Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ସଂସଦ ସର୍ବୋଚ୍ଚ, ଏହା ଉପରେ କେହି ନାହାଁନ୍ତି’: ପୁଣି ଦୋହରାଇଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ଆଜିର ଖବର

‘ସଂସଦ ସର୍ବୋଚ୍ଚ, ଏହା ଉପରେ କେହି ନାହାଁନ୍ତି’: ପୁଣି ଦୋହରାଇଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼

April 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପୁଣିଥରେ ଭାରତର ସମ୍ବିଧାନରେ ସ୍ଥାପିତ ଶାସନ ଢାଞ୍ଚାରେ ନ୍ୟାୟପାଳିକାର ଭୂମିକା ଏବଂ ଏହାର ସୀମା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ସଂସଦ ସର୍ବୋଚ୍ଚ ଏବଂ ସମ୍ବିଧାନ କ’ଣ ହେବ ତାହା ସ୍ଥିର କରିବାକୁ ପ୍ରତିନିଧୀ (ସାଂସଦ) ଙ୍କ ଅନ୍ତିମ ଅଧିକାର ଅଛି, ସେମାନଙ୍କ ଉପରେ କେହି ରହିପାରିବେ ନାହିଁ।

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ସଂସଦ ଦେଶର ସବୁଠାରୁ ବଡ ଅନୁଷ୍ଠାନ ଏବଂ ନିର୍ବାଚିତ ସାଂସଦମାନେ ନିଷ୍ପତ୍ତି ନେବେ ଯେ, ସମ୍ବିଧାନ କ’ଣ ହେବ। ସେ କହିଛନ୍ତି ଯେ, କୌଣସି ଅନୁଷ୍ଠାନ ସଂସଦ ଉପରେ ରହିପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ଦୁଇଟି ନିଷ୍ପତ୍ତି ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ସେ କହିଛନ୍ତି ଯେ, “ଥରେ କୋର୍ଟ କହିଥିଲେ ଯେ ସମ୍ବିଧାନର ପ୍ରିମ୍ବଲ୍ ଏହାର ଏକ ଅଂଶ ନୁହେଁ (ଗୋଲକନାଥ ମାମଲାରେ), ତେବେ ଅନ୍ୟ ଏକ ସମୟରେ ଏହା କହିଛି ଯେ, ସମ୍ବିଧାନର ଏକ ଅଂଶ (କେସବାନନ୍ଦ ଭାରତୀ ପ୍ରସଙ୍ଗରେ)।”

ଉପରାଷ୍ଟ୍ରପତି ଧନଖଡ଼ ଏହା ମଧ୍ୟ କହିଛନ୍ତି ଯେ, ଗଣତନ୍ତ୍ରରେ କଥାବାର୍ତ୍ତା ଏବଂ ଖୋଲା ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଭାବୁଥିବା ଲୋକମାନେ ନୀରବ ରୁହନ୍ତି, ତେବେ ଏହା କ୍ଷତି ଘଟାଇପାରେ। ସେ କହିଛନ୍ତି ଯେ, “ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଲୋକମାନେ ସର୍ବଦା ସମ୍ବିଧାନର ମୁତାବକ କଥା ହେବା ଉଚିତ୍। ଆମ ସଂସ୍କୃତି ଏବଂ ଭାରତୀୟତା ପାଇଁ ଆମେ ଗର୍ବିତ ହେବା ଉଚିତ୍। ଦେଶରେ ଅଶାନ୍ତି, ହିଂସା ସୃଷ୍ଟି କରିବା ଏବଂ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ଠିକ୍ ନୁହେଁ। ଯଦି ଆବଶ୍ୟକ ହୁଏ ତେବେ କଠୋର ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବା ଉଚିତ।”

Breaking News
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.