Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଦିଲ୍ଲୀ ଏବଂ ରାଜସ୍ଥାନ ମଧ୍ୟରେ ଲଢେଇ, ଜାଣନ୍ତୁ ସମ୍ଭାବ୍ୟ ଏକାଦଶ ଖେଳାଳି
ଆଜିର ଖବର

ଆଜି ଦିଲ୍ଲୀ ଏବଂ ରାଜସ୍ଥାନ ମଧ୍ୟରେ ଲଢେଇ, ଜାଣନ୍ତୁ ସମ୍ଭାବ୍ୟ ଏକାଦଶ ଖେଳାଳି

April 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇପିଏଲ
IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

ନୂଆଦିଲ୍ଲୀ: ଆଇପିଏଲ୍ 2025 ର 32 ତମ ମ୍ୟାଚ୍ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଲଗାତାର 4 ଟି ମ୍ୟାଚ୍ ଜିତିବା ପରେ ଅକ୍ସର ପଟେଲଙ୍କ ଦଳ ଦିଲ୍ଲୀ ଗତ ମ୍ୟାଚରେ ସିଜିନର ପ୍ରଥମ ପରାଜୟର ସମ୍ମୁଖୀନ ହୋଇଥିଲେ। ସେପଟେ ସଞ୍ଜୁ ସାମସନଙ୍କ ନେତୃତ୍ଵାଧୀନ ରାଜସ୍ଥାନ ରୟାଲ୍ସ 6 ଟି ମ୍ୟାଚ ମଧ୍ୟରୁ ମାତ୍ର 2 ଟି ଜିତିଛି, ଆଜି ଜିତିବା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଉଭୟ ଦଳର ରେକର୍ଡ, ସମ୍ଭାବ୍ୟ ଏକାଦଶ ଖେଳାଳି, ଏହି ଗ୍ରାଉଣ୍ଡର ଆଇପିଏଲ୍ ରେକର୍ଡ ବିଷୟରେ ଜାଣିବା….

ଦିଲ୍ଲୀ କ୍ୟାପିଟାଲ୍ସ ବର୍ତ୍ତମାନ 4 ଟି ବିଜୟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି। ଯଦି ଆଜି ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରେ ତେବେ ଦିଲ୍ଲୀ ଟେବୁଲରେ ପ୍ରଥମ ସ୍ଥାନ ଅଧିକାର କରିବ। ସେପଟେ ରାଜସ୍ଥାନ ରୟାଲ୍ସ ଜିତିବା ପରେ ସପ୍ତମରୁ ଷଷ୍ଠ ସ୍ଥାନକୁ ଆସିଯିବ ଏବଂ ବର୍ତ୍ତମାନ ସପ୍ତମ ସ୍ଥାନରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଖସିଯିବ।

ଡିସି ବନାମ ଆରଆର ହେଡ ଟୁ ହେଡ ରେକର୍ଡ:

ମୋଟ ମ୍ୟାଚ୍: 29
ଦିଲ୍ଲୀ କ୍ୟାପିଟାଲ୍ସ 14 ଥର ଜିତିଛି
ରାଜସ୍ଥାନ ରୟାଲ୍ସ 15 ଥର ଜିତିଛି
RR ବିପକ୍ଷରେ ଡିସିର ସର୍ବାଧିକ ସ୍କୋର 221
DC ବିପକ୍ଷରେ RR ର ସର୍ବାଧିକ ସ୍କୋର 222

ଅରୁଣ ଜେଟଲୀ ଷ୍ଟାଡିୟମର ଆଇପିଏଲ ରେକର୍ଡ:

ଅରୁଣ ଜେଟଲୀ ଷ୍ଟାଡିୟମରେ ମୋଟ 90 ଟି ଆଇପିଏଲ ମ୍ୟାଚ୍ ଖେଳାଯାଇଛି। ଏଠାରେ ପ୍ରଥମେ ବ୍ୟାଟିଂକରିଥିବା ଦଳ 43 ଥର ଏବଂ ପ୍ରଥମେ ବୋଲିଂ କରିଥିବା ଦଳ 46 ଥର ଜିତିଛି। 45 ଥର ଯେଉଁ ଦଳର ଅଧିନାୟକ ଟସ୍ ଜିତିଥିଲେ, 44 ଥର ଟସ୍ ହରାଇଥିବା ଦଳ ଜିତିଲା। ଏଠାରେ ସର୍ବାଧିକ ସ୍କୋର ହେଉଛି 266, ଯାହା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଦ୍ୱାରା କରାଯାଇଥିଲା। ସର୍ବାଧିକ ବ୍ୟକ୍ତିଗତ ସ୍କୋର କ୍ରିସ୍ ଗେଲ୍ (128) ଏବଂ ଋଷଭ ପନ୍ତ (128) ଙ୍କ ଦ୍ଵାରା କରାଯାଇଛି।

ଦିଲ୍ଲୀ କ୍ୟାପିଟାଲ୍ସର ସମ୍ଭାବ୍ୟ ଖେଳାଳି:

ଜେକେ ଫ୍ରେଜର-ମ୍ୟାକଗର୍କ, କରୁଣ ନାୟାର, ଅଭିଷେକ ପୋରେଲ, କେ.ଏଲ୍ ରାହୁଲ (ୱିକେଟ୍ କିପର), ଟ୍ରିଷ୍ଟନ୍ ଷ୍ଟବ୍ସ, ଅକ୍ସର ପଟେଲ (ଅଧିନାୟକ), ଆଶୁତୋଷ ଶର୍ମା, ବିପରାଜ ନିଗମ, ମିଚେଲ ଷ୍ଟାର୍କ, କୁଲଦୀପ ଯାଦବ, ମୋହିତ ଶର୍ମା, ମୁକେଶ କୁମାର (ଇମ୍ପାକ୍ଟ ପ୍ଲେୟାର)।

ରାଜସ୍ଥାନ ରୟାଲ୍ସର ସମ୍ଭାବ୍ୟ ଖେଳାଳି:

ଯଶସ୍ୱୀ ଜୟସ୍ଵାଲ, ସଞ୍ଜୁ ସାମସନ (ଅଧିନାୟକ, ୱିକେଟ୍ ରକ୍ଷକ), ନୀତୀଶ ରାଣା, ରିୟାନ୍ ପରାଗ, ଧ୍ରୁଭ ଜୁରେଲ, ଶିମ୍ରନ୍ ହେଟମାୟର, ୱାନିନ୍ଦୁ ହସରଙ୍ଗା, ଜୋଫ୍ରା ଆର୍ଚ୍ଚର, ମହେଶ ତୀକ୍ଷଣା, ସନ୍ଦୀପ ଶର୍ମା, ତୁଷାର ଦେଶପାଣ୍ଡେ, କୁମାର କାର୍ତ୍ତିକେୟ (ଇମ୍ପାକ୍ଟ ପ୍ଲେୟାର)।

Delhi Capitals INDIAN PREMIER LEAGUE ipl IPL 2025 rajasthan royals
Share. Facebook Twitter LinkedIn Email WhatsApp Copy Link

Related Posts

ସାଇବର ଠକେଇର ଶିକାର ହେଲେ ଟଙ୍କା ଦେବ ଆରବିଆଇ

June 26, 2026

ଓଡ଼ିଶାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ: ରାଜସ୍ୱ ସଚିବଙ୍କ ସମୀକ୍ଷା

June 26, 2026

ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରକଟ କଲେ ବ୍ରହ୍ମପୁର ସାଂସଦ: ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

June 26, 2026

ଅଗ୍ନି ନିରାପତ୍ତା ବୈଠକରେ ଯୋଗଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

June 26, 2026
Latest News

ସାଇବର ଠକେଇର ଶିକାର ହେଲେ ଟଙ୍କା ଦେବ ଆରବିଆଇ

June 26, 2026

ଓଡ଼ିଶାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ: ରାଜସ୍ୱ ସଚିବଙ୍କ ସମୀକ୍ଷା

June 26, 2026

ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରକଟ କଲେ ବ୍ରହ୍ମପୁର ସାଂସଦ: ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

June 26, 2026

ଅଗ୍ନି ନିରାପତ୍ତା ବୈଠକରେ ଯୋଗଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

June 26, 2026

ଓଡ଼ିଶାରେ ଜଳ ଜୀବନ ମିଶନର ପ୍ରଗତି ସମୀକ୍ଷା କଲେ କେନ୍ଦ୍ର ସଚିବ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.