ଗୃହରକ୍ଷୀଙ୍କ ଦୁଇଟି ଗାଡ଼ି ଜାଳି ଦେଲେ ଦୁର୍ବୃତ୍ତ

Published: Apr 19, 2025, 12:13 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ଥାନାରେ କାର୍ଯ୍ୟରତ ତଥା ସହରର ବାସିନ୍ଦା ଜନୈକ ଗୃହରକ୍ଷୀଙ୍କର ଗୋଟିଏ ମୋଟରସାଇକେଲ ଓ ଗୋଟିଏ ସ୍କୁଟି ଗାଡ଼ିକୁ କୌଣସି ଦୁର୍ବୃତ୍ତ ନିଆଁ ଲଗାଇଦେଇ ଚମ୍ପଟ୍ ମାରିଥିବା ଜଣାପଡିଛି। ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି। ସ୍ଥାନୀୟ ଲୋକ ଏହି ଭଳି ଘଟଣା ଦେଖି ସମ୍ମିଳିତ ଭାବେ ନିଆଁକୁ ଲିଭାଇ ଥିଲେ ମଧ୍ୟ ଉକ୍ତ ଦୁଇ ଗାଡ଼ି ସମ୍ପୁର୍ଣ୍ଣ ଜଳିଯାଇଛି।

ଆଜି ସକାଳୁ ଗୋପାଳପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts