ସର୍ବଭାରତୀୟସ୍ତରରେ ପ୍ରାୟ 20 କୋଟି ପ୍ରବାସୀ କାମ କରୁଛନ୍ତି : ସୁବ୍ରତ ବାଗ୍‌ଚୀ

Published: May 9, 2020, 9:02 pm IST

ଭୁବନେଶ୍ୱର:  ଶ୍ରମିକ ଏବଂ ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି କୋଭିଡ-19 ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ସେ କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ପ୍ରାୟ 20 କୋଟି ପ୍ରବାସୀ କାମ କରୁଛନ୍ତି। ସେହିପରି ବାର ଲକ୍ଷ ସତୁରୀ ହଜାର ଲୋକ ବାହାର ରାଜ୍ୟରେ କାମ କରୁଥିବାବେଳେ ଓଡ଼ିଶାକୁ ବାହାର ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ 60 ହଜାର ପ୍ରବାସୀ ଆସିଛନ୍ତି ବୋଲି ବାଗ୍‌ଚୀ କହିଛନ୍ତି।

ଭାରତର 100ଟି ପରିବାର ମଧ୍ୟରୁ 16ଟି ପରିବାର ବାହାରକୁ ଯାଇଥା’ନ୍ତି ବୋଲି ବାଗ୍‌ଚୀ କହିଛନ୍ତି । ପ୍ରାୟ 92 ପ୍ରତିଶତ ଅଣସଂଗଠିତ କ୍ଷେତ୍ରରେ କାମ କରନ୍ତି। ପ୍ରତିଟି ଲୋକର ରାଜ୍ୟକୁ ଫେରିବାର ଆଇନଗତ ଅଧିକାର ରହିଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ କାହାକୁ ବାହାରେ ଅଟକ ରଖାଯାଇପାରିବ ନାହିଁ ବୋଲି କହିଛନ୍ତି ବାଗ୍‌ଚୀ।

ପ୍ରଥମ ତିନୋଟି ପର୍ଯ୍ୟାୟରେ ରାଜ୍ୟବାସୀ ତ୍ୟାଗ ଓ ଧେର୍ଯ୍ୟ ଦେଖାଇଥିବାବେଳେ ଚତୁର୍ଥ ପର୍ଯ୍ୟାୟ ଲଢେଇ ବ୍ୟୁହଭେଦର ପର୍ଯ୍ୟାୟ। ଏହି ସମୟରେ  ପ୍ରବାସୀଙ୍କୁ 28 ଦିନର ତ୍ୟାଗ ସ୍ବୀକାର କରିବାକୁ ହେବ ବୋଲି ବାଗ୍‌ଚୀ କହିଛନ୍ତି।

Related posts