Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛାତ୍ର ନେତା ଓ କର୍ମୀଙ୍କୁ ଝାରପଡ଼ା ଜେଲରେ ଭେଟିଲେ ଓଡ଼ିଶା ପ୍ରଭାରୀ ଓ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ
ଆଜିର ଖବର

ଛାତ୍ର ନେତା ଓ କର୍ମୀଙ୍କୁ ଝାରପଡ଼ା ଜେଲରେ ଭେଟିଲେ ଓଡ଼ିଶା ପ୍ରଭାରୀ ଓ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ

April 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Congress33
ଛାତ୍ର ନେତା ଓ କର୍ମୀଙ୍କୁ ଝାରପଡ଼ା ଜେଲରେ ଭେଟିଲେ ଓଡ଼ିଶା ପ୍ରଭାରୀ ଓ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ

ଭୁବନେଶ୍ବର: ଗତ ୨୭ ତାରିଖ ଦିନ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଘଟଣାରେ ଅଗଣତାନ୍ତ୍ରିକ ଭାବେ ପୋଲିସ ଦ୍ୱାରା ଗିରଫ ହୋଇ ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଥ‌ିବା କଂଗ୍ରେସ କର୍ମୀ ଓ ଛାତ୍ର ନେତା ମିର୍ଜା ଇସଲାମ ବେଗ, ଚନ୍ଦନ ସାହୁ, ଆସିଫ ଖାନ, ବିଜୟ ସାହୁ ଓ ପ୍ରତୀକ ଦାସଙ୍କୁ ଆଜି ଭେଟିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଶ୍ରୀ ଅଜୟ କୁମାର ଲଢ଼ୁ ।

ଶ୍ରୀଯୁକ୍ତ ଲଲ୍ଲୁଙ୍କ ସହ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରି, ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ, ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ସେମାନଙ୍କୁ ଜେଲ ଭିତରେ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ।

ସେମାନଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଓଡ଼ିଶା ପ୍ରଭାରୀ ଶ୍ରୀ ଲଲ୍କୁ କହିଥିଲେ ଯେ ଜେଲରେ ଥିବା ଛାତ୍ର ନେତା ଓ କର୍ମୀଙ୍କ ମନୋବଳ ବୃଦ୍ଧି କରିବା ସହ ସେମାନଙ୍କୁ ସାତ୍ତ୍ବନା ଦେଇଥୁଲୁ । ରାଜ୍ୟରେ ୬୪ ହଜାରରୁ ଅଧୂକ ମହିଳା ଓ ଶିଶୁ ନିଖୋଜ, ଛାତ୍ରାବାସରେ ରହୁଥ‌ିବା ଷଷ୍ଠ, ସପ୍ତମ ଶ୍ରେଣୀ ପଢୁଥ‌ିବା ଛାତ୍ରୀ ଗର୍ଭବତୀ ହେବା ବହୁ ମହିଳା ନିର୍ଯ୍ୟାତିତ ଓ ଧର୍ଷଣର ଶିକାର ହେବା ଘଟଣା ଘଟିଛି ।

ମା’ ମାଉସୀ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ନେଇ ମାର୍ଚ୍ଚ ୨୭ ତାରିଖ ଦିନ ପ୍ରଦେଶ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହିତ ଚାଲିଥିବା ବେଳେ ଅମାନୁଷିକ ଭାବେ ଆମକୁ ପୋଲିସ ଲାଠି ପ୍ରହାର, ପାଣିମାଡ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥୁଲା ଯାହାଦ୍ୱାରା କି ଆମର ଅନେକ ନେତୃବୃନ୍ଦ ଓ କର୍ମୀ ଗୁରୁତ୍ବର ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏପରିକି ଅନେକଙ୍କ ହାତ ଭାଙ୍ଗିଥିଲା, ଗୋଡ଼ ଭାଙ୍ଗିଥିଲା ଏବଂ ମୁଣ୍ଡ ବି ଫାଟିଥିଲା କିନ୍ତୁ ପୋଲିସ ୫ ହଜାର କଂଗ୍ରେସ କର୍ମୀଙ୍କ ନାମରେ କେସ କରି ଅଗଣତାନ୍ତ୍ରିକ ଭାବେ ୫ ଜଣଙ୍କୁ ଗିରଫ କରି ଜେଲରେ ପୁରାଇଛି। ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଆମେ ଏବଂ ଆମର କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଡରିଯିବା ଲୋକ ନୁହନ୍ତି। ମହିଳାଙ୍କୁ ନ୍ୟାୟ , ସୁରକ୍ଷା ଦାବିରେ ଏବଂ ସରକାରଙ୍କ ଅନ୍ୟାୟ ,ଅତ୍ୟାଚାର ଓ ଦୁର୍ନୀତି ବିରୁଦ୍ଧରେ ଆମ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ଲଲୁ ପ୍ରକାଶ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ସୁଧାଂଶୁ ଦେଓ,ମନୋଜ ସିଂ, ହିମାଂଶୁ ଲେଙ୍କା, ପ୍ରକାଶ ଜେନା, ପ୍ରଦୀପ ମହାପାତ୍ର, ମନୋଜ ବିଶ୍ଵାଳ, ପ୍ରଶାନ୍ତ ଶତପଥୀ, ବିଜୟାନନ୍ଦ ଚାଉଳିଆ, ନିରଞ୍ଜନ ନାୟକ, ଅମରେଶ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Congress କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଦିଲ୍ଲୀ-ଗୁଜରାଟ ମ୍ୟାଚ୍‌ରେ ବର୍ଷା ଆଶଙ୍କା!: ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ

April 8, 2026

ତୁଷାରପାତ ଯୋଗୁଁ ବଦ୍ରିନାଥ ଏବଂ ହେମକୁଣ୍ଡ ସାହିବରେ ପ୍ରବଳ ଥଣ୍ଡା

April 8, 2026

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତିକୁ ସ୍ୱାଗତ କଲା ଭାରତ

April 8, 2026

ଗଞ୍ଜାମରେ ଦୁଇ ଦିନିଆ ଆନ୍ତର୍ଜ୍ୟାତୀୟ କର୍ମଶାଳା

April 8, 2026
Latest News

ପୁଣି ଦିଲ୍ଲୀ-ଗୁଜରାଟ ମ୍ୟାଚ୍‌ରେ ବର୍ଷା ଆଶଙ୍କା!: ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ

April 8, 2026

ତୁଷାରପାତ ଯୋଗୁଁ ବଦ୍ରିନାଥ ଏବଂ ହେମକୁଣ୍ଡ ସାହିବରେ ପ୍ରବଳ ଥଣ୍ଡା

April 8, 2026

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତିକୁ ସ୍ୱାଗତ କଲା ଭାରତ

April 8, 2026

ଗଞ୍ଜାମରେ ଦୁଇ ଦିନିଆ ଆନ୍ତର୍ଜ୍ୟାତୀୟ କର୍ମଶାଳା

April 8, 2026

ପାକିସ୍ତାନ ନୁହେଁ ଯୁଦ୍ଧବିରତିର ପ୍ରକୃତ ଖେଳାଳି ଚୀନ?: ବଡ଼ ସଂକେତ ଦେଲେ ଟ୍ରମ୍ପ

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.