Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: ଏକ ଅନନ୍ୟ ସାଧକ, ଏକ ନିରବ ସାଧକ ଡାକ୍ତର ବୁଟୁ ବାବୁ, ସେବା ଯାହାଙ୍କର ସାଧନା
ଆଜିର ଖବର

ବାଣପୁର: ଏକ ଅନନ୍ୟ ସାଧକ, ଏକ ନିରବ ସାଧକ ଡାକ୍ତର ବୁଟୁ ବାବୁ, ସେବା ଯାହାଙ୍କର ସାଧନା

April 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଏକ ଅଖ୍ୟାତ ପଲ୍ଲୀ ତୋଟା ଗ୍ରାମରେ ତା ୧୭-୧୧-୧୯୫୨ରେ ଜନ୍ମ। ବାଲ୍ୟ ଛାତ୍ର ଜୀବନରୁ ଡାକ୍ତରୀ ବିଦ୍ୟା ସାଧନ ପର୍ଯ୍ୟନ୍ତ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଥିଲେ। ସ୍ୱାଧିନତା ସଂଗ୍ରାମୀ ପିତା √ ଲକ୍ଷ୍ମୀଧର ଦାସଙ୍କର ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ସେବାକୁ ଜୀବନର ଧେୟ ଭାବେ ଗ୍ରହଣ କରିନେଇଥିଲେ। ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମହାବିଦ୍ୟାଳୟରୁ ଏମ୍.ବି.ବି.ଏସ ଉତ୍ତୀର୍ଣ୍ଣ ପରେ ସରକାରୀ ଚାକିରୀର ମୋହ ଛାଡି ନିଜସ୍ୱ ଚିକିତ୍ସା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ କଲିକତାରୁ ଏମ୍. ଡି ଏବଂ ପି.ଏଚ୍.ଡି ଡିଗ୍ରି ହାସଲ କରିଥିଲେ।

ଘଞ୍ଚ ବନାନୀ ପରିବେଷ୍ଟିତ ଗ୍ରାମୀଣ ଆଦିବାସୀ ଇଲାକା ଥିଲା ତାଙ୍କ ପ୍ରକୃତ କର୍ମଭୂମି। ଖୋର୍ଦ୍ଧା, ଗଞ୍ଜାମ, ପୁରୀ ଓ ନୟାଗଡ ଭଳି ଜିଲ୍ଲା ମାନଙ୍କରେ ମ୍ୟାଲେରିଆ, ବସନ୍ତ, ମିଳିମିଳା ଏବଂ ଝାଡା ରୋଗରେ ପ୍ରକୃତ ସ୍ୱାସ୍ଥ୍ୟ ସେବା ଅଭାବରୁ ଦେବା ଦେବୀଙ୍କ ଭରସାରେ ରହି ରୋଗୀ ହଜାର ହଜାର ସଂଖ୍ୟାରେ ମୃତ୍ୟୁ ବରଣ କରୁଥିଲେ। ସେହି ସତୁରୀ-ଅଶି ଦଶକରେ ଡାକ୍ତର ସୁରେନ୍ଦ୍ରନାଥ ଦାସ (ବୁଟୁ ବାବୁ) ଜଣେ ଦେବଦୂତ ଭଳି ସେମାନଙ୍କୁ ସେବା ଯୋଗାଇବା ପାଇଁ ଅଗମ୍ୟ ଅଞ୍ଚଳରେ ପ୍ରବେଶ କରି ସ୍ୱେଚ୍ଛାକୃତ ସେବା ଯୋଗାଇଥିଲେ। ଅନ୍ୟୁନ୍ୟ ଚାରିଟି ଜିଲ୍ଲାର ଦୁର୍ଗମ-ଅଗମ୍ୟ ଅଞ୍ଚଳରେ ନିଜର କର୍ମମୟ ଜୀବନର ସେବା ସାଧନା ଜାରିରଖିଥିଲେ ଏବଂ ଅଦ୍ୟାବଧି ପାଞ୍ଚ ଦଶନ୍ଧି ଧରି ସେବା ଜାରି ରଖିଛନ୍ତି ମଧ୍ୟ।

ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ସାଧାରଣ ସଭା, ସ୍ୱାସ୍ଥ୍ୟଭିତିକ ଆଲୋଚନା, ପଥପ୍ରାନ୍ତ ନାଟକ ମାଧ୍ୟମରେ ଏଡ୍ସ୍, କୁଷ୍ଠ, ମ୍ୟାଲେରିଆ, ହଇଜା, ବସନ୍ତ,ଡେଙ୍ଗୁ, ମିଳିମିଳା, ଡାଇବେଟିସ୍, ବ୍ଲଡପ୍ରେସର, ହୃଦରୋଗ, ଚର୍ମରୋଗ ଇତ୍ୟାଦି ଦୂରାରୋଗ୍ୟ ବ୍ୟାଧିର ସୁଗମ ଚିକିତ୍ସା, ପ୍ରତିଷେଧକ ଏବଂ ନିରାକରଣ ଦିଗରେ ତାଙ୍କ ନିରବଚ୍ଛିନ୍ନ ଏବଂ ସ୍ୱେଚ୍ଛାକୃତ ସେବା ପହଞ୍ଚେଇବାର ଏକ ବିରଳ କୃତିତ୍ୱ ହାସଲ କରିଛନ୍ତି। ବିଗତ କରୋନା ମହାମାରୀ ସମଗ୍ର ବିଶ୍ୱରେ ମୃତ୍ୟୁ ତାଣ୍ଡବ ରଚିଥିବା ବେଳେ ସମସ୍ତ କରୋନା ବିଧି ବ୍ୟବସ୍ଥାକୁ ଅନୁପାଳନ କରି ସ୍ଥାନୀୟ ଜିଲ୍ଲାମାନଙ୍କରେ ନିର୍ଭିକ ଭାବେ ପିଡୀତଙ୍କୁ ସେବା ଯୋଗାଇ ହଜାର ହଜାର ରୋଗୀଙ୍କୁ ଜୀବନ୍ୟାସ ଦେଇ ବେଶ୍ ପ୍ରଶଂସିତ ହୋଇଛନ୍ତି। ଅନେକ ଅନୁଷ୍ଠାନ ତାଙ୍କୁ      “ କରୋନା ୱାରିୟର”, “ୱାରିୟର ଅଫ୍ ହୋପ୍ ”ସମ୍ମାନରେ ସମ୍ବର୍ଦ୍ଧିତ କରିଛନ୍ତି। ନିଶା ଡାକ୍ତରୀ ସେବା ଥିଲେ ମଧ୍ୟ ପେଶା ନିଆରା। ଜଣେ ଦକ୍ଷ ନାଟ୍ୟକାର-ନିର୍ଦ୍ଧେଶକ ଭାବେ ଅନ୍ୟୁନ୍ୟ ପଚାଶ ନାଟକ ରଚନା କରିଛନ୍ତି। ଜଣେ ଶିକ୍ଷକ ଭାବେ ସ୍ଥାନୀୟ ଉଚ୍ଚବିଦ୍ୟାଳୟ ମାନଙ୍କରେ ଶିକ୍ଷା ଦାନ କରିଆସୁଛନ୍ତି। ଜଣେ ଗୀତିକାର-ଗାୟକ ଭାବେ ଏଯାବତ ଜୀବନକୁ ସମର୍ପିତ କରିଛନ୍ତି।

“ମାନବ ସେବା ହିଁ ମାଧବ ସେବା”କୁ ଜୀବନର ବ୍ରତ ଭାବେ ଗ୍ରହଣ କରି ରାଜ୍ୟ, ଦେଶ ଏବଂ ଆର୍ନ୍ତଜାତିକ ସ୍ତରରୁ ଅନେକ ସମ୍ମାନ, ଉପାଧି ଏବଂ ସମ୍ବର୍ଦ୍ଧନା ପାଇଛନ୍ତି। ସେଥିରୁ କେତୋଟି ଉଦାହରଣ ପ୍ରଦତ୍ତ କରାଗଲା-ଯୁକ୍ତରାଷ୍ଟ୍ର ଆମେରିକାରୁ “ହଲ୍ ଅଫ୍ ଫେମ୍” “ଆଉଟ୍ ଷ୍ଟାଣ୍ଡିଙ୍ଗ୍ ପ୍ରଫେସନାଲ ଆୱାର୍ଡ” ଏବଂ “କନଟେମ୍ପରାରୀ ବ୍ଲାକ୍ ଡାଏମଣ୍ଡ୍ ଆୱାର୍ଡ”, ନୂଆଦିଲ୍ଲୀରୁ “ଡକ୍ଟର୍ ଅଫ ଦି ମିଲେନିୟମ୍”, “ଭାରତ ଜ୍ୟୋତି”, “ଭାରତଗୌରବ” , “ଏମିନେଣ୍ଟ ଫିଜିସିୟାନ୍”,“ଲାଇଫ୍ ଟାଇମ୍ ଆଚିଭମେଣ୍ଟ”, “ହେଲଥ୍ ଏକସିଲେନ୍ସ ଆୱାର୍ଡ”, “ଗ୍ଲୋରୀ ଅଫ୍ ଏଜୁକେସନ ଏକ୍ସଲିସେନ୍ସ ଆୱାର୍ଡ” ରାଜ୍ୟ ଭିତରୁ “ଶାରଳା ପ୍ରତିଭା ସମ୍ମାନ” ଏବଂ ଅନେକ ଆଞ୍ଚଳିକ ସଂଗଠନ, ଅନୁଷ୍ଠାନ, ଶିକ୍ଷା ପ୍ରତିଷ୍ଠାନ, କ୍ଲବ ତରଫରୁ ସମ୍ବର୍ଦ୍ଧନା ଏବଂ ସମ୍ମାନ।

ଖୋର୍ଦ୍ଧା ଜିଲ୍ଲା ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026
Latest News

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.