Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଉଦି ଆରବ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
ଆଜିର ଖବର

ସାଉଦି ଆରବ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

April 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଏବଂ କିର୍ଗିଜ୍ ଗଣରାଜ୍ୟ ଗସ୍ତ

ନୂଆଦିଲ୍ଲୀ: ଆଜିଠାରୁ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ସାଉଦି ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ନିଜ ଅଭିଭାଷଣ ରଖିଛନ୍ତି। ସାଉଦି କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ ସଲମନଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣରେ ମୋଦୀ ସାଉଦି ଗସ୍ତ କରୁଥିବା କହିଛନ୍ତି।

ସାଉଦି ସହ ଭଲ ଦ୍ୱିପାକ୍ଷିକ ସମ୍ପର୍କ କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଗତ ବର୍ଷରେ ସାଉଦି ସହ ଭାରତର ଭଲ ସମ୍ପର୍କ ରହିଆସିଛି। ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜି ନିବେଶ, ଊର୍ଜା ଓ ଅନ୍ୟାନ୍ୟ କ୍ଷେତ୍ରରେ ସାଉଦି ସହ ଦ୍ୱିପାକ୍ଷିକ ସମ୍ପର୍କ କଥା ପ୍ରଧାନମନ୍ତ୍ରୀ ସ୍ମୃତି ଚାରଣ କରିଥିଲେ। ଆଂଚଳିକ ଶାନ୍ତି, ସୌହାର୍ଦ୍ଦ୍ୟ, ନିରାପତ୍ତା ଓ ସ୍ଥିରତା ବଜାୟ ରଖିବାକୁ ଭାରତ ପ୍ରତିବଦ୍ଧ ବୋଲି ମୋଦୀ କହିଥିଲେ।

ଗତ ଦଶନ୍ଧି ଭିତରେ ଏହା ତାଙ୍କର ତୃତୀୟ ସାଉଦି ଗସ୍ତ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ତେବେ ପ୍ରଥମଥର ପାଇଁ ସାଉଦିର ଜେଦ୍ଦାହ ଅଂଚଳକୁ ପ୍ରଧାନମନ୍ତ୍ରୀ ଗସ୍ତ କରୁଥିବା ବି ସୂଚନା ଦେଇଛନ୍ତି। ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲର ଦ୍ୱିତୀୟ ବୈଠକରେ ଯୋଗଦେବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ସକାରାତ୍ମକ ଆଶା ପୋଷଣ କରୁଥିବା କହିଛନ୍ତି। ତେବେ ୨୦୨୩ ମସିହାରେ ସାଉଦି ପ୍ରିନ୍ସ ମହମ୍ମଦ ବିନ ସଲମନଙ୍କ ଭାରତ ଗସ୍ତ କଥା ବି ପ୍ରଧାନମନ୍ତ୍ରୀ ସ୍ମୃତି ଚାରଣ କରିଥିଲେ।

ସାଉଦିରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଅକୁଣ୍ଠ ନିଷ୍ଠା ତଥା ଭାରତ ପ୍ରତି ରହିଥିବା ସେମାନଙ୍କର ଅତୁଲ୍ୟ ଅବଦାନ ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀ ଅବତାରଣା କରିଥିଲେ। ଉଭୟ ଦେଶ ଭିତରେ ସାଂସ୍କୃତିକ ଓ ସାମାଜିକ ଭାବ ବିନିମୟ ପାଇଁ ପ୍ରବାସରେ ରହୁଥିବା ଭାରତୀୟ ସମୁଦାୟ ଏକ ସେତୁ ଭଳି କାମ କରୁଥିବା  ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ପ୍ରବାସୀ ଭାରତୀୟ ମୋଦୀଙ୍କ ଅଭିଭାଷଣ ସାଉଦି ଆରବ
Share. Facebook Twitter LinkedIn Email WhatsApp Copy Link

Related Posts

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?: ତେବେ ମାତା ଦୂର୍ଗାଙ୍କ ପାଇବେ ଆଶୀର୍ବାଦ

October 14, 2026

ମମତା ବାନାର୍ଜୀଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ: ମହିଳା ଅଟକ

October 14, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀରକୁ ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

October 14, 2026

ପ୍ରଥମ ବିମଷ୍ଟେକ୍ ଗୃହମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ଗୃହମନ୍ତ୍ରୀ

October 14, 2026
Latest News

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଟିମ୍ ଘୋଷିତ

October 14, 2026

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?: ତେବେ ମାତା ଦୂର୍ଗାଙ୍କ ପାଇବେ ଆଶୀର୍ବାଦ

October 14, 2026

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026

ମମତା ବାନାର୍ଜୀଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ: ମହିଳା ଅଟକ

October 14, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀରକୁ ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.