Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାଇୱା ଗାଡ଼ି ଧକ୍କାରେ ଦୁଇ ଶଗଡ଼ିଆଙ୍କ ମୃତ୍ୟୁ
ଆଜିର ଖବର

ହାଇୱା ଗାଡ଼ି ଧକ୍କାରେ ଦୁଇ ଶଗଡ଼ିଆଙ୍କ ମୃତ୍ୟୁ

June 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ହାଇୱା ଗାଡ଼ି ଧକ୍କାରେ ଦୁଇ ଶଗଡ଼ିଆଙ୍କ ମୃତ୍ୟୁ
ହାଇୱା ଗାଡ଼ି ଧକ୍କାରେ ଦୁଇ ଶଗଡ଼ିଆଙ୍କ ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପାଟପୁର ଥାନା ଅନ୍ତର୍ଗତ ପାଇକ ଜଗନ୍ନାଥ ପୁର ଗ୍ରାମ ନିକଟରେ ଗୋଟିଏ ବାଲି ବୋଝେଇ ହାଇୱା ଟ୍ରକ୍ ଧକ୍କାରେ ଦୁଇ ଶଗଡ଼ିଆ ନାଥ ଯେନା ଓ ବିଜୟ ଗୌଡଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କ ଘର ନିକଟସ୍ଥ ପ୍ରତାପ ଗିରି ଓ ଉଭୟେ ରତନେଇ ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ଗାଁକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଗ୍ରାମବାସୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ନାଥ ମୃତ୍ୟୁବରଣ କରିଥିଲାବେଳେ ଗୁରୁତର ଅବସ୍ଥାରେ ବିଜୟଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସା ସମୟରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଟ୍ରକ୍ ଓ ଶଗଡ଼କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଦୁଇ ବନ୍ଧୁଙ୍କ ମୃତ୍ୟୁ ଘଟଣାରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଦୁଇ ଶଗଡ଼ିଆଙ୍କ ମୃତ୍ୟୁ ପାଟପୁର ଥାନା ହାଇୱ। ଗାଡ଼ି ଧକ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ଗଣ୍ଠିବାତ ନିରାକରଣ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

July 6, 2026

ବାଙ୍କିପୁରରୁ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ହେବେ କି ପ୍ରଶାନ୍ତ କିଶୋର?: ସ୍ପଷ୍ଟ କଲେ ଆରଜେଡି, କଂଗ୍ରେସ

July 6, 2026

ପଶ୍ଚିମବଙ୍ଗରେ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ପିଟିପିଟି ହତ୍ୟା: ବସ୍ତାରୁ ମିଳିଥିଲା ନାବାଳିକାର ମୃତଦେହ

July 6, 2026

ରାମ ମନ୍ଦିର ଟ୍ରଷ୍ଟ ବୈଠକ ପୂର୍ବରୁ ଚମ୍ପତ ରାୟଙ୍କଠାରୁ କାଢ଼ିନିଆଗଲା ଏହି କ୍ଷମତା

July 6, 2026
Latest News

ଗଣ୍ଠିବାତ ନିରାକରଣ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

July 6, 2026

ବାଙ୍କିପୁରରୁ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ହେବେ କି ପ୍ରଶାନ୍ତ କିଶୋର?: ସ୍ପଷ୍ଟ କଲେ ଆରଜେଡି, କଂଗ୍ରେସ

July 6, 2026

ପଶ୍ଚିମବଙ୍ଗରେ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ପିଟିପିଟି ହତ୍ୟା: ବସ୍ତାରୁ ମିଳିଥିଲା ନାବାଳିକାର ମୃତଦେହ

July 6, 2026

ରାମ ମନ୍ଦିର ଟ୍ରଷ୍ଟ ବୈଠକ ପୂର୍ବରୁ ଚମ୍ପତ ରାୟଙ୍କଠାରୁ କାଢ଼ିନିଆଗଲା ଏହି କ୍ଷମତା

July 6, 2026

ବଙ୍ଗଳାର ତିନୋଟି ରାଜ୍ୟସଭା ଆସନ ପାଇଁ ଏହି ତାରିଖରେ ହେବ ନିର୍ବାଚନ

July 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.