କରିଡ଼ରକୁ ଆସିବେ। ତେଣୁ ପର୍ଯ୍ୟଟକ ମାନଙ୍କ ଓ ସନାତନ ଧର୍ମର ଭକ୍ତ ମାନଙ୍କ ନିମନ୍ତେ ଏହି ଶକ୍ତି କରିଡ଼ରର ବଡ଼ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଏହି ଶକ୍ତି କରିଡ଼ର ମାଧ୍ୟମରେ ଯେଉଁ ମାନେ ବାହାର ରାଜ୍ୟ ତଥା ଦେଶରୁ ଆସୁଥିବା ଶକ୍ତି ଆରାଧକ ମାନେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ସମ୍ପର୍କରେ ଜାଣିବା ସହ ତପସ୍ୟା ଠାରୁ ପୂଜା ଓ ଆରାଧନା କରିବାର ସୁଯୋଗ ପାଇପାରିବେ। ଏନେଇ ପର୍ଯ୍ୟଟନ ବିଭାଗ ନିଜର ଯୋଜନା ଆରମ୍ଭ କରିସାରିଛି। ଏହି ଅନୁସାରେ ପୂର୍ତ୍ତ ବିଭାଗ ମଧ୍ୟ ଐତିହ୍ୟର ବିକାଶ ପାଇଁ ବ୍ୟବସ୍ଥା କରୁଛି। ଏହି ସମସ୍ତ ଶକ୍ତି ପୀଠ ଗୁଡ଼ିକୁ ଆବଶ୍ୟକସ୍ଥଳେ ହେଲିକେପ୍ଟର ଯୋଗେ ସଂଯୋଗୀକରଣ ନେଇ ଯୋଜନା କରାଯିବ।

ଆସନ୍ତା ଦୁଇ ବର୍ଷ ମଧ୍ୟ ଏହି ଶକ୍ତି କରିଡ଼ରକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ। ଉପ ମୁଖ୍ୟମନ୍ତ୍ରୀ ଓ ତିନି ମନ୍ତ୍ରୀଙ୍କ ସମେତ ଏହି ଗଞ୍ଜାମ ଜିଲ୍ଲାର ବହୁ ବିଧାୟକ ଓ ବିଧାୟିକା ମାନେ ଯୋଗ ଦେଇଥିଲେ।

ଓଡିଶା ପ୍ରଭାତୀ ପରିଡା ମା ତାରାତାରିଣୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି କନ୍ଦାଇବ ପିଆଜ ! ରୋଷେଇ ଘର ଉପରେ ମହଙ୍ଗାମାଡ଼

June 13, 2026

ଆରଆରବି ନିଯୁକ୍ତି ପ୍ରକ୍ରିୟାର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

June 13, 2026

ଜିଓ ଟିଭି ଆପ୍ ରେ ଓଡ଼ିଆ କଣ୍ଟେଣ୍ଟ ସମ୍ଭାର

June 13, 2026

ବିସ୍ତୃତ ରାଶିଫଳ: ଜୁନ ୧୩ ତାରିଖ ଶନିବାରରେ ୭ଟି ରାଶି ଉପରେ ଶନିଦେବଙ୍କ ରହିଛି ଆଶୀର୍ବାଦ

June 13, 2026
Latest News

ପୁଣି କନ୍ଦାଇବ ପିଆଜ ! ରୋଷେଇ ଘର ଉପରେ ମହଙ୍ଗାମାଡ଼

June 13, 2026

କଳାବଜାରୀ ଏବଂ ବେଆଇନ ଭାବରେ ଡିଜେଲ ମହଜୁଦ ରୋକିବା ପାଇଁ ନିୟନ୍ତ୍ରଣ ନିର୍ଦ୍ଦେଶ ଜାରି

June 13, 2026

ଆରଆରବି ନିଯୁକ୍ତି ପ୍ରକ୍ରିୟାର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

June 13, 2026

ଜିଓ ଟିଭି ଆପ୍ ରେ ଓଡ଼ିଆ କଣ୍ଟେଣ୍ଟ ସମ୍ଭାର

June 13, 2026

ବିସ୍ତୃତ ରାଶିଫଳ: ଜୁନ ୧୩ ତାରିଖ ଶନିବାରରେ ୭ଟି ରାଶି ଉପରେ ଶନିଦେବଙ୍କ ରହିଛି ଆଶୀର୍ବାଦ

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.