Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରବାସୀ ଭାରତୀୟଙ୍କ ପାଇଁ ଓମ୍ଫେଡ୍ ପକ୍ଷରୁ ବ୍ୟାପକ ଆୟୋଜନ
ଆଜିର ଖବର

ପ୍ରବାସୀ ଭାରତୀୟଙ୍କ ପାଇଁ ଓମ୍ଫେଡ୍ ପକ୍ଷରୁ ବ୍ୟାପକ ଆୟୋଜନ

January 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମଙ୍ଗଳବାରଠାରୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ-2025। ଏହି ଉତ୍ସବ ଦୀର୍ଘ 3 ଦିନ ଧରି ଚାଲିବ। 140 ଦେଶରୁ ଆସୁଥିବା ପ୍ରାୟ 7 ହଜାର ପ୍ରବାସୀ ଭାରତୀୟ ରାଜଧାନୀ ଭୁବନେଶ୍ୱରରେ ରହିବେ। ସେହି ପ୍ରବାସୀ ଭାରତୀୟଙ୍କ ପାଖରେ ଓମ୍ଫେଡ୍ ଉତ୍ପାଦ ପହଞ୍ଚାଇବା ପାଇଁ ଓମ୍ଫେଡ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଭାରତୀୟମାନଙ୍କୁ ଭୁବନେଶ୍ୱର, ପୁରୀ, କଟକ ଓ ଏହାର ଆଖପାଖ ଅଂଚଳରେ ଥିବା ବିଭିନ୍ନ ଦର୍ଶନୀୟସ୍ଥାନ ବୁଲାଇବାର ବ୍ୟବସ୍ଥା କରାଯାଇଛି।

ଯେଉଁ ଯେଉଁ ପର୍ଯ୍ୟଟନସ୍ଥଳଗୁଡିକୁ ପ୍ରବାସୀ ଭାରତୀୟମାନେ ଯିବେ, ସେହିସବୁ ସ୍ଥାନରେ ଓମ୍ଫେଡ୍ ଉତ୍ପାଦ ପ୍ରଦର୍ଶନ କରିବା ସହ ବିକ୍ରି ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ସମେତ ପୁରୀ ଓ କଟରେ ଓମ୍ଫେଡ୍ ପକ୍ଷରୁ ମୋଟ 21ଟି ଷ୍ଟଲ ଖୋଲାଯାଇଛି। ସେଥିମଧ୍ୟରୁ ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି, ମୁକ୍ତେଶ୍ୱର ମନ୍ଦିର, ରାଜାରାଣୀ ମନ୍ଦିର ପ୍ରାଙ୍ଗଣ, କଳାଭୂମି, ନନ୍ଦନକାନନ ଇତ୍ୟାଦି।

ସେହିପରି ପୁରୀର ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପାଖ, ସାତପଡା, କୋଣାର୍କ, ରାମଚଣ୍ଡୀଙ୍କ ମନ୍ଦିର ପାଖ, ରଘୁରାଜପୁର, ବ୍ଲୁ ଫ୍ଲାଗ ବିଚ୍। କଟକ ଓ ଯାଜପୁର ଜିଲ୍ଲାର ମାରିଟାଇମ ମ୍ୟୁଜିୟମ ଏବଂ ସିଲଭର ସିଟି ବୋଟ୍ କ୍ଲବ।

ଏହା ବ୍ୟତୀତ ଏକାମ୍ର ଉତ୍ସବ ଅବସରରେ ମଧୁସୂଦନ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ, ଫରେଷ୍ଟ ପାର୍କ ଏବଂ ଏପିଜେ ଅବଦୁଲ୍ କାଲାମ ପାର୍କରେ ପ୍ରଦର୍ଶନୀ ସହ ବିକ୍ରି ପାଇଁ ଷ୍ଟଲ ଖୋଲାଯାଇଅଛି।

ସେହିପରି ଆଦିବାସୀ ମେଳା ପାଇଁ ୟୁନିଟ୍-1 ପ୍ରଦର୍ଶନୀ ପଡିଆରେ ମଧ୍ୟ ଓମ୍ଫେଡ୍ ନିଜର ଷ୍ଟଲ ଖୋଲି ସେଠାରେ ପ୍ରଦର୍ଶନୀ ସହ ବିକ୍ରି କରିବା ପାଇଁ ବ୍ୟବସ୍ଥା କରିଅଛି।

ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇବା ସହ ତାଙ୍କ ନିକଟରେ ଓଡିଆ ଅସ୍ମିତାର ପ୍ରତୀକ ଓମ୍ଫେଡ୍ ର ପ୍ରତ୍ୟେକ ଉତ୍ପାଦ ପହଞ୍ଚାଇବା ପାଇଁ ଆମେ ପ୍ରୟାସ କରିଛୁ ବୋଲି କହିଛନ୍ତି ଓମ୍ଫେଡ୍ ର ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ।

ଓମ୍‌ଫେଡ୍‌ ପ୍ରଦର୍ଶନୀ ପଡିଆ ପ୍ରବାସୀ ଭାରତୀୟ ବିଜୟ ଅମୃତା କୁଲାଙ୍ଗେ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁନିଟ୍-୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ପରେ ବିଏମ୍‌ସି ଓ ବିଡିଏର ମିଳିତ ଉଚ୍ଛେଦ ଅଭିଯାନ

September 11, 2026

ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ, ବଦଳିଲେ ପୂର୍ବତନ ଥାନା ଅଧିକାରୀ

September 11, 2026

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026
Latest News

ୟୁନିଟ୍-୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ପରେ ବିଏମ୍‌ସି ଓ ବିଡିଏର ମିଳିତ ଉଚ୍ଛେଦ ଅଭିଯାନ

September 11, 2026

ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ, ବଦଳିଲେ ପୂର୍ବତନ ଥାନା ଅଧିକାରୀ

September 11, 2026

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.