Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଉଦି ଆରବ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
ଆଜିର ଖବର

ସାଉଦି ଆରବ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

April 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜିଠାରୁ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ସାଉଦି ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ନିଜ ଅଭିଭାଷଣ ରଖିଛନ୍ତି। ସାଉଦି କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ ସଲମନଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣରେ ମୋଦୀ ସାଉଦି ଗସ୍ତ କରୁଥିବା କହିଛନ୍ତି।

ସାଉଦି ସହ ଭଲ ଦ୍ୱିପାକ୍ଷିକ ସମ୍ପର୍କ କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଗତ ବର୍ଷରେ ସାଉଦି ସହ ଭାରତର ଭଲ ସମ୍ପର୍କ ରହିଆସିଛି। ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜି ନିବେଶ, ଊର୍ଜା ଓ ଅନ୍ୟାନ୍ୟ କ୍ଷେତ୍ରରେ ସାଉଦି ସହ ଦ୍ୱିପାକ୍ଷିକ ସମ୍ପର୍କ କଥା ପ୍ରଧାନମନ୍ତ୍ରୀ ସ୍ମୃତି ଚାରଣ କରିଥିଲେ। ଆଂଚଳିକ ଶାନ୍ତି, ସୌହାର୍ଦ୍ଦ୍ୟ, ନିରାପତ୍ତା ଓ ସ୍ଥିରତା ବଜାୟ ରଖିବାକୁ ଭାରତ ପ୍ରତିବଦ୍ଧ ବୋଲି ମୋଦୀ କହିଥିଲେ।

ଗତ ଦଶନ୍ଧି ଭିତରେ ଏହା ତାଙ୍କର ତୃତୀୟ ସାଉଦି ଗସ୍ତ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ତେବେ ପ୍ରଥମଥର ପାଇଁ ସାଉଦିର ଜେଦ୍ଦାହ ଅଂଚଳକୁ ପ୍ରଧାନମନ୍ତ୍ରୀ ଗସ୍ତ କରୁଥିବା ବି ସୂଚନା ଦେଇଛନ୍ତି। ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲର ଦ୍ୱିତୀୟ ବୈଠକରେ ଯୋଗଦେବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ସକାରାତ୍ମକ ଆଶା ପୋଷଣ କରୁଥିବା କହିଛନ୍ତି। ତେବେ ୨୦୨୩ ମସିହାରେ ସାଉଦି ପ୍ରିନ୍ସ ମହମ୍ମଦ ବିନ ସଲମନଙ୍କ ଭାରତ ଗସ୍ତ କଥା ବି ପ୍ରଧାନମନ୍ତ୍ରୀ ସ୍ମୃତି ଚାରଣ କରିଥିଲେ।

ସାଉଦିରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଅକୁଣ୍ଠ ନିଷ୍ଠା ତଥା ଭାରତ ପ୍ରତି ରହିଥିବା ସେମାନଙ୍କର ଅତୁଲ୍ୟ ଅବଦାନ ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀ ଅବତାରଣା କରିଥିଲେ। ଉଭୟ ଦେଶ ଭିତରେ ସାଂସ୍କୃତିକ ଓ ସାମାଜିକ ଭାବ ବିନିମୟ ପାଇଁ ପ୍ରବାସରେ ରହୁଥିବା ଭାରତୀୟ ସମୁଦାୟ ଏକ ସେତୁ ଭଳି କାମ କରୁଥିବା  ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ପ୍ରବାସୀ ଭାରତୀୟ ମୋଦୀଙ୍କ ଅଭିଭାଷଣ ସାଉଦି ଆରବ
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶଭକ୍ତିମୟ ପରିବେଶରେ ପୂର୍ବତଟ ରେଳପଥ ପାଳନ କଲା ୭୭ତମ ସାଧାରଣତନ୍ତ୍ର ଦିବସ

January 26, 2026

ଭାରତ ବିଷୟରେ EU ମୁଖ୍ୟଙ୍କ ବଡ଼ ବୟାନ: ଟ୍ରମ୍ପ ସମେତ ସମଗ୍ର ବିଶ୍ୱକୁ ଦେଲେ ବାର୍ତ୍ତା

January 26, 2026

ହିନ୍ଦୁ ସଂଗଠନର ଦାବି: ତାଜମହଲରେ ପ୍ରଥମ ଥର ପାଇଁ ଉତ୍ତୋଳନ କଲେ ଜାତୀୟ ପତାକା

January 26, 2026

ଗଣତନ୍ତ୍ର ଦିବସରେ ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ତାଜା ମୂଲ୍ୟ

January 26, 2026
Latest News

ଦେଶଭକ୍ତିମୟ ପରିବେଶରେ ପୂର୍ବତଟ ରେଳପଥ ପାଳନ କଲା ୭୭ତମ ସାଧାରଣତନ୍ତ୍ର ଦିବସ

January 26, 2026

ଡିଏଭି ପୋଖରୀପୁଟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

January 26, 2026

ଭାରତ ବିଷୟରେ EU ମୁଖ୍ୟଙ୍କ ବଡ଼ ବୟାନ: ଟ୍ରମ୍ପ ସମେତ ସମଗ୍ର ବିଶ୍ୱକୁ ଦେଲେ ବାର୍ତ୍ତା

January 26, 2026

ହିନ୍ଦୁ ସଂଗଠନର ଦାବି: ତାଜମହଲରେ ପ୍ରଥମ ଥର ପାଇଁ ଉତ୍ତୋଳନ କଲେ ଜାତୀୟ ପତାକା

January 26, 2026

ସାଧାରଣତନ୍ତ୍ର ଦିବସ ୨୦୨୬: କଟକରେ ପତାକା ଉତ୍ତୋଳନ କରି ଅଭିଭାଷଣ ରଖିଲେ ମୁଖ୍ୟମନ୍ତ୍ରୀ 

January 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.