Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ନାବାଳକ ଅଟକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ନିକଟରେ ୨୧ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ୩ ନାବାଳକଙ୍କୁ ପୋଲିସ ଅଟକ ରଖିଛି।

ସୂଚନା ଅନୁଯାୟୀ, ପାଟପୁର ଥାନା ପୋଲିସ ଏସ୍ ଆଇ ମିଲନ୍ ପ୍ରଧାନ ସଦଳବଳେ ପେଟ୍ରୋଲିଂ କରୁଥିବା ସମୟରେ ତପ୍ତପାଣି ନିକଟରେ ସନ୍ଦେହ ଜନକ ଭାବେ ୩ ନାବାଳକଙ୍କୁ ଅଟକାଇଥିଲା। ୨ ଟି ମୋଟରସାଇକେଲକୁ ଅଟକାଇ ଯାଞ୍ଚ କରିବା ପରେ ସେମାନେ ଧରିଥିବା ୨ ଟି ବ୍ୟାଗ୍ ରୁ ୨୧ କିଲୋ ଗଞ୍ଜେଇ ଜବତ କରିଥିଲା। ଅଟକ ୩ ନାବାଳକଙ୍କୁ ପୋଲିସ ବାଳସୁଧାର ଗୃହକୁ ପଠାଇଦେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପାନ ଦୋକାନରୁ ୧୫ ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, ଜଣେ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ପାଟପୁର ଥାନା ଅନ୍ତର୍ଗତ ପୋଡାମାରୀ ନିକଟ ବତାଗୁଡା ଗ୍ରାମର ଏକ ଛୋଟ ପାନ ଦୋକାନ ଉପରେ ଅତର୍କିତ ଚଢ଼ାଉ କରି ପାଟପୁର ପୋଲିସ ୭୨.୮୦୦ ଗ୍ରାମ ଗଞ୍ଜେଇ ଜବତ୍ କରିଛି। ଏହା ସହ ପାନ ଦୋକାନୀ ପାଣ୍ଡବ ପ୍ରଧାନଙ୍କୁ ୫୭୩/୨୩ , ଓ ଏନ୍ ଡି ପି ଏସ୍ ଆଇନ ଅନୁଯାୟୀ ଗିରଫ କରି ବ୍ରହ୍ମପୁର ଜିଲ୍ଲା ଅଦାଲତକୁ ଚାଲାଣ କରିଛି।

ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା। ଯାହାର ପରିମାଣ ୭୨.୮୦୦ ଗ୍ରାମ ବୋଲି ଜଣାପଡିଛି ଓ ଏହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀଙ୍କ ଠାରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତପ୍ତପାଣି କେନାଲରୁ ଉଦ୍ଧାର ମୃତ ଦେହ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ସୁନା ଅଳଙ୍କାର ଜବତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ପାଟପୁର ଥାନା ଅନ୍ତର୍ଗତ ପୁଡାମାରୀ ଚଷା ସାହିର ବିବାହିତା ମହିଳା ନିଖୋଜ ଓ ପରେ ତପ୍ତପାଣି କେନାଲରୁ ତାଙ୍କର ମୃତ ଦେହ ଉଦ୍ଧାର ପରେ ମାମଲା ରୁଜୁ ହୋଇଥିଲା। ଘଟଣାକୁ ଗୁରୁତର ସହ ନେଇ ସଙ୍ଗୀତାଙ୍କ ବାପା ଙ୍କର ଅଭିଯୋଗକୁ ଭିତ୍ତି କରି ପୋଲିସ ଆସ୍କା ଏସ୍ ଡି ପି ଓ ଉମାଶଙ୍କର ସିଂ ଙ୍କ ନେତୃତ୍ଵରେ ବିଭିନ୍ନ ସ୍ଥାନରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଏହା ସହ ସଙ୍ଗୀତା ପିନ୍ଧିଥିବା ସୁନା ଅଳଙ୍କାର ମାଟିରେ ପୋତା ଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଛି। ଯଦି ଆଉ କାହାର ସମ୍ପର୍କ ଜଣାପଡ଼ିବ, ତେବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ ପ୍ରକାଶ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିଖୋଜ ମହିଳାଙ୍କ ଶବ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ଗ୍ରାମର ସଙ୍ଗୀତା ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କର ଶବ ଉଷ୍ମ ପ୍ରବଣ ତପ୍ତପାଣି ନିକଟସ୍ଥ ଏକ କେନାଲରୁ ଉଦ୍ଧାର ହୋଇଛି। ବିବାହିତା ମହିଳା ସଙ୍ଗୀତା ଗତ ୩ ବର୍ଷ ତଳେ ପାଟପୁର ଥାନା ଅନ୍ତର୍ଗତ ନରସିଂହ ଗଡ଼ରେ ବାହା ହୋଇଥିଲେ। କୌଣସି କାରଣରୁ ସେ ସ୍ବାମୀଙ୍କ ଠାରୁ ଛାଡ଼ପତ୍ର ହୋଇ ପୁଡାମାରି ବାପା ଘରେ ରହୁଥିଲେ। କିନ୍ତୁ ହଠାତ୍ ଗତ ୩ ତାରିଖରୁ ଘରୁ କେଉଁ ଆଡେ ଚାଲିଯାଇଥିଲା।

ଏହି ପରିପ୍ରେକ୍ଷୀରେ ବାପା ପାଟପୁର ଥାନାରେ ଏକ ଅଭିଯୋଗ ଦାଖଲ କରିଥିଲେ। ଗତ କାଲି କିଛି ଚାଷୀ ଲୋକ ଜମିରେ ପାଣି ମଡାଇବା ପାଇଁ ଉକ୍ତ ସ୍ଥାନକୁ ଯାଇଥିବା ବେଳେ ବହୁତ ଦୁର୍ଗନ୍ଧ ହୋଇଥିଲା। ଖୋଜିବା ବେଳକୁ ପାଣି ଭିତରେ ଜଣେ ମହିଳା ମୁହଁ ମାଡି ରହିଛି ଓ ତା ଉପରେ ପଥର ମଡ଼ା ଯାଇଛି।

ଏହି ଖବର ଗାଁ ଲୋକେ ଜାଣିଲା ପରେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ସକାଶେ ପଠାଇବା ଡାକ୍ତରଖାନାକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟ ପକ୍ଷରେ ସଙ୍ଗୀତା ପିନ୍ଧିଥିବା ସୁନା ଅଳଙ୍କାର ତାଙ୍କ ଦେହରେ ନାହିଁ ଓ ଏହି ଲୋଭରେ କେହି ତାଙ୍କୁ ହତ୍ୟା କରି ପଥର ମଡାଇ ଚାଲିଯାଇଛନ୍ତି ବୋଲି ପୋଲିସ ନିକଟରେ ତାଙ୍କ ବାପା ଅଭିଯୋଗ କରିଛନ୍ତି। ଏତଲା ନଂ ୫୦୦/୨୩ ଅନୁଯାୟୀ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିପୁଳ ପରିମାଣର ଗଞ୍ଜେଇ ଜବତ୍, ବିହାରୀ ଡ଼୍ରାଇଭର ଅଟକ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ପାଟପୁର ଥାନା ଏସ୍ ଆଇ ଶ୍ରୀନିବାସ ଦାସ ଥାନାର ଅନ୍ୟ କର୍ମଚାରୀଙ୍କ ସହ ପାଟ୍ରୋଲିଂ କରୁଥିବା ସମୟରେ ପୁଡାମାରୀ ରାଜନାପଲୀ ରାସ୍ତାରେ ବିହାର ରାଜ୍ୟର ରେଜିଷ୍ଟ୍ରେସନ ଏକ ମାଲବାହୀ ଟ୍ରକକୁ ଅଟକାଇ ପଚରାଉଚୁରା କରିଥିଲେ। ଡ଼୍ରାଇଭର ମଧୁସୂଦନ ସିଂ ର କଥାରେ ସନ୍ଦେହ ଲାଗିବାରୁ ଗାଡ଼ିର ମାଲ ବସ୍ତା ଗୁଡ଼ିକ ତଳକୁ ଓହ୍ଲେଇ ଯାଞ୍ଚ କରିବା ବେଳକୁ ଉପରେ ଦୋଭଜା ଓ ଭିତରେ ୧୭ ବସ୍ତା ଗଞ୍ଜେଇ ମିଳିଥିଲା।

ଏହି ଘଟଣା ବିଷୟରେ ଏସ୍ ଆଇ ଶ୍ରୀନିବାସ ଦାସ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶନାରେ ପାଟପୁର ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞେଇ ଓଜନ କରିଥିଲେ। ଯାହାର ପରିମାଣ ୫ ଶହ ୭୯ କିଲୋ ୫୦୦ ଗ୍ରାମ୍ ଜଣାପଡିଛି। ଆଜି ଗଞେଇ ଓ ଗାଡ଼ି କୁ ଜବତ କରିବା ସହ ଡ଼୍ରାଇଭର ମଧୁସୂଦନ କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲିି ଥାନା ସୁତ୍ରରୁ ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ମଦ ବିରୋଧି ଆନ୍ଦୋଳନ: ଟାୟାର ଜାଳି ରାସ୍ତା ଅବରୋଧ କଲେ ଗ୍ରାମବାସୀ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଅଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡି ଗ୍ରାମର ଶହଶହ ବାସୀନ୍ଦା ଆଜି ମଦ ବିରୋଧି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ସୁଚନା ଥାଉକି ଗାଁରେ ବ୍ୟାପକ ମଦ କାରବାରକୁ ନେଇ ଗ୍ରାମବାସୀଙ୍କ ତରଫରୁ ନିଜ ଅଞ୍ଚଳର ଥାନା ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ପାଟପୁର ହିଞ୍ଜିଳି ମୁଖ୍ୟ ରାସ୍ତାରେ ଶହଶହ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଓ କ୍ଷୋଭ ପ୍ରକାଶ କରିଛନ୍ତି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା କୁ କରିବା ସହ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଛନ୍ତି।