ପୋଲ ନିକଟରୁ ଯୁବକଙ୍କ ମୃତ ଉଦ୍ଧାର, ପଥର ଛେଚି ହତ୍ୟା ସନ୍ଦେହ

Published: Apr 23, 2025, 12:27 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପାଟପୁର ଥାନା ଅର୍ନ୍ତଗତ ସାମନ୍ତରାୟ ପୁର ଗ୍ରାମର ହୀନ ପାତ୍ର ନାମକ ଜଣେ ଯୁବକ ର ଶବକୁ ପରିବାର ଲୋକେ ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ରାମଚନ୍ଦ୍ର ପୁର ପୋଲ ନିକଟରୁ ଉଦ୍ଧାର କରି ପୋଲିସ କୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ଓ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

ସୁଚନା ଅନୁଯାୟୀ ମୃତ ହୀନ କୌଣସି କାମରେ ବ୍ରହ୍ମପୁର ଯାଇ ରାତି ସୁଦ୍ଧା ଘରକୁ ଫେରି ନଥିଲେ। ଗତକାଲି ସକାଳେ ହୀନ ଚଳାଉଥିବା ମୋଟରସାଇକେଲ ଓ ତା’ର ଶବକୁ ଦେଖି ପରିବାର ଲୋକଙ୍କୁ ଖବର ଜଣାଇଥିଲେ। ଖବର ପାଇ ପରିବାର ଲୋକେ ମୃତ ହୀନ ର ମୁହଁ ଓ ଶରୀରରେ ଆଘାତ ଲାଗିଥିବା ଦେଖିଲା ପରେ ପୋଲିସ କୁ ସୁଚନା ଦେଇଥିଲେ।

Related posts