Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଖଦି ଓ  ଗ୍ରାମୋଦ୍ୟୋଗ ଆୟୋଗର ନୂତନ ରେକର୍ଡ
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଖଦି ଓ  ଗ୍ରାମୋଦ୍ୟୋଗ ଆୟୋଗର ନୂତନ ରେକର୍ଡ

April 23, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ ଆତ୍ମନିର୍ଭରଶୀଳତାର ଭାବନାକୁ ସଶକ୍ତ କରୁଥିବା ଖଦି ଓ  ଗ୍ରାମୋଦ୍ୟୋଗ କ୍ଷେତ୍ର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତିଶୀଳ ନେତୃତ୍ୱ ଓ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରଣାଳୟର ମାର୍ଗଦର୍ଶନରେ ଗତ ୧୧  ବର୍ଷ ମଧ୍ୟରେ କେବଳ ନୂତନ ଶିଖର ଛୁଇଁନାହିଁ , ବରଂ କୋଟି କୋଟି ଗ୍ରାମବାସୀଙ୍କ ଜୀବନରେ ଆଶାର ନୂତନ ଆଲୋକ ମଧ୍ୟ ଆଣିଛି।  ପୂଜ୍ୟ ବାପୁଙ୍କ  ଐତିହ୍ୟ ଖଦି, କେବଳ ଏକ କପଡ଼ା ନୁହେଁ ବରଂ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ପ୍ରତୀକ ପାଲଟିଛି। ସୋମବାର ଦିନ ନୂଆଦିଲ୍ଲୀର ରାଜଘାଟ ସ୍ଥିତ କାର୍ଯ୍ୟାଳୟରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ ମନୋଜ କୁମାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଖଦି ଏବଂ ଗ୍ରାମୋଦ୍ୟୋଗର ଅସ୍ଥାୟୀ ତଥ୍ୟ ଜାରି କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କେଭିଆଇସି ୨୦୨୪-୨୫ ଆର୍ଥିକ ବର୍ଷରେ ଉତ୍ପାଦନ, ବିକ୍ରୟ ଏବଂ ନୂତନ ନିଯୁକ୍ତି ସୃଷ୍ଟିର ଏକ ନୂତନ ରେକର୍ଡ ସ୍ଥାପନ କରିଛି। ଗତ ୧୧  ବର୍ଷ ମଧ୍ୟରେ, ବିକ୍ରୟରେ ୪୪୭  ପ୍ରତିଶତ, ଉତ୍ପାଦନରେ ୩୪୭  ପ୍ରତିଶତ ଏବଂ ନିଯୁକ୍ତି ସୃଷ୍ଟିରେ ୪୯.୨୩ ପ୍ରତିଶତ ବୃଦ୍ଧି ଘଟିଛି। ସେ କହିଛନ୍ତି ଯେ, ୨୦୨୩-୨୪ ଆର୍ଥିକ ବର୍ଷରେ, ୨୦୧୩-୧୪ ତୁଳନାରେ ବିକ୍ରୟରେ ୩୯୯.୬୯ % ଏବଂ ଉତ୍ପାଦନରେ ୩୧୪.୭୯ % ର ବୃଦ୍ଧି ଘଟିଛି।

ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ ମନୋଜ କୁମାର ପୁନଶ୍ଚ କହିଛନ୍ତି ଯେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ ର ଏହି ଐତିହାସିକ ସଫଳତା ବର୍ଷ ୨୦୪୭  ସୁଦ୍ଧା ‘ବିକଶିତ ଭାରତ’ର ସଂକଳ୍ପକୁ ସାକାର କରିବା ଏବଂ ଭାରତ ର ଅର୍ଥନୀତି  ବ୍ୟବସ୍ଥାକୁ ବିଶ୍ୱର ତୃତୀୟ ସ୍ଥାନ ରେ ପହଞ୍ଚାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଅଟେ। ସେ ଏହି ଐତିହାସିକ ସଫଳତା ପାଇଁ ପୂଜ୍ୟ ବାପୁଙ୍କ  ପ୍ରେରଣା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି, ଏମଏସଏମଇ ମନ୍ତ୍ରଣାଳୟର ମାର୍ଗଦର୍ଶନ ଏବଂ ଦେଶର ଦୁର୍ଗମ ଗ୍ରାମାଞ୍ଚଳରେ କାମ କରୁଥିବା କୋଟି କୋଟି କାରିଗରଙ୍କ ଅକ୍ଳାନ୍ତ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି। ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ର ଅଧ୍ୟକ୍ଷ କହିଛନ୍ତି ଯେ ୨୦୧୩-୧୪ ଆର୍ଥିକ ବର୍ଷରେ ଖଦି ଓ  ଗ୍ରାମୋଦ୍ୟୋଗ ଉତ୍ପାଦର ଉତ୍ପାଦନ ୨୬୧୦୯.୦୭ କୋଟି ଟଙ୍କା ଥିଲା, ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ପ୍ରାୟ ଚାରି ଗୁଣ ବୃଦ୍ଧି ପାଇ ୧୧୬୫୯୯.୭୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ୩୪୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୩-୧୪ ଆର୍ଥିକ ବର୍ଷରେ ବିକ୍ରୟ ୩୧୧୫୪.୧୯ କୋଟି ଟଙ୍କା ଥିଲା, କିନ୍ତୁ ଏହା ୪୪୭ ପ୍ରତିଶତର ଅଭୂତପୂର୍ବ ଅଭିବୃଦ୍ଧି ସହିତ ପ୍ରାୟ ପାଞ୍ଚ ଗୁଣ ବୃଦ୍ଧି ପାଇ ୨୦୨୪-୨୫ ଆର୍ଥିକ ବର୍ଷରେ ୧୭୦୫୫୧.୩୭ କୋଟି ଟଙ୍କାରେ ପହଞ୍ଚିଛି , ଯାହା ଏପର୍ଯ୍ୟନ୍ତ ସର୍ବାଧିକ ବିକ୍ରୟ ରେକର୍ଡ।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଗତ ୧୧ ବର୍ଷ ମଧ୍ୟରେ ଖଦି ପୋଷାକ ଉତ୍ପାଦନରେ ମଧ୍ୟ ଅଭୂତପୂର୍ବ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ୨୦୧୩-୧୪ ଆର୍ଥିକ ବର୍ଷରେ ଖଦି ପୋଷାକ ଉତ୍ପାଦନ ୮୧୧.୦୮ କୋଟି ଟଙ୍କା ଥିଲା ବେଳେ, ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ୩୬୬ ପ୍ରତିଶତ ବୃଦ୍ଧି ପାଇ ସାଢ଼େ ଚାରି ଗୁଣ ବୃଦ୍ଧି ପାଇ ୩୭୮୩.୩୬ କୋଟି ଟଙ୍କାରେ ପହଞ୍ଚିଛି , ଯାହା ଏପର୍ଯ୍ୟନ୍ତ ସର୍ବୋତ୍ତମ ପ୍ରଦର୍ଶନ। ଖଦି ପୋଷାକ ବିକ୍ରୟରେ ମଧ୍ୟ ଏକ ବିରାଟ ବୃଦ୍ଧି ଘଟିଛି। ୨୦୧୩-୧୪ ଆର୍ଥିକ ବର୍ଷରେ ଏହାର ବିକ୍ରୟ ମାତ୍ର ୧୦୮୧.୦୪ କୋଟି ଟଙ୍କା ଥିଲା ବେଳେ, ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ପ୍ରାୟ ସାଢ଼େ ଛଅ ଗୁଣ ବୃଦ୍ଧି ପାଇ ୭୧୪୫.୬୧ କୋଟି ଟଙ୍କାରେ ପହଞ୍ଚିଛି ଯାହା ୫୬୧ ପ୍ରତିଶତ ବୃଦ୍ଧି ପାଇଛି। ସେ ପୁନର୍ବାର କହିଛନ୍ତି ଯେ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ  ଏକ ବୃହତ ମଞ୍ଚରୁ ଖଦିର ପ୍ରଚାର ଦ୍ବାରା  ଖଦି ପୋଷାକର  ବିକ୍ରୟ ଉପରେ ଏକ ବଡ଼ ପ୍ରଭାବ ପକାଇଛି।

ଖଦି ଓ  ଗ୍ରାମୋଦ୍ୟୋଗ ଆୟୋଗ ର ମୁଖ୍ୟ ଉଦ୍ଦେଶ୍ୟ ସମ୍ବନ୍ଧରେ  ସେ କହିଥିଲେ ଯେ,  କେଭିଆଇସି ର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ସର୍ବାଧିକ ନିଯୁକ୍ତି ର ସୁଯୋଗ ସୃଷ୍ଟି  କରିବା। ଏହି କ୍ଷେତ୍ରରେ ମଧ୍ୟ  କେଭିଆଇସି ଗତ ୧୧ ବର୍ଷ ମଧ୍ୟରେ ଏକ ରେକର୍ଡ ସ୍ଥାପନ କରିଛି। ୨୦୧୩-୧୪ ଆର୍ଥିକ ବର୍ଷରେ କ୍ରମାଗତ ନିଯୁକ୍ତି ୧.୩୦ କୋଟି ଥିଲା ବେଳେ ୨୦୨୪-୨୫ ରେ ଏହା ୪୯.୨୩ ପ୍ରତିଶତ ବୃଦ୍ଧି ସହିତ ୧.୯୪ କୋଟିକୁ ବୃଦ୍ଧି ପାଇଛି।

ନୂଆଦିଲ୍ଲୀର ଖଦି ଏବଂ ଗ୍ରାମୋଦ୍ୟୋଗ ଭବନର ବ୍ୟବସାୟରେ ମଧ୍ୟ ଅଭୂତପୂର୍ବ ବୃଦ୍ଧି ଘଟିଛି। ୨୦୧୩-୧୪ ଆର୍ଥିକ ବର୍ଷରେ ଭବନର ବ୍ୟବସାୟ ୫୧.୦୨ କୋଟି ଟଙ୍କା ଥିଲା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ପ୍ରାୟ ୨  ଗୁଣ ବୃଦ୍ଧି ପାଇ ୧୧୦.୦୧ କୋଟି ଟଙ୍କାରେ ପହଞ୍ଚିଛି, ଯାହା ୧୧୫  ପ୍ରତିଶତ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ (ପିଏମଇଜିପି) ଯୋଜନା ଆରମ୍ଭ ହେବା ପରଠାରୁ , ମୋଟ ୧୦୧୮୧୮୫  ୟୁନିଟ୍ ପ୍ରତିଷ୍ଠା କରାଯାଇଛି, ଯାହା ପାଇଁ ଭାରତ ସରକାର ୭୩୩୪୮.୩୯ କୋଟି ଟଙ୍କାର ଋଣ ବିପକ୍ଷ ରେ  ୨୭୧୬୬.୦୭ କୋଟି ଟଙ୍କାର ମାର୍ଜିନ୍ ମନି ସବସିଡି ବଣ୍ଟନ କରିଛନ୍ତି। ଏପର୍ଯ୍ୟନ୍ତ ୯୦,୦୪,୫୪୧ ଜଣ ଲୋକ ପିଏମଇଜିପି ମାଧ୍ୟମରେ ନିଯୁକ୍ତି ପାଇଛନ୍ତି।

ସେ କହିଛନ୍ତି ଯେ ଗ୍ରାମୋଦ୍ୟୋଗ ବିକାଶ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ରୋଜଗାର  ପ୍ରଦାନ କରିବା ଲକ୍ଷ୍ୟରେ, କେଭିଆଇସି ଆର୍ଥିକ ବର୍ଷ ୨୦୨୧-୨୨ ରେ ୨୫.୬୫ କୋଟି ଟଙ୍କାର ବଜେଟକୁ ୧୩୪  ପ୍ରତିଶତ ବୃଦ୍ଧି କରି ୨୦୨୫-୨୬  ଆର୍ଥିକ ବର୍ଷପାଇଁ  ୬୦  କୋଟି ଟଙ୍କା କରିଛି। ଗ୍ରାମୋଦ୍ୟୋଗ ବିକାଶ ଯୋଜନା ଯୋଜନାରେ ଏପର୍ଯ୍ୟନ୍ତ ୩୯୨୪୪  ବୈଦ୍ୟୁତିକ କୁମ୍ଭାର ଚକ, ୨୨୭୦୪୯  ମହୁମାଛି ବାକ୍ସ ଏବଂ ମହୁ କଲୋନୀ, ୨୩୪୪  ସ୍ୱୟଂଚାଳିତ ଏବଂ ପେଡାଲ-ଚାଳିତ ଧୂପକାଠି ଉତ୍ପାଦନ ମେସିନ୍, ୭୭୩୫  ପାଦୁକା ନିର୍ମାଣ ଏବଂ ମରାମତି ଟୁଲକିଟ୍, ୯୬୪  କାଗଜ ପ୍ଲେଟ୍ ଏବଂ ଦୋନା  ଉତ୍ପାଦନ ମେସିନ୍, ୩୪୯୪  ଏସି, ମୋବାଇଲ୍, ସିଲାଇ, ଇଲେକ୍ଟ୍ରିସିଆନ୍, ପ୍ଲମ୍ବର ଟୁଲକିଟ୍, ୪୫୫୫ ଟର୍ନକାଠ , ବର୍ଜ୍ୟକାଠ ହସ୍ତଶିଳ୍ପ, କାଠ ଖେଳଣା ତିଆରି ମେସିନ୍ ସହିତ ୨୩୬୭ ତାଳ ଗୁଡ଼ , ତେଲ ଘାନି ଏବଂ ତେନ୍ତୁଳି ପ୍ରକ୍ରିୟାକରଣ ମେସିନ୍ ବଣ୍ଟନ କରାଯାଇଛି। ଯଦି ଆମେ ଗତ ତିନୋଟି ଆର୍ଥିକ ବର୍ଷ ବିଷୟରେ ଆଲୋଚନା କରିବା, ତେବେ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୨୨୨୮୪  ମେସିନ୍ ଏବଂ ଉପକରଣ, ୨୦୨୩-୨୪ ଆର୍ଥିକ ବର୍ଷରେ ୨୯୮୫୪  ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ସର୍ବାଧିକ ୩୭୨୧୮  ମେସିନ୍ ଏବଂ ଉପକରଣ ବଣ୍ଟନ କରାଯାଇଥିଲା। ଗ୍ରାମୋଦ୍ୟୋଗ ବିକାଶ ଯୋଜନା ଅଧୀନରେ, କେଭିଆଇସି ଏପର୍ଯ୍ୟନ୍ତ ମୋଟ ୨୮୭୭୫୨  ମେସିନ୍, ଟୁଲକିଟ୍ ଏବଂ ଉପକରଣ ବଣ୍ଟନ କରି ଆତ୍ମନିର୍ଭରଶୀଳ ଭାରତ ଗଠନରେ ଏକ ମହତ୍ୱପୂର୍ଣ ଯୋଗଦାନ ଦେଇଛି।

ମହିଳା ସଶକ୍ତିକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଷୟରେ ସେ ଆହୁରି କହିଛନ୍ତି ଯେ ଗତ ୧୦  ବର୍ଷ ମଧ୍ୟରେ କେଭିଆଇସିର ୧୮ ଟି ବିଭାଗୀୟ ଏବଂ ୧୭ ଟି ଅଣ-ବିଭାଗୀୟ ତାଲିମ କେନ୍ଦ୍ର ମାଧ୍ୟମରେ ୭,୪୩,୯୦୪ ଜଣ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯାଇଛି, ଯେଉଁଥିରୁ ୫୭.୪୫ ପ୍ରତିଶତ ଅର୍ଥାତ୍ ୪,୨୭,୩୯୪ ଜଣ ମହିଳା। ଏହା ବ୍ୟତୀତ ୫  ଲକ୍ଷ ଖଦି କାରିଗରଙ୍କ ମଧ୍ୟରୁ ୮୦  ପ୍ରତିଶତ ମଧ୍ୟ ମହିଳା। ଗତ ୧୧  ବର୍ଷ ମଧ୍ୟରେ, ଖଦି କାରିଗରଙ୍କ ମଜୁରୀ ୨୭୫  ପ୍ରତିଶତ ବୃଦ୍ଧି ପାଇଛି ଯେତେବେଳେ ଗତ ତିନି ବର୍ଷ ମଧ୍ୟରେ ଏହା ୧୦୦  ପ୍ରତିଶତ ବୃଦ୍ଧି ପାଇଛି।

ଆତ୍ମନିର୍ଭରଶୀଳତା କେଭିଆଇସି ଖଦି ଓ ଗ୍ରାମୋଦ୍ୟୋଗ କାରବାର ନରେନ୍ଦ୍ର ମୋଦୀ ନୂତନ ରେକର୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.