Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆବଶ୍ୟକୀୟ ଭିତ୍ତିଭୂମି ସୃଷ୍ଟି କରି ୟୁନିଫାଏଡ଼୍ ଅଟୋମେସନ ସିଷ୍ଟମ୍ ଲାଗୁ କରାଯାଉ : ଓଷ୍ଟା
ଆଜିର ଖବର

ଆବଶ୍ୟକୀୟ ଭିତ୍ତିଭୂମି ସୃଷ୍ଟି କରି ୟୁନିଫାଏଡ଼୍ ଅଟୋମେସନ ସିଷ୍ଟମ୍ ଲାଗୁ କରାଯାଉ : ଓଷ୍ଟା

April 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ୟୁ.ଏ.ଏସ୍‌. ଲାଗୁ କରାଯିବାକୁ ଓଷ୍ଟାର ବିରୋଧ
ଆବଶ୍ୟକୀୟ ଭିତ୍ତିଭୂମି ନ ଯୋଗାଇ ୟୁ.ଏ.ଏସ୍‌. ଲାଗୁ କରାଯିବାକୁ ଓଷ୍ଟାର ବିରୋଧ

ଭୁବନେଶ୍ୱର: ଆବଶ୍ୟକୀୟ ଭିତ୍ତିଭୂମି ନ ଯୋଗାଇ ବିଦ୍ୟାଳୟ ସ୍ତରରେ ନୂତନ ଭାବେ ଲାଗୁ କରାଯାଉଥିବା ୟୁଏଏସ୍ ପୋର୍ଟାଲ୍ ବା ୟୁନିଫାଏଡ଼୍ ଅଟୋମେସନ ସିଷ୍ଟମ ବ୍ୟବସ୍ଥାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ତୀବ୍ର ବିରୋଧ କରୁଛି। ବିଦ୍ୟାଳୟଗୁଡ଼ିକରେ ଉପଯୁକ୍ତ ଭିତ୍ତିଭୂମି ଯଥା- ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି, ମୋବାଇଲ୍‌, ଇଣ୍ଟରନେଟ୍‌, କମ୍ପ୍ୟୁଟର ସୁବିଧା ଓ କମ୍ପ୍ୟୁଟର ଶିକ୍ଷକ ଯୋଗାଇ ୟୁଏଏସ୍ ପୋର୍ଟାଲ୍ ବ୍ୟବସ୍ଥା ଲାଗୁ କରିବାକୁ ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତି ଜରିଆରେ କହିଛନ୍ତି।

ୟୁଏଏସ୍ ବ୍ୟବସ୍ଥା ଶିକ୍ଷକମାନଙ୍କ ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ସହିତ ଶିକ୍ଷକ ମାନଙ୍କ ମଧ୍ୟରେ ଏକ ପରାଧୀନ ଗୋତିଶ୍ରମିକ ଭଳି ହୀନମନ୍ୟତା ସୃଷ୍ଟି କରିବ। ସମସ୍ତ କର୍ମଚାରୀମାନଙ୍କ ପାଇଁ ଏ ବ୍ୟବସ୍ଥା ଲାଗୁ କରାନଯାଇ କେବଳ ଶିକ୍ଷକମାନଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ କରିବା, ଶିକ୍ଷକମାନଙ୍କ ପ୍ରତି ସରକାରଙ୍କର ବାଛବିଚାର ନିଷ୍ପତ୍ତି ନିନ୍ଦନୀୟ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ସୂଚନାଥାଉକି, ରାଜ୍ୟସରକାର ବିଦ୍ୟାଳୟ ସ୍ତରରେ ୟୁନିଫାଏଡ଼୍ ଅଟୋମେସନ ସିଷ୍ଟମ୍ ଲାଗୁ କରିଛନ୍ତି । ଏହା ମାଧ୍ୟମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଦୈନିକ ଉପସ୍ଥାନ ପକାଇବେ ବୋଲି ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଠାରେ ପ୍ରଶ୍ନ ଉଠେ ଅଧିକାଂଶ ବିଦ୍ୟାଳୟରେ ଏହି ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟକରିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ସୁବିଧା ନାହିଁ । ସବୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ରାଜ୍ୟ ସରକାର ୟୁନିଫାଏଡ଼୍ ଅଟୋମେସନ ସିଷ୍ଟମ ପାଇଁ ମୋବାଇଲ୍ କିମ୍ବା ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେଇନାହାନ୍ତି । ଉପାନ୍ତ ଅଞ୍ଚଳରେ ମୋବାଇଲ୍ ନେଟ୍‌ୱାର୍କ ନଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ଦୂରୁହ ବ୍ୟାପାର ।

ସେହିପରି ବିଦ୍ୟାଳୟ ମାନଙ୍କରେ ଉପଯୁକ୍ତ ସଂଖ୍ୟାରେ ଶିକ୍ଷକ ନାହାଁନ୍ତି । ବହୁ ପଦବୀ ଶୂନ୍ୟ ପଡ଼ିଛି । ବିଦ୍ୟାଳୟ ମାନଙ୍କରେ ଉପଯୁକ୍ତ ସାଧନ ବା ଡିଭାଇସ୍ ନାହିଁ କି ଦକ୍ଷ ପରିଚାଳକ ମଧ୍ୟ ନିଯୁକ୍ତ ହୋଇ ନାହାଁନ୍ତି । ଇଣ୍ଟରନେଟ୍ ସୁବିଧା ନଯୋଗାଇ କିମ୍ବା ସେଥିନିମନ୍ତେ ଆବଶ୍ୟକୀୟ ଆର୍ଥିକ ବ୍ୟବସ୍ଥା ନକରି ଏବଂ ସର୍ବୋପରି ଶିକ୍ଷକ ମାନଙ୍କର ସମସ୍ୟା ସମାଧାନ ନକରି ଏହି ବ୍ୟବସ୍ଥା ଲାଗୁ କରାଗଲେ ଶିକ୍ଷକମାନେ ମାନସିକ ସ୍ତରରେ ଚାପଗ୍ରସ୍ତ ହେବେ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ତରଫରୁ କୁହାଯାଇଛି । ସମସ୍ତ ଶିକ୍ଷକ ସଂଗଠନମାନଙ୍କ ସହିତ ବିଚାର ବିମର୍ଷ ଓ ଆଲୋଚନା ନକରି ଏହାକୁ କାର୍ଯ୍ୟକାରୀ କରିବାର ପ୍ରୟାସରୁ ସରକାର କ୍ଷାନ୍ତ ହୁଅନ୍ତୁ । ଏହାକୁ କାର୍ଯ୍ୟକାରୀ କରିବାର ଯେଉଁ ମସୁଧା ସରକାର ଚଳାଇଛନ୍ତି ସେଥିପାଇଁ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୟୁଏଏସ୍ ପୋଟାଲ୍ ସିଷ୍ଟମ ବଦଳରେ ବାୟୋମେଟ୍ରିକ୍ ମାଧ୍ୟମରେ ଉପସ୍ଥାନ ଗ୍ରହଣ କରାଗଲେ ଭଲ ହୁଅନ୍ତା ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ଉପଯୁକ୍ତ ଭିତ୍ତିଭୂମି ସ୍ୱରୂପ ସବୁ ବିଦ୍ୟାଳୟ ଗୁଡ଼ିକରେ ବିଜୁଳି ବ୍ୟବସ୍ଥା, ଇଣ୍ଟରନେଟ୍ ପ୍ୟାକେଜ୍ ଏବଂ ସମସ୍ତ ବିଦ୍ୟାଳୟ ଗୁଡ଼ିକର ସରକାରୀକରଣ କରି ୟୁଏଏସ୍ ପୋର୍ଟାଲ୍ ବ୍ୟବସ୍ଥା ପ୍ରଚଳନ କରିବାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷା ପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା: ଉଦଯାପନୀ ଉତ୍ସବରେ ଯୋଗଦେଲେ ଆଇନ ମନ୍ତ୍ରୀ

October 19, 2025

‘ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ

October 19, 2025

ଇସ୍ତଫା ଦେବେ ଅଜିତ ଅଗରକର, ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା ହେବେ କି ରବି ଶାସ୍ତ୍ରୀ?

October 19, 2025

ବିପୁଳ ପରିମାଣରେ ବେଆଇନ ବାଣ ଜବତ କଲା ବାଣପୁର ପୋଲିସ

October 19, 2025
Latest News

ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା: ଉଦଯାପନୀ ଉତ୍ସବରେ ଯୋଗଦେଲେ ଆଇନ ମନ୍ତ୍ରୀ

October 19, 2025

‘ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ

October 19, 2025

ଇସ୍ତଫା ଦେବେ ଅଜିତ ଅଗରକର, ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା ହେବେ କି ରବି ଶାସ୍ତ୍ରୀ?

October 19, 2025

ବିପୁଳ ପରିମାଣରେ ବେଆଇନ ବାଣ ଜବତ କଲା ବାଣପୁର ପୋଲିସ

October 19, 2025

ଭାରତୀୟମାନଙ୍କୁ କାହିଁକି ବଳପୂର୍ବକ ବିତାଡ଼ିତ କରୁଛନ୍ତି କାନାଡା ସରକାର?: ପ୍ରଧାନମନ୍ତ୍ରୀଙ୍କ ବଡ଼ ଖୁଲାସା

October 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.