Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଥମୁନି ବାଲୁଗାଁ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ସମସ୍ୟା: ଚିନ୍ତାରେ ଅଭିଭାବକ
ଆଜିର ଖବର

ଥମୁନି ବାଲୁଗାଁ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ସମସ୍ୟା: ଚିନ୍ତାରେ ଅଭିଭାବକ

April 20, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ସମସ୍ୟା ଲାଗିରହିଛି। ଯାହାକି ପୁରାତନ ପରିଚାଳନା କମିଟି ଓ ଅଧ୍ୟକ୍ଷଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ଯୋଗୁଁ ସର୍ବ ପୁରାତନ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଚାରିଆଡେ ଅପପ୍ରଚାର ଲାଗି ରହିଥିବା ଜଣାପଡିଛି।

ସୂଚନା ଥାଉକି ଉକ୍ତ ବିଦ୍ୟାଳୟରେ ଏଲକେଜି ଠାରୁ ଏକାଦଶ ପର୍ଯ୍ୟନ୍ତ ପାଠ୍ୟକ୍ରମ ରହିଥିବା ବେଳେ ୯୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆଧ୍ୟୟନ କରୁଛନ୍ତି। ମାତ୍ରଦୀର୍ଘ ଦିନ ଧରି ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥ‌ିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ବିଡମ୍ବନା ଦେଖାଦେଇଥିଲା। ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏହାର ସମାଧାନ ଦିଗରେ ଗତ ଫେବ୍ରୁଆରୀ ୧୬ ତାରିଖରେ ବିଦ୍ୟାଳୟ ପରିସରରେ ଏକ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଥିଲା।

ମାତ୍ର ଉକ୍ତ ବୈଠକରେ କମିଟି ସଭାପତି ଓ ସମ୍ପାଦକଙ୍କ ଅନୁପସ୍ଥିତ ସମସ୍ତଙ୍କୁ ବ୍ୟଥିତ କରିଥିଲା। ଯାହାଫଳରେ ପୂର୍ବରୁ ବାରମ୍ବାର କୌଣସି ବୈଠକରେ ପରିଚାଳନା କମିଟି ସଭାପତି, ସମ୍ପାଦକ ଓ ସଦସ୍ୟ ମାନଙ୍କ ଯୋଗଦାନ ନରହିବା ଏବଂ ଏଭଳି ଅପ୍ରୀତିକର ପରିସ୍ଥିତିରେ କମିଟିର ଅନୁପସ୍ଥିତ ନେଇ ସର୍ଵସମ୍ମତିକ୍ରମେ ପୂର୍ବରୁ ଗୃହୀତ କମିଟି ପ୍ରତ୍ୟାହୃତ କରି ନୂତନ କମିଟି ଗଠନ କରାଯାଇଥିଲା।

ନୂତନ କମିଟି ଗଠନ ହେବାଠାରୁ ପୁରାତନ କମିଟି ଓ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଥିଲା। ପୁରାତନ କମିଟି ପ୍ରତ୍ୟାହୃତ ପରେ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିଲମ୍ବନ ନୋଟିସ କରିଥିଲେ। ମାତ୍ର ଏହି ନୋଟିସକୁ ଅଧ୍ୟକ୍ଷ ଅଣଦେଖା କରିଥିବା ପୁରାତନ କମିଟି ପକ୍ଷରୁ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଅପ୍ରେଲ ୧୩ ତାରିଖରେ ବିଦ୍ୟାଳୟ ପରିସରରେ ପୁରାତନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଉକ୍ତ ସମ୍ମିଳନୀରେ ପୁରାତନ କମିଟି ସଭାପତି କିରଣ ପାତ୍ର, ସମ୍ପାଦକ ଅରୁଣ କୁମାର ବରାଳ ଅଧ୍ୟକ୍ଷ ନୀଳାଦ୍ରୀ ଭୂଷଣ ବେହେରାଙ୍କ ବିରୁଦ୍ଧରେ ଅର୍ଥ ତୋଷାରପାତ ଓ ଜଣେ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ହୋଇଥିବା ମାନସିକ ଓ ଶାରୀରିକ ନିର୍ଯ୍ୟାତନା ମାମଲା ସମ୍ପର୍କରେ ଉପସ୍ଥାପନ କରିବା ସହ ଅଧ୍ୟକ୍ଷ ପଦରୁ ନିଲମ୍ବନ କରି ଉପାଧ୍ୟକ୍ଷ ମନୋରଞ୍ଜନ ମିଶ୍ରଙ୍କୁ ଦାଇତ୍ୱ ପ୍ରଦାନ କରିଥିଲେ। ଯାହାକୁ ନେଇ ବିଦ୍ୟାଳୟ ପରିସରରେ ଅସନ୍ତୋଷ ବାତାବରଣ ଦେଖାଦେଇଥିଲା।

ଏ ସମ୍ପର୍କରେ ଅଧ୍ୟକ୍ଷ ଶ୍ରୀ ବେହେରାଙ୍କୁ ପଚାରିବାରେ ପରିଚାଳନା କମିଟିରୁ ବହିଷ୍କାର ପରେ ମୋ ଉପରେ ଆକ୍ରୋଷମୂଳକ ଭାବେ ପଦକ୍ଷେପ ନିଆଯାଇଛି। ଯଦି ମୁଁ ଅର୍ଥ ତୋଷାରପାତ କରିଛି ତେବେ ପୂର୍ବରୁ ମୋ ଉପରେ କାହିଁକି ପଦକ୍ଷେପ ଗ୍ରହଣ କରାଗଲାନି ବୋଲି ପାଲଟା ଅଭିଯୋଗ କରିଛନ୍ତି। ଏଥିସହିତ ଗତ ଫେବୃଆରୀ ୬ ତାରିଖରେ ଆମ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀ ମୋ ବିରୁଦ୍ଧରେ ମାନସିକ ଓ ଶାରୀରିକ ଅଭିଯୋଗ ନେଇ ଥାନାରେ ମାମଲା ରୁଜୁ କରିଛନ୍ତି। କିନ୍ତୁ ସେଭଳି କୌଣସି କ୍ଷେତ୍ରରେ ମୁଁ ସଂଶ୍ଲିଷ୍ଟ ନୁହେଁ। ମୋ ବିରୁଦ୍ଧରେ ଷଡଯନ୍ତ୍ର କରାଯାଇଛି। ବିଦ୍ୟାଳୟର ସମସ୍ତ ସିସିଟିଭି ଫୁଟେଜ ପୋଲିସ ନେଇ ତଦନ୍ତ ଜାରି ରଖିଛନ୍ତି।

ଏଥିସହିତ ଉକ୍ତ ଘଟଣା ସମ୍ପର୍କରେ ଅପ୍ରେଲ ୩ ତାରିଖରେ ଚିଲିକା ଏବିଇଓ ଗୀତାଞ୍ଜଳି ନାୟକ ବିଦ୍ୟାଳୟ ପରିସରରେ ତଦନ୍ତ କରିଥିଲେ। ବିନା କାରଣରେ ମୋତେ ବଦନାମ କରାଯାଉଛି। ଏଥିସହିତ ଏପ୍ରିଲ ୧୩ ତାରିଖ ସନ୍ଧ୍ୟାରେ ବାଲୁଗାଁ ଥାନା ପରିସରରେ ଏସ୍ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ, ଥାନା ଅଧିକାରୀ ଜୟ ପ୍ରକାଶ ପରିଡା, ନୂତନ ପରିଚାଳନା କମିଟିଙ୍କ ଉପସ୍ଥିତରେ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ବିଗତ ତିନି ବର୍ଷର ସମସ୍ତ ଅର୍ଥ କାରବାର ଆସନ୍ତା ୨୩ ତାରିଖ ମଧ୍ୟରେ ଦେବାକୁ ଉଭୟ ପରିଚାଳନା କମିଟି ଓ ଅଧ୍ୟକ୍ଷଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିବା କହିଛନ୍ତି।

ଗୋଟିଏ ପଟେ ପୁରୁଣା ପରିଚାଳନା କମିଟି ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ ନେଇ ଡିଣ୍ଡିମ ପିଟୁଥିବା ବେଳେ ଅପର ପାର୍ଶ୍ଵରେ ପରିଚାଳନା କମିଟିର ଅପାରଗତା ଏବଂ ବିଦ୍ୟାଳୟ ଉନ୍ନତିମୂଳକ କାର୍ଯ୍ୟରେ ଅର୍ଥ ହେରଫେର ହୋଇଥିବା ନେଇ ଅଧ୍ୟକ୍ଷ କହୁଛନ୍ତି।

ତେବେ ଉଭୟ ପକ୍ଷର ସମସ୍ତ ତଥ୍ୟ ଉପସ୍ଥାପନ କରାଗଲେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ଅଭିଭାବକ ମହଲରେ ଆଲୋଚନା ଜୋର ଧରିଛି।

ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସରେ ଯୋଗଦେଲେ ରାଜ୍ୟପାଳ

January 8, 2026

ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଘାଟିତ

January 8, 2026

ଆକାଶବାଣୀ କଟକ କେନ୍ଦ୍ର ପରିଦର୍ଶନ ସହ ଅଧିକାରୀଙ୍କ ସହ ଆଲୋଚନା କଲେ ପିଆଇବି ଏଡିଜି

January 8, 2026

ରାଶିଫଳ: ଆଜି ଡିସେମ୍ବର ୮ ତାରିଖ ଗୁରୁବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

January 8, 2026
Latest News

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସରେ ଯୋଗଦେଲେ ରାଜ୍ୟପାଳ

January 8, 2026

ଅଭିନବ ମଳବର୍ଜ୍ୟ ପରିଚାଳନା ମଡେଲ ନେଇ ରାଜ୍ୟମାନଙ୍କ ସହ ଜଳଶକ୍ତି ମନ୍ତ୍ରୀଙ୍କ ସମୀକ୍ଷା

January 8, 2026

ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଘାଟିତ

January 8, 2026

ଆକାଶବାଣୀ କଟକ କେନ୍ଦ୍ର ପରିଦର୍ଶନ ସହ ଅଧିକାରୀଙ୍କ ସହ ଆଲୋଚନା କଲେ ପିଆଇବି ଏଡିଜି

January 8, 2026

ରାଶିଫଳ: ଆଜି ଡିସେମ୍ବର ୮ ତାରିଖ ଗୁରୁବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.