Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରସ୍ଥିତ ସିଟିଟିସି ଏବଂ ଫାର୍ମାସ୍ୟୁଟିକାଲ କ୍ଲଷ୍ଟର ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ଭୁବନେଶ୍ୱରସ୍ଥିତ ସିଟିଟିସି ଏବଂ ଫାର୍ମାସ୍ୟୁଟିକାଲ କ୍ଲଷ୍ଟର ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ

April 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଜିତନ ରାମ ମାଞ୍ଛୀ ଭାରତ ସରକାରଙ୍କ ଏମଏସଏମଇ ମନ୍ତ୍ରଣାଳୟ ଅଧୀନ ଏକ ସ୍ୱାୟତ୍ତ ପ୍ରତିଷ୍ଠାନ ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ପରିଦର୍ଶନ କରିଛନ୍ତି। ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଅନ୍ୟ ପ୍ରଯୁକ୍ତି କେନ୍ଦ୍ରଗୁଡ଼ିକ ମଧ୍ୟରେ ସିଟିଟିସି ସର୍ବଶ୍ରେଷ୍ଠ ଭାବେ ବିବେଚିତ ହୋଇଥାଏ। ଶ୍ରୀ ମାଞ୍ଝୀ ଏମଏସଏମଇ ମନ୍ତ୍ରଣାଳୟର ଏମଏସଇ-ସିଡିପି ଯୋଜନାରେ ପ୍ରତିଷ୍ଠା କରାଯାଇଥିବା ଏକ ସାଧାରଣ ସୁବିଧା କେନ୍ଦ୍ର (ସିଏଫସି) ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଫାର୍ମସ୍ୟୁଟିକାଲ୍‌ କ୍ଲଷ୍ଟର ମଧ୍ୟ ପରିଦର୍ଶନ କରିଥିଲେ।

 

ସିଟିଟିସି ଗସ୍ତ ସମୟରେ ମହାପ୍ରବନ୍ଧକ ଏଲ୍. ରାଜଶେଖର କେନ୍ଦ୍ର ମନ୍ତ୍ରୀ ଶ୍ରୀ ମାଞ୍ଝିଙ୍କୁ ସିଟିଟିସିର ପ୍ରମୁଖ ପଦକ୍ଷେପ ଏବଂ ଉଲ୍ଲେଖନୀୟ ସଫଳତା ଉପରେ ଏକ ସଂକ୍ଷିପ୍ତ ଉପସ୍ଥାପନା ପ୍ରଦାନ କରିଥିଲେ। ମାନ୍ୟବର ମନ୍ତ୍ରୀଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ସିଟିଟିସି ପରିସର ବୁଲି ଦେଖିବା ସହିତ ବର୍ତ୍ତମାନ ଜାରି ରହିଥିବା ପଦକ୍ଷେପ ଓ ତାଲିମ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ଏବଂ ଯୁବ ପ୍ରଶିକ୍ଷାର୍ଥୀଙ୍କ ସହ କଥାବାର୍ତ୍ତା କରିଥିଲେ। ଶ୍ରୀ ମାଞ୍ଝି ଅନୁଷ୍ଠାନର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ ଏବଂ ଏଠାରେ ପ୍ରଦର୍ଶିତ ପ୍ରତିଭା ଏବଂ ନବସୃଜନ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିଲେ।

ସିଟିଟିସି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ), ଏରୋନାଟିକାଲ୍ ଡେଭଲପମେଣ୍ଟ ଏଜେନ୍ସି (ଏଡିଏ), ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ), ଏବଂ ଟାଟା ମୋଟର୍ସ ଲିମିଟେଡ୍ ସମେତ ଅନେକ ପ୍ରତିଷ୍ଠିତ ଗ୍ରାହକଙ୍କୁ ସେବା ପ୍ରଦାନ କରିଥାଏ। ଏହା ଚନ୍ଦ୍ରଯାନ-3 (ଇସ୍ରୋ) ଏବଂ ଏଲସିଏ.-ତେଜସ୍ ପ୍ରକଳ୍ପ (ଏଡିଏ) ପାଇଁ ଗୁରୁତ୍ୱପୂର୍ଣ୍ଣ ଉପକରଣ ପ୍ରଦାନ କରି ଭାରତର ମହାକାଶ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି ଏବଂ ବର୍ତ୍ତମାନ ଆଗାମୀ ଗଗନଯାନ ମିଶନ ପାଇଁ ବିଭିନ୍ନ ଉପକରଣ ଉତ୍ପାଦନରେ ଜଡିତ ଅଛି।

ଶ୍ରୀ ମାଞ୍ଝି ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଠାରେ ଥିବା ଫାର୍ମାସ୍ୟୁଟିକାଲ୍ କ୍ଲଷ୍ଟର (ସିଏଫସି) ପରିଦର୍ଶନ କରିଥିଲେ, ଯାହା ଭୁବନେଶ୍ୱର ଏବଂ କଟକ ଅଞ୍ଚଳରେ ଔଷଧୀୟ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ସେବା ଯୋଗାଇବା ପାଇଁ ମନ୍ତ୍ରଣାଳୟର ଏମଏସଇ-ସିଡିପି ଯୋଜନା ଅଧୀନରେ ପ୍ରତିଷ୍ଠା କରାଯାଇଛି ଏବଂ ଏହା ଓଡ଼ିଶା ସରକାରଙ୍କ ଦ୍ୱାରା ସମର୍ଥିତ। ଉତ୍କଳ ଫାର୍ମାସ୍ୟୁଟିକାଲ୍ ମାନୁଫାକ୍ଚରର୍ସ ଆସୋସିଏସନ୍ (ୟୁପିଏମଏ) ହେଉଛି ଏହି ପ୍ରକଳ୍ପ ପାଇଁ ଏସପିଭି।

ସଦସ୍ୟ ଏମଏସଏମଇଗୁଡ଼ିକୁ ସେମାନଙ୍କ ଉତ୍ପାଦନ ଗୁଣବତ୍ତା ବୃଦ୍ଧି, ରପ୍ତାନୀ ପ୍ରସ୍ତୁତି ବୃଦ୍ଧି ଏବଂ ବାହ୍ୟ ପରୀକ୍ଷଣ ପରୀକ୍ଷାଗାର ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାରେ ସିଏଫସି ସାହାଯ୍ୟ କରିଛି। ଏମଏସଏମଇ ୟୁନିଟଗୁଡ଼ିକୁ ଉନ୍ନତ ପରୀକ୍ଷଣ, ଗୁଣବତ୍ତା ସୁନିଶ୍ଚିତତା, ଗବେଷଣା ଏବଂ ନିୟାମକ ସହାୟତା ଏବଂ ତାଲିମ ସେବା ସମେତ ଅନେକ ପ୍ରକାରର ସେବା ସିଏଫସି ପ୍ରଦାନ କରିଥାଏ। ଶ୍ରୀ ମାଞ୍ଝି ୟୁପିଏମଏର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ଏହି ଅଞ୍ଚଳରେ ଫାର୍ମାସ୍ୟୁଟିକାଲ୍ ଉତ୍ପାଦନ ଆଧାରକୁ ମଜବୁତ କରିବାରେ ସିଏଫସିର ଭୂମିକାକୁ ସ୍ୱୀକାର କରିଥିଲେ।

ମାନନୀୟ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ଭାରତ ସରକାରଙ୍କ ଏମଏସଏମଇ ଅତିରିକ୍ତ ସଚିବ ତଥା ଉନ୍ନୟନ କମିଶନର ଡକ୍ଟର ରଜନୀଶ, ଅତରିକ୍ତ ବିକାଶ ଆୟୁକ୍ତ ଶ୍ରୀମତୀ ସୁଧା କେଶରୀ, ଓଡ଼ିଶା ସରକାରଙ୍କ ଶିଳ୍ପ ନିର୍ଦ୍ଦେଶକ ଡି. ପ୍ରଶାନ୍ତ କୁମାର ରେଡ୍ଡୀ, ଏମଏସଏମଇ ଉନ୍ନୟନ ଆୟୁକ୍ତଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ମିଲିନ୍ଦ ଧର୍ମରାଓ ରାମଟେକେ ପ୍ରମୁଖ ଯୋଗ ଦେଇଥିଲେ। ପରିଦର୍ଶନ ସମୟରେ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀ ଏବଂ ସିଟିଟିସିର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026

ରାଜ୍ୟରେ ଶକ୍ତି ସଂରକ୍ଷଣ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

February 7, 2026

ପାକିସ୍ତାନ ସୀମାରେ ଅବସ୍ଥିତ ‘ଗୁରନାମ ’ ଏବଂ’ ବୋବିଆ ’ ବିଓପି ପରିଦର୍ଶନ କଲେ ଅମିତ ଶାହ

February 7, 2026

ଓଡ଼ିଶାର ଜଣେ ମୁଖ୍ୟ ମାଓ କମାଣ୍ଡର ସମେତ ୧୫ ମାଓ କ୍ୟାଡରଙ୍କ ଆତ୍ମସମର୍ପଣ

February 7, 2026
Latest News

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026

ରାଜ୍ୟରେ ଶକ୍ତି ସଂରକ୍ଷଣ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

February 7, 2026

ପାକିସ୍ତାନ ସୀମାରେ ଅବସ୍ଥିତ ‘ଗୁରନାମ ’ ଏବଂ’ ବୋବିଆ ’ ବିଓପି ପରିଦର୍ଶନ କଲେ ଅମିତ ଶାହ

February 7, 2026

ଓଡ଼ିଶାର ଜଣେ ମୁଖ୍ୟ ମାଓ କମାଣ୍ଡର ସମେତ ୧୫ ମାଓ କ୍ୟାଡରଙ୍କ ଆତ୍ମସମର୍ପଣ

February 7, 2026

ବିଜେପିରେ ଯୋଗଦେଲେ ଶତାଧିକ ବିଜେଡି ନେତା

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.