
ନୂଆଦିଲ୍ଲୀ: 2024-25 ଆର୍ଥିକ ବର୍ଷରେ ଆମେରିକା କ୍ରମାଗତ ଚତୁର୍ଥ ଥର ପାଇଁ ଭାରତର ସର୍ବବୃହତ ବାଣିଜ୍ୟ ଭାଗୀଦାରୀ ହୋଇ ରହିଛି। ସରକାରୀ ତଥ୍ୟ ଦର୍ଶାଇଛି ଯେ, ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ 131.84 ବିଲିୟନ ଡ଼ଲାରରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଚୀନ୍ ସହିତ ଭାରତର ବାଣିଜ୍ୟ ନିଅଣ୍ଟ 99.2 ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି।
ଚୀନ୍ ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ:
ଗତ ଆର୍ଥିକ ବର୍ଷରେ ଚୀନ୍କୁ ଭାରତର ରପ୍ତାନି 14.5 ପ୍ରତିଶତ ହ୍ରାସ ପାଇ 14.25 ବିଲିୟନ ଡ଼ଲାରରେ ପହଞ୍ଚିଛି, 2023-24 ମସିହାରେ ଏହା 16.66 ବିଲିୟନ ଡ଼ଲାର ଥିଲା। ତେବେ 2024-25 ମସିହାରେ ଚାଇନାରୁ ଆମଦାନୀ 11.52 ପ୍ରତିଶତ ବୃଦ୍ଧି ହୋଇ 113.45 ବିଲିୟନ ଡ଼ଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।
ଗତ ଆର୍ଥିକ ବର୍ଷରେ ଚୀନ୍ ସହିତ ବାଣିଜ୍ୟ ନିଅଣ୍ଟ ପ୍ରାୟ 17% ବୃଦ୍ଧି ହୋଇ 99.2 ବିଲିୟନ ଡ଼ଲାରରେ ପହଞ୍ଚିଛି, 2023-24 ମସିହାରେ 85.07 ବିଲିୟନ ଡ଼ଲାରରେ ପହଞ୍ଚିଛି। 2024-25 ମସିହାରେ ଦ୍ୱିପାକ୍ଷିକ ବାଣିଜ୍ୟ ସହିତ 127.7 ବିଲିୟନ ଡ଼ଲାରରେ ଚୀନ୍ ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ। ଯେତେବେଳେ କି, 2023-24 ମସିହାରେ ଏହା 118.4 ବିଲିୟନ ଡ଼ଲାର ଥିଲା।
ତିନି ନମ୍ବରରେ ସଂଯୁକ୍ତ ଆରବ ଏମିରେଟ୍ସ:
ବାଣିଜ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, 2013-14 ରୁ 2017-18 ମଧ୍ୟରେ ଏବଂ 2020-21 ମସିହାରେ ଚୀନ୍ ଭାରତର ପ୍ରମୁଖ ବାଣିଜ୍ୟ ଭାଗିଦାରୀ ଥିଲା। ଚୀନ୍ ପୂର୍ବରୁ ସଂଯୁକ୍ତ ଆରବ ଏମିରେଟ୍ସ ଭାରତର ସବୁଠୁ ବଡ ବାଣିଜ୍ୟ ଭାଗିଦାରୀ ଥିଲା। 2021-22 ପରଠାରୁ ଆମେରିକା ହେଉଛି ଭାରତର ସବୁଠାରୁ ବଡ ବାଣିଜ୍ୟ ଭାଗିଦାରୀ। ଗତ ଆର୍ଥିକ ବର୍ଷରେ, ୟୁଏଇ 100.5 ବିଲିୟନ ଡ଼ଲାର ସହିତ ଭାରତର ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ ହେଲା।