Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବାନୀପାଟଣାରେ ଓଡ଼ିଶା ସାମ୍ବାଦିକ ୟୁନିଅନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଯୋଗଦେଲେ ଭକ୍ତ ଦାସ
ଆଜିର ଖବର

ଭବାନୀପାଟଣାରେ ଓଡ଼ିଶା ସାମ୍ବାଦିକ ୟୁନିଅନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଯୋଗଦେଲେ ଭକ୍ତ ଦାସ

April 13, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭବାନୀପାଟଣାରେ ଓଡ଼ିଶା ସାମ୍ବାଦିକ ୟୁନିଅନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଯୋଗଦେଲେ ଭକ୍ତ ଦାସ

ଭବାନୀପାଟଣା: ରାଜ୍ୟରେ ଯୋଉ ସରକାର ରୁହନ୍ତୁ ନାଁ କାହିକିଁ ସାମ୍ୱାଦିକ ମାନଙ୍କ ସ୍ବାର୍ଥ ପାଇଁ, ହକ୍ ପାଇଁ ସାମ୍ୱାଦିକ ୟୁନିଅନ ତା’ର ସଂଗ୍ରାମ ଜାରି ରଖିବ ବୋଲି ଭବାନୀପାଟଣା ଟାଉନ ହଲ୍ ଠାରେ ଅନୁଷ୍ଠିତ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ରାଜ୍ଯ କାର୍ଯ୍ୟକାରିଣୀ ବୈଠକ ତଥା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ୨୦ତମ ବାର୍ଷିକ ଉତ୍ସବରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ସାମ୍ୱାଦିକ ମାନଙ୍କ ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି, ସାମ୍ବାଦିକଙ୍କ ପେନସନ ଲାଗୁ, ଏକ୍ରିଡିଏସନ୍ କମିଟି ତିଆରି ପାଇଁ ସରକାରଙ୍କ ନିକଟରେ ଦାବୀ, ସାମ୍ୱାଦିକ ମାନଙ୍କ ସୁରକ୍ଷା ପାଇଁ ଦାବୀ ନେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ରାଜ୍ୟ ସମ୍ପାଦକ କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ସ୍ଵତନ୍ତ୍ର ଅତିଥି ଭାବରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଓଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍ ମନୋରଞ୍ଜନ ଯୋଷୀ, ସମ୍ମାନୀତ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତଥା ଗୋଲାମୁଣ୍ଡା ସମାଜ ପ୍ରତିନିଧି ବିନ୍ଦୁ ମହାନନ୍ଦ, ରାଜ୍ଯ ଉପସଭାପତି ରାଜେଶ ପଟ୍ଟନାୟକ, ଉପସଭାପତି ରାଜୀବ ମହାନ୍ତି, କଳାହାଣ୍ଡି ଜିଲ୍ଲା ସାମ୍ୱାଦିକ ୟୁନିଅନର କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ ପ୍ରମୁଖ ମଞ୍ଚାସୀନ ରହିଥିଲେ।

ଅତିଥି ମାନଙ୍କୁ ସଂଘ ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ଯ ସମ୍ପାଦକ ଶ୍ରୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ସିଂଦେଓ ବିବରଣୀ ପଠନ କରିଥିଲେ। ଇତ୍ୟବସରରେ କଳାହାଣ୍ଡି ଜିଲ୍ଲାର ସଂସ୍କୃତିକୁ ଓ ସାମ୍ବାଦିକଙ୍କ ସ୍ୱାଭିମାନ ବହନ କରୁଥିବା ବାର୍ଷିକ ପତ୍ରିକା ‘କାରୁଣ୍ଡ’କୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ସାମ୍ବାଦିକ ହେମନ୍ତ ସାହୁ।

୫୩ ବର୍ଷର ସାମ୍ୱାଦିକ ୟୁନିଅନ୍ ପ୍ରତି ସବୁବେଳେ ରାଜ୍ଯ ସରକାର ଅବହେଳା କରି ଆସିଛନ୍ତି। ବିହାର ଭଳି ରାଜ୍ୟରେ ସାମ୍ୱାଦିକ ମାନଙ୍କ ସମସ୍ତ ଅଧିକାର ପୂରଣ କରାଯାଇଛି। ପେନସନ୍, ପ୍ରୋଟେକ୍ସନ୍ ଓ ଆକ୍ରିଡିଏସନ୍ ପାଇଁ ଆମେ ଦୀର୍ଘ ଦିନ ଧରି ସ୍ୱର ଉତ୍ତୋଳନ କରି ଆସୁଛୁ। ଆମର ସହିବାର ସୀମା ଟପି ଗଲାଣି। ଏଣୁ ଆଗକୁ ଆମର ହକ ପାଇଁ ଆନ୍ଦୋଳନ କରିବୁ। ପ୍ରତି ଜିଲ୍ଲାରେ ଆନ୍ଦୋଳନ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ତାଙ୍କ ଅଗ୍ନିବର୍ଷି ଭାଷଣରେ କହିଥିଲେ।

ମୁଖ୍ୟ ବକ୍ତା ଶ୍ରୀ ଯୋଶୀ ପ୍ରକୃତ ସାମ୍ବାଦିକତା ବିଷୟରେ କହିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ଦାସ ସାମ୍ବାଦିକ ସମାଜକୁ ବଞ୍ଚାଇ ରଖିଛି ବୋଲି ତାଙ୍କ ବକ୍ତବ୍ୟରେ କହିବା ସହିତ ନାରୀ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ଇତ୍ୟବସରରେ ସାମ୍ବାଦିକତା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସମ୍ବାଦର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି, ସକାଳର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସ୍ଵାଧୀନ ପାତ୍ର, ଓଟିଭି ପ୍ରତିନିଧି ଇଙ୍ଗିତ ପଣ୍ଡା, ବିକାଶ ଷଢ଼ଙ୍ଗୀ, କନକ ଟିଭି ଜୟପାଟଣା ପ୍ରତିନିଧି ସମୀକ୍ଷା ପ୍ରହରାଜ, ରୁପ୍ରାରୋଡ ପ୍ରମେୟ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ମହାନ୍ତି, ପରେଶ ନାଏକ, ମନମୋହନ ପଧାନ, କିଶୋର ନାଏକ, ଆଶୁତୋଷ ରାଉତ, ସନତ କୁମାର ପ୍ରଧାନୀ, ଖଗେଶ୍ବର ଧଙ୍ଗଡାମାଝୀ, ଶୁଭମ ରୋହିଲା, ଭଦ୍ରାଞ୍ଚଳ ନାଏକ ପ୍ରମୁଖ‌ସାମ୍ବାଦିକଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଯାଜପୁର ଜିଲ୍ଲା ସାମ୍ୱାଦିକ ଅଭୟ ପତି, ରାଜ୍ୟ ବାର୍ କାଉନସିଲର ସଦସ୍ୟ ଭାବରେ ମନୋନୀତ ହୋଇଥିବାରୁ ରାଜୀବ ମହାନ୍ତି, ବିକ୍ରମାଦିତ୍ୟ ସିଂ ଦେଓଙ୍କୁ ସ୍ଵତନ୍ତ୍ର ଭାବରେ ସମ୍ମାନୀତ କରାଯାଇଥିଲା। ସଂଘରେ ନୂତନ ଭାବରେ ଯୋଗଦାନ କରିଥିବା ସଦସ୍ୟ ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ଶେଷରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ।ଭୋଜନ ବିରତି ପରେ ପୁଣି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା।

ouj
Share. Facebook Twitter LinkedIn Email WhatsApp Copy Link

Related Posts

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

October 1, 2026

ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ

October 1, 2026
Latest News

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026

ଉଜ୍ଜ୍ୱଳା ଯୋଜନା ଉପରେ ସରକାରଙ୍କ ବଡ଼ ଘୋଷଣା: ଜାରି ରହିବ LPG ସବସିଡି 

October 1, 2026

ଜିମ୍ବାୱେରେ ହେଲିକପ୍ଟର ଦୁର୍ଘଟଣା: ବ୍ୟବସାୟୀ ୱିକନେଲ୍, ତାଙ୍କ ପତ୍ନୀଙ୍କ ସମେତ ୬ ମୃତ

October 1, 2026

ବାସି ରୁଟି ଫୋପାଡ଼ୁଛନ୍ତି କି? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରିତା

October 1, 2026

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.