Categories
ଆଜିର ଖବର ଜାତୀୟ ଖବର

ୟୁରୋପ ଗସ୍ତରେ ରାହୁଲ ଗାନ୍ଧି: ପ୍ରବାସୀ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବଙ୍କ ପାଇଁ କାହିଁକି ରହିବ ଯାତ୍ରାର କେନ୍ଦ୍ରବିନ୍ଦୁ?

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସ ଦେଶର ୭୨୨ଟି ଜିଲ୍ଲାରେ ପ୍ରତୀକାତ୍ମକ ପଦଯାତ୍ରା କରିବାକୁ ଯାଉଛି। ସେପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ୟୁରୋପ ଗସ୍ତରେ ଥିବାବେଳେ ୪ଟି ଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ସେ ସେହି ଦେଶରେ ରହୁଥିବା ପ୍ରବାସୀ ଭାରତୀୟ, ଭାରତୀୟ ବଂଶୋଦ୍ଭବ, ସାଂସଦ, ବିଶ୍ୱବିଦ୍ୟାଳୟ ଛାତ୍ର, ଶିଳ୍ପପତି ଓ ବ୍ୟବସାୟୀଙ୍କୁ ଭେଟି ଆଲୋଚନା କରିବେ। ଗତ ବର୍ଷ ସେପ୍ଟେମ୍ବର ୭ ତାରିଖରେ ଗାନ୍ଧିଜୀ ତାମିଲନାଡୁର କନ୍ୟାକୁମାରୀରୁ ତାଙ୍କର ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିଥିଲେ। ଚଳିତ ସପ୍ତାହରେ ଦେଶରେ ଜି-୨୦ ଭଳି ଏକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାବେଳେ ଅନ୍ୟପଟେ ରାହୁଲ ଗାନ୍ଧି ଏହି ସମୟ ମଧ୍ୟରେ ୟୁରୋପର ବିଭିନ୍ନ ଦେଶର ସମାଜର ବିଭିନ୍ନ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବେ।

ରାହୁଲ ଗାନ୍ଧିଙ୍କ ଗସ୍ତ ପଛରେ କଂଗ୍ରେସର ସାଂଗଠନିକ ଶାଖା ବିଦେଶୀ କଂଗ୍ରେସର ହାତ ରହିଛି। ବିଦେଶୀ ଶାଖାଏହି ପୂରା କାର୍ଯ୍ୟକ୍ରମର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ତେବେ ଏହା ପ୍ରଥମଥର ନୁହେଁ ଯେ ରାହୁଲ ଗାନ୍ଧି ବିଦେଶ ଯାଇ ସେଠାକାର ଲୋକଙ୍କ ସହ ଯୋଗାଯୋଗ କରୁଛନ୍ତି। ରାହୁଲ ଗାନ୍ଧିଙ୍କ ଏହି ଗସ୍ତ ୟୁରୋପୀୟ ଦେଶ ବେଲଜିୟମରୁ ଆରମ୍ଭ ହେଉଛି।

ସେ ଆଜି ରାଜଧାନୀ ବ୍ରସେଲସରେ ପହଞ୍ଚିବେ। ଯେଉଁଠାରେ ସେ ୟୁରୋପୀୟ ସଂଘର ସାଂସଦମାନଙ୍କୁ ଭେଟି ଆଲୋଚନା କରିବେ। ଏହାପରେ ସେ ନାଗରିକ ସମାଜର ସଦସ୍ୟ ଏବଂ ଏନଆରଆଇ ଏବଂ ଭାରତୀୟ ବଂଶୋଦ୍ଭବ ଲୋକଙ୍କ ସହ ସାକ୍ଷାତ୍‍ କରିବେ। ସେମାନଙ୍କ ସହ ରାହୁଲ ମଧ୍ୟାହ୍ନ ଭୋଜନ ମଧ୍ୟ କରିବେ।

ସେପ୍ଟେମ୍ବର ୮ତାରିଖରେ ରାହୁଲ ଗାନ୍ଧି ସ୍ଥାନୀୟ ଗଣମାଧ୍ୟମ ସହ ଆଲୋଚନା କରିବା ସହ ସକାଳ ଜଳଖିଆରେ ଶିଳ୍ପପତି ଓ ବ୍ୟବସାୟୀଙ୍କୁ ଭେଟିବେ। ସେହିଦିନ ରାହୁଲ ଫ୍ରାନ୍ସ ଅଭିମୁଖେ ଯାତ୍ରା କରିବେ। ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୯ତାରିଖରେ ରାହୁଲ ଗାନ୍ଧି ଫ୍ରାନ୍ସ ସାଂସଦଙ୍କ ସହ ଆଲୋଚନା କରିବେ। ଏହାପରେ ସେ ପ୍ୟାରିସର ସାଇନ୍ସ ପୋ ବିଶ୍ୱବିଦ୍ୟାଳୟ ଏବଂ ଇନାଲକୋ ବିଶ୍ୱବିଦ୍ୟାଳୟରେ ଦୁଇଟି ପୃଥକ୍‍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ସେପ୍ଟେମ୍ବର ୧୦ରେ ରାହୁଲ ହଲାଣ୍ଡରେ ପହଞ୍ଚିବେ। ସେ ୪୦୦ ବର୍ଷ ପୁରୁଣା ଲିଡିନ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ସେପ୍ଟେମ୍ବର ୧୧ରେ ରାହୁଲ ନରୱେର ରାଜଧାନୀ ଓସ୍ଲୋରେ ରହିବେ। ସେ ଓସ୍ଲୋ ବିଶ୍ୱବିଦ୍ୟାଳୟରେ ଓସ୍ଲୋ ସାଂସଦମାନଙ୍କୁ ଭେଟିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଏହାବ୍ୟତୀତ ସେ ଏଠାରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହ ଏକ ବୈଠକ କରିବେ।

ବିଦେଶରେ ବସବାସ କରୁଥିବା ଭାରତୀୟଙ୍କ ଉପରେ ନଜର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପିର ବଡ଼ ରାଜନୈତିକ ସଫଳତା ପଛର କାରଣ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱ ଭାବମୂର୍ତ୍ତି ଏବଂ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବିଜେପିର ଦବଦବା। ଗତ କିଛିବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏଥିପାଇଁ କଠିନ ପରିଶ୍ରମ କରିଛନ୍ତି। ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ସିଧାସଳଖ କଥାବାର୍ତ୍ତା କରିଥିଲେ। ବିରୋଧୀମାନେ ମଧ୍ୟ ଅନେକ ସମୟରେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ, କିନ୍ତୁ ପରେ ସେମାନେ ଅନୁଭବ କଲେ ଯେ ସେମାନେ ଏଭଳି ଜନସଂଖ୍ୟାକୁ ଅଣଦେଖା କରୁଛନ୍ତି, ଯେଉଁମାନେ ଦେଶ ଭିତରେ ମଧ୍ୟ ଜନମତ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏହି ଭୁଲରୁ ଶିକ୍ଷା ନେଇ ଏବେ କଂଗ୍ରେସ ମଧ୍ୟ ବିଳମ୍ବରେ ସଠିକ୍ ପଦକ୍ଷେପ ନେଇଛି। କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଏହି କ୍ଷେତ୍ରରେ ସୃଷ୍ଟି କରିଥିବା ଲମ୍ବା ଲାଇନକୁ ଟକ୍କର ଦେବା ପାଇଁ କଂଗ୍ରେସକୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତର ଆକାଂକ୍ଷୀ ବଜାର ବିଷୟରେ ବିଶ୍ୱକୁ ସୂଚନା ଦେବା ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ

ନୂଆଦିଲ୍ଲୀ: ବାଣିଜ୍ୟ ଓ ଶିଳ୍ପ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ତଥା ବୟନ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଆମେରିକାରେ ପ୍ରବାସୀ ଭାରତୀୟ ନିଜ କାର୍ଯ୍ୟରେ ପେସାଦାର ତଥା ନବୋନ୍ମେଷୀ ହୋଇଛନ୍ତି ଏବଂ ସେମାନେ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧ ସହ ନିରନ୍ତର ଗଭୀର ସମ୍ପର୍କ ବଜାୟ ରଖିଛନ୍ତି; ଏହିଭଳି ଭାବେ ଏହି ଲୋକମାନେ ଭାରତର ଆତ୍ମାକୁ ଜୀବନ୍ତ ରଖିପାରିଛନ୍ତି। ସେ ଆଜି ସାନଫ୍ରାନସିସ୍କୋରେ ‘ପ୍ରବାସୀ ଭାରତୀୟ’ଙ୍କ ସହ ଦ୍ୱିପହର ଭୋଜନ ବେଳେ ଉଦବୋଧନ ଦେଇଥିଲେ।

ଶ୍ରୀ ଗୋୟଲ କହିଛନ୍ତି ଯେ ପ୍ରବାସୀ ଭାରତୀୟ ଭାରତ ଓ ବିଦେଶ ମଧ୍ୟରେ ସମ୍ପର୍କ ବଜାୟ ରଖିବା ପାଇଁ ଅନନ୍ୟ ସ୍ଥିତିରେ ରହିଛନ୍ତି। ସେ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ ଦେଇଛନ୍ତି ଯେ ସେମାନେ ୧୩୦ କୋଟି ଲୋକଙ୍କ ଦେଶ ଭାରତର ଆକାଂକ୍ଷୀ ବଜାର ଦ୍ୱାରା ପ୍ରସ୍ତୁତ ପ୍ରଚୁର ବ୍ୟବସାୟ ସୁଯୋଗ ବାବଦରେ ବିଶ୍ୱକୁ ସୂଚନା ଦିଅନ୍ତୁ।

ଶ୍ରୀ ଗୋୟଲ ଭାରତରେ ଥିବା ଜୀବନ୍ତ ଷ୍ଟାର୍ଟ-ଅପ ଇକୋସିଷ୍ଟମକୁ ରେଖାଙ୍କିତ କରି ସ୍ମରଣ କରିଛନ୍ତି ଯେ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ରେ ‘ଷ୍ଟାର୍ଟ-ଅପ ଇଣ୍ଡିଆ’ର ଶୁଭାରମ୍ଭ କରିଥିଲେ, ଏହି ପଦକ୍ଷେପ ନବସୃଜନର ବର୍ଦ୍ଧିଷ୍ଣୁ ମହତ୍ତ୍ୱ, ଯୁବ ପ୍ରତିଭାମାନଙ୍କର ନୂଆ ବିଚାର, ନୂଆ ପ୍ରୟୋଗ ସହିତ ସାମ୍ନାକୁ ଆସିବା ଏବଂ ନୂଆ ସମାଧାନ ଉପସ୍ଥାପନ କରିବାର ପରିଚୟ ଦେବା ପାଇଁ ଉଦ୍ଦିଷ୍ଟ ଥିଲା।

ଶ୍ରୀ ଗୋୟଲ ଦର୍ଶାଇଛନ୍ତି ଯେ ଭାରତରେ ଷ୍ଟାର୍ଟ-ଅପର ବହୁତ ବିଚାର ବିକଶିତ ହେଉଛି ଏବଂ ସେଠାରେ ଏକ ବିଶାଳ ଘରୋଇ ବଜାର ଉପସ୍ଥିତ ରହିଛି। ଏହି ଘରୋଇ ବଜାର ବିଶ୍ୱ ସହିତ ସେତିକି ଜଡ଼ିତ ରହିଛି, ଯେତିକି ହେବା ଦରକାର ଥିଲା। ଶ୍ରୀ ଗୋୟଲ କହିଛନ୍ତି ଯେ ଏହା ଜରୁରି ଯେ ଭାରତୀୟ ଷ୍ଟାର୍ଟ-ଅପ ବିଚାରଗୁଡ଼ିକୁ ଅଧିକ ସୁଯୋଗ ମିଳିବା ଉଚିତ ଏବଂ ସେଗୁଡ଼ିକ ବଜାର ପର୍ଯ୍ୟନ୍ତ ପହଞ୍ଚ ବନାଇ ରଖନ୍ତୁ। ସେ କହିଥିଲେ ଯେ ବୈଶ୍ୱିକ ହେବା ପାଇଁ ସିଲିକନ ଭ୍ୟାଲି ଠାରୁ ଉତ୍ତମ ସ୍ଥାନ ଆଉ କିଛି ନାହିଁ। ଶ୍ରୀ ଗୋୟଲ କହିଛନ୍ତି ଯେ ବିଶ୍ୱରେ ଏମିତି କୌଣସି ଦେଶ ନାହିଁ, ଯାହା କି ବାକି ବିଶ୍ୱ ସହ ସମ୍ପର୍କ ବୃଦ୍ଧି ନ କରି ବିକଶିତ ହୋଇଛି। ତେଣୁ ଆମ ପାଇଁ ଜରୁରି ଯେ ଆମେ ବିଶ୍ୱ ସହ ଯୋଡ଼ି ହେବାର କୌଣସି ସୁଯୋଗ ଯେମିତି ହାତଛଡ଼ା ନ କରିବା।

ଶ୍ରୀ ଗୋୟଲ କହିଛନ୍ତି ଯେ ସରକାର ଭାରତୀୟ ଷ୍ଟାର୍ଟ-ଅପ ଏବଂ ଆମେରିକାର ନିବେଶକଙ୍କ ମଧ୍ୟରେ ସେତୁର ଭୂମିକା ନିର୍ବାହ କରୁଛନ୍ତି। ସେ ଆଗ୍ରହ ଦେଖାଇଛନ୍ତି ଯେ ଉଭୟ ପରସ୍ପର ସହ ବାର୍ତ୍ତାକୁ ନୂଆ ସ୍ତର ପର୍ଯ୍ୟନ୍ତ ନେଇଯିବା ଆବଶ୍ୟକ। ଶ୍ରୀ ଗୋୟଲ କହିଛନ୍ତି ଯେ ସେ ନିବେଶକଙ୍କର କିଛି ନୂଆ ବିଚାର ନିଜ ସାଥିରେ ନେଇ ଯାଉଛନ୍ତି, ଯାହା ଭାରତରେ ନୂଆ ନବସୃଜନ ନିମନ୍ତେ ପୁଞ୍ଜିଗତ ପ୍ରୋତ୍ସାହନକୁ ତ୍ୱରାନ୍ୱିତ କରିବ।

ସରକାରଙ୍କ କାର୍ଯ୍ୟଶୈଳୀରେ ହେଉଥିବା ପରିବର୍ତ୍ତନ ବାବଦରେ ଉଲ୍ଲେଖ କରି ଶ୍ରୀ ଗୋୟଲ କହିଛନ୍ତି ଯେ ଭାରତ ଲାଲ ଫିତାଶାହି ଠାରୁ ଦୂରଉଛି, ଯାହା ଅତୀତରେ ତିଷ୍ଠି ରହିଥିଲା। ସେ କହିଛନ୍ତି ଯେ ପ୍ରାଦ୍ୟୋଗିକତା ଓ ପାରଦର୍ଶିତା ବଡ଼ ଆକାରରେ ପୁରୁଣା ଉପାୟକୁ ସମାପ୍ତ କରିଦେଇଛି। ଭାରତ ସରକାର ଅନୁକୂଳ ବ୍ୟବସାୟ ବାତାବରଣ ସୃଷ୍ଟି ନିମନ୍ତେ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ସରକାରଙ୍କ କାର୍ଯ୍ୟ କରିବାର ଉପାୟ କ୍ଷେତ୍ରୀୟ ସ୍ତରରେ ଲୋକଙ୍କ ସହ ସକି୍ରୟତା ସହ ଯୋଡ଼ିହେବା ଉପରେ ଆଧାରିତ। ସରକାର ନୀତିଗତ ନିଶ୍ଚିତତାକୁ ବଜାୟ ରଖିବା ତଥା ନିୟମ-ପ୍ରକି୍ରୟାଗୁଡ଼ିକୁ ତ୍ରୁଟିମୁକ୍ତ କରିବା ଉପରେ ଜୋର ଦେଉଛନ୍ତି, ଯାହା ବିକଶିତ ଦେଶଗୁଡ଼ିକର ସ୍ଥିତି ସହ ମେଳ ଖାଉଛି।

ସମଗ୍ର ଭାରତରେ, ବିଶେଷକରି ଦୂରଦୂରାନ୍ତ ଏବଂ ଦୁର୍ଗମ ଅଞ୍ଚଳରେ ଉନ୍ନତ ଅବସଂରଚନା ଉପଲବ୍ଧ କରାଇବା ବାବଦରେ ଶ୍ରୀ ଗୋୟଲ ଉଲ୍ଲେଖ କରିଛନ୍ତି ଯେ ନିକଟରେ ମନ୍ତ୍ରିମଣ୍ଡଳ ଧାର୍ଯ୍ୟ କରିଛି ଯେ ବଳକା ୨୫,୦୦୦ ଦୁର୍ଗମ ଗ୍ରାମ ପର୍ଯ୍ୟନ୍ତ ନେଟୱର୍କ କନେକ୍ଟିଭିଟି ପହଞ୍ଚାଯିବ। ରପ୍ତାନି ବାବଦରେ ଶ୍ରୀ ଗୋୟଲ କହିଛନ୍ତି ଯେ ଭାରତ ଗତ ଆର୍ଥିକବର୍ଷରେ ଏ ପର୍ଯ୍ୟନ୍ତର ସର୍ବାଧିକ ୬୭୫ ବିଲିୟନ ଆମେରିକୀୟ ଡଲାର ସାମଗ୍ରୀ ଏବଂ ସେବା ରପ୍ତାନି ହାସଲ କରିଛି। ସେ ଆଶାବ୍ୟକ୍ତ କରିଛନ୍ତି ଯେ ଚଳିତବର୍ଷ ଏହା ୭୫୦ ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଯିବ।

ଶ୍ରୀ ଗୋୟଲ କହିଛନ୍ତି ଯେ ୨୦୪୭ ପର୍ଯ୍ୟନ୍ତ ଅମୃତ କାଳ ରହିବ, ଯେତେବେଳେ ଆମେ ଭାରତର ୧୦୦ତମ ସ୍ୱାଧୀନତା ଦିବସ ପାଳନ କରିବା। ଏହି କାଳଖଣ୍ଡ ବିକଶିତ ଦେଶ ହେବା ଅଭିମୁଖେ ଭାରତର ଯାତ୍ରା ନିର୍ଣ୍ଣାୟକ କାଳଖଣ୍ଡ ସାବ୍ୟସ୍ତ ହେବ। ସେତେବେଳେ ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ସମୃଦ୍ଧ ହୋଇଯିବ। ସେ କହିଛନ୍ତି ଯେ ପ୍ରବାସୀ ଭାରତୀୟ ଏହି ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି, କାରଣ ସେମାନେ ପ୍ରତିଭା, ନୂଆ ବିଚାର ଏବଂ ନବସୃଜନକୁ ଭଲ ଭାବେ ଚିହ୍ନନ୍ତି, ସେମାନଙ୍କ ମାର୍ଗଦର୍ଶନ, ସମର୍ଥନ ଓ ବିତ୍ତପୋଷଣ କରୁଛନ୍ତି। ଶ୍ରୀ ଗୋୟଲ କହିଛନ୍ତି ଯେ ସେ ଭାରତ ଓ ଆମେରିକା ମଧ୍ୟରେ ସେତୁ ସ୍ଥାପନ କରିବାର ଲଗାତର ଉଦ୍ୟମର ସମର୍ଥକ, ଯାହା ଅନୁସାରେ ବ୍ୟବସାୟ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଜର୍ମାନୀରେ ଥିବା ଭାରତୀୟଙ୍କ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ଲିନର ଥିଏଟର ଏମ୍ ପୋଟସଡାମର୍ ପ୍ଲାଟଜରେ ପ୍ରବାସୀ ଭାରତୀୟକୁ ସମ୍ବୋଧିତ ସହ ସେମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୬୦୦ରୁ ଅଧିକ ଜର୍ମାନୀରେ ଥିବା ଭାରତୀୟ ଛାତ୍ର, ଗବେଷକ ଏବଂ ବୃତ୍ତିଧାନରୀମାନେ ଅଂଶଗ୍ରହଣ କରିଥିଲେ ।

ଜର୍ମାନୀର ଅର୍ଥନୀତି ଏବଂ ସମାଜରେ ସେମାନଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଏବଂ ବିଶ୍ୱ ସ୍ତରରେ ଭାରତୀୟ ଉତ୍ପାଦକୁ ପ୍ରୋତ୍ସାହିତ କରି ଭାରତର “ଭୋକାଲ୍ ଫର୍ ଲୋକାଲ୍‌” ପଦକ୍ଷେପରେ ଯୋଗଦାନ ଲାଗି ସେମାନଙ୍କୁ ଉତ୍ସାହିତ କରିଛନ୍ତି ।

Categories
ଆଜିର ଖବର

ସର୍ବଭାରତୀୟସ୍ତରରେ ପ୍ରାୟ 20 କୋଟି ପ୍ରବାସୀ କାମ କରୁଛନ୍ତି : ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର:  ଶ୍ରମିକ ଏବଂ ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି କୋଭିଡ-19 ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ସେ କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ପ୍ରାୟ 20 କୋଟି ପ୍ରବାସୀ କାମ କରୁଛନ୍ତି। ସେହିପରି ବାର ଲକ୍ଷ ସତୁରୀ ହଜାର ଲୋକ ବାହାର ରାଜ୍ୟରେ କାମ କରୁଥିବାବେଳେ ଓଡ଼ିଶାକୁ ବାହାର ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ 60 ହଜାର ପ୍ରବାସୀ ଆସିଛନ୍ତି ବୋଲି ବାଗ୍‌ଚୀ କହିଛନ୍ତି।

ଭାରତର 100ଟି ପରିବାର ମଧ୍ୟରୁ 16ଟି ପରିବାର ବାହାରକୁ ଯାଇଥା’ନ୍ତି ବୋଲି ବାଗ୍‌ଚୀ କହିଛନ୍ତି । ପ୍ରାୟ 92 ପ୍ରତିଶତ ଅଣସଂଗଠିତ କ୍ଷେତ୍ରରେ କାମ କରନ୍ତି। ପ୍ରତିଟି ଲୋକର ରାଜ୍ୟକୁ ଫେରିବାର ଆଇନଗତ ଅଧିକାର ରହିଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ କାହାକୁ ବାହାରେ ଅଟକ ରଖାଯାଇପାରିବ ନାହିଁ ବୋଲି କହିଛନ୍ତି ବାଗ୍‌ଚୀ।

ପ୍ରଥମ ତିନୋଟି ପର୍ଯ୍ୟାୟରେ ରାଜ୍ୟବାସୀ ତ୍ୟାଗ ଓ ଧେର୍ଯ୍ୟ ଦେଖାଇଥିବାବେଳେ ଚତୁର୍ଥ ପର୍ଯ୍ୟାୟ ଲଢେଇ ବ୍ୟୁହଭେଦର ପର୍ଯ୍ୟାୟ। ଏହି ସମୟରେ  ପ୍ରବାସୀଙ୍କୁ 28 ଦିନର ତ୍ୟାଗ ସ୍ବୀକାର କରିବାକୁ ହେବ ବୋଲି ବାଗ୍‌ଚୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଇରାନ୍‌ରୁ ଉଦ୍ଧାର ହୋଇଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ କରୋନା ପଜିଟିଭି

ରାଜସ୍ଥାନ: ବାୟୁସେନା ସହାୟତାରେ ଇରାନରୁ ଉଦ୍ଧାର ହୋଇଥିବା 1036 ଜଣ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ କରେନା ପଜିଟିଭି ରହିଥିବାର ସୂଚନା ମିଳିଛି।  ରାଜସ୍ଥାନର ଯୋଧପୁରର ରହିଥିବା ଏହି ପ୍ରବାସୀ ଭାରତୀୟ ନିବାସୀଙ୍କଠାରେ  କରୋନା ପଜିଟିଭ ଆସିଛି ବୋଲି ସୋମବାର ଜଣେ ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 60 ଛୁଇଁଛି।

ଅତିରିକ୍ତ ମୁଖ୍ୟ ସଚିବ ରୋହିତ କୁମାର କହିଛନ୍ତି ସୋମବାର ଯୋଧପୁରର ଏସଏନ ମେଡିକାଲ କଲେଜରେ ଜଣଙ୍କୁ କରୋନା ପଜିଟିଭ ଥିବାର ଚିହ୍ନଟ କରାଯାଇଛି।

ସେହିପରି ଗତ ସପ୍ତାହରେ ଇରାନରୁ ଉଦ୍ଧାର ହୋଇଥିବା 277 ଜଣଙ୍କ ମଧ୍ୟରୁ ଜଣେ ଏବଂ ସେ ଯୋଧପୁରର ଏମ ଡି ଏଚ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ। କିନ୍ତୁ ତାଙ୍କର 72ବର୍ଷୀୟ ମାତାଙ୍କଠାରେ କରୋନା ଟେଷ୍ଟର ଫଳାଫଳ ନେଗେଟିଭ ଆସିଛି।

ଇରାନ ରୁ ଉଦ୍ଧାର ହୋଇଥିବା ସମୁଦାୟ 1036 ଭାରତୀୟଙ୍କ ମଧ୍ୟରୁ 552 ଜଣଙ୍କୁ ଯୋଧପୁର ଏବଂ 484 ଜଣଙ୍କୁ ଆର୍ମୀ ୱେଲନେସ ସେଣ୍ଟରରେ ରଖା ଯାଇଛି। (ଏଜେନ୍ସି)