Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈତିକ ଏବଂ ମାନବିକ ମୂଲ୍ୟବୋଧ ସୃଷ୍ଟି କରିବାରେ ସହାୟକ ହୋଇଛି ଜାଗୋ: ସୋଆ ଉପସଭାପତି
ଆଜିର ଖବର

ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈତିକ ଏବଂ ମାନବିକ ମୂଲ୍ୟବୋଧ ସୃଷ୍ଟି କରିବାରେ ସହାୟକ ହୋଇଛି ଜାଗୋ: ସୋଆ ଉପସଭାପତି

April 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ସବୁ ସମୟରେ ସମାଜର ହିତ କ୍ଷେତ୍ରରେ କାର୍ଯ୍ୟ କରିଆସୁଛି। ଏହି ପରିପ୍ରେକ୍ଷୀରେ ‘ଜାଗୋ’ ବହୁବର୍ଷର ଏକ ପଦକ୍ଷେପ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୈତିକ ଏବଂ ମାନବିକ ମୂଲ୍ୟବୋଧ ସୃଷ୍ଟି କରିବାରେ ଜାଗୋ ସହାୟକ ହୋଇଛି ବୋଲି କହିଛନ୍ତି ସୋଆର ଉପସଭାପତି ଶାଶ୍ୱତୀ ଦାସ।

ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ୟାମ୍ପସ୍‌ର ନିକଟବର୍ତୀ ବସ୍ତି ଅଂଚଳରେ ରହୁଥିବା ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କୁ ସ୍କୁଲ ବ୍ୟାଗ ଓ ୟୁନିଫର୍ମ ଦେବା ଭଳି କାର୍ଯ୍ୟ କରିଥାନ୍ତି ଟିମ୍ ଜାଗୋର ଛାତ୍ରଛାତ୍ରୀ।

ଏହି ପରିପ୍ରେକ୍ଷୀରେ ୨୦୦୭ ମସିହାରୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଏବେ ବିଶ୍ୱବିଦ୍ୟାଳୟର ସବୁ କ୍ୟାମ୍ପସ୍‌ର ଛାତ୍ରଛାତ୍ରୀମାନେ ଆପଣାଇଛନ୍ତି। ଏହା ଖୁବ ଆନନ୍ଦର ବିଷୟ ବୋଲି କହିଛନ୍ତି ଶ୍ରୀମତି ଦାସ।

ଶନିବାର ‘ସୋଆ ଜାଗୋ ଟ୍ୟାଲେଂଟ ହଂଟ’ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ତଥା ସୋଆର ଛାତ୍ରଛାତ୍ରୀମାନଙ୍କୁ ଶ୍ରୀମତି ଦାସ ପୁରସ୍କୃତ କରିବା ସହ କୁନି କୁନି ପିଲାମାନଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ କରିଥିଲେ। ଅନ୍‌ଲାଇନ୍ ଦ୍ୱାରା ୨୪ ଘଂଟା ଧରି ସୋଆ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୋଷ୍ଟର, କବିତା, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏଥିରେ ଯୋଗ ଦେଇ କହିଥିଲେ ଯେ ସମାଜର ହିତ ପାଇଁ ବିଶ୍ୱବିଦ୍ୟାଳୟ ଏଭଳି ମହତ କାର୍ଯ୍ୟ ଆପଣାଇଛି। ବିକଶିତ ଭାରତ ପରିପ୍ରେକ୍ଷୀରେ ଏଭଳି କାର୍ଯ୍ୟ ଦ୍ୱାରା ବିଶ୍ୱବିଦ୍ୟାଳୟ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରୁଛି ବୋଲି ପ୍ରଫେସର ନନ୍ଦ କହିଛନ୍ତି।

କାର୍ଯ୍ୟକ୍ରମରେ କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଉପକୁଳପତି ପ୍ରଫେସର ନୀତା ମହାନ୍ତି, ଆଇଟିଇଆର୍‌ର ଡିନ୍ ପ୍ରଫେସର ପି.କେ ସାହୁ ବକ୍ତବ୍ୟ ରଖିଥିଲେ। ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜାଗୋର ମେଂଟର ପ୍ରଫେସର ଅନୀତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଆଇଟିଇଆରର ନିର୍ଦ୍ଦେଶକ ପ୍ରଫେସର ମାନସ ମଲ୍ଲିକ ଓ ଆଇଡିଏସ୍‌ର ପ୍ରଫେସର ଅନୁରାଗ ଶତପଥୀ ଏବଂ ଆଇଟିଇଆରର ସିନିୟର ପ୍ରଫେସର ମୀରା ଦାସ ଉପସ୍ଥିତ ଥିଲେ।

ଜାଗୋ ଶାଶ୍ୱତୀ ଦାସ ଶିକ୍ଷା ଓ ଅନୁସନ୍ଧାନ ସୋଆ ଉପସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.