Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ-ସାଉଦି ଆରବ ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗଦାନ
ଆଜିର ଖବର

ଭାରତ-ସାଉଦି ଆରବ ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗଦାନ

April 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚଳିତବର୍ଷ ଏପ୍ରିଲ ୨୨ ତାରିଖରେ ସାଉଦି ଆରବ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜେଦାହ ରୟାଲ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ସାଉଦି କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନ।

ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲ (ଏସପିସି)ରେ ଯୋଗ ଦେଇଛନ୍ତି। ତେବେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାଉଦି ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ସଲମାନ କଡା ଭାଷାରେ ନିନ୍ଦା କରିଛନ୍ତି। ଏହି ବୈଠକରେ ଆତଙ୍କବାଦକୁ ମୂଳପୋଛ କରିବାକୁ ଦୁଇ ଦେଶର ନେତା ରାଜି ହୋଇଛନ୍ତି।

ନୂଆଦିଲ୍ଲୀରେ ସେପ୍ଟେମ୍ବର ୨୦୨୩ ରେ ଏସପିସିର ବୈଠକ ପରଠାରୁ ହୋଇଥିବା ଅଗ୍ରଗତି ନେଇ ଦୁଇ ନେତା ସମୀକ୍ଷା କରିଥିଲେ। ପୂର୍ବରୁ ଦୁଇ ଦେଶ ଭିତରେ ମନ୍ତ୍ରୀସ୍ତରୀୟ ଆଲୋଚନା ସହ ଉଚ୍ଚସ୍ତରୀୟ ବୈଠକ ସଫଳତାର ସହ ସରିଥିବା କୁହାଯାଇଛି। ଊର୍ଜା, ପ୍ରତିରକ୍ଷା, ବାଣିଜ୍ୟ, ପ୍ରଯୁକ୍ତି ବିଦ୍ୟା, ସଂସ୍କୃତି ପରି ବିଭିନ୍ନ କ୍ଷେତ୍ରରେ ଏହାରି ଭିତରେ ଦୁଇ ଦେଶ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଥିବା ସୂଚନା ଦିଆଯାଇଛି। ସାଉଦିରେ ଭାରତୀୟ ସମୁଦାୟଙ୍କ ଅଗ୍ରଗତି ପାଇଁ ସମ୍ପୃକ୍ତ ସରକାର ଅନେକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପ୍ରତିପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସେହିପରି ଭାରତୀୟ ହଜ ତୀର୍ଥଯାତ୍ରୀଙ୍କ ପାଇଁ ସାଉଦି ସରକାରଙ୍କ ସହଯୋଗକୁ ମଧ୍ୟ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ।

ପୁଞ୍ଜି ନିବେଶ କ୍ଷେତ୍ରରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ ଟାସ୍କ ଫୋର୍ସର ଅଗ୍ରଗତିକୁ ଦୁଇ ନେତା ଉଚ୍ଚ ପ୍ରଶଂସା କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଭାରତରେ ପ୍ରାୟ ଶହେ ବିଲିୟନ ଆମେରିକୀୟ ଡଲାର ପୁଞ୍ଜି ନିବେଶ କରିବା ପାଇଁ ସାଉଦି ଦେଇଥିବା ପ୍ରତିଶ୍ରୁତି ଅନୁସାରେ କାମ ଜାରି ରହିଥିବା ନେଇ ଦୁଇ ନେତା ଖୁସି ପ୍ରକଟ କରିଥିଲେ। ଊର୍ଜା, ଫାର୍ମାସିଟ୍ୟୁକାଲ, ପେଟ୍ରୋକେମିକାଲ୍ସ, ଟେଲି କମ୍ୟୁନିକେସନ, ସ୍ୱାସ୍ଥ୍ୟ ପରି ଅନେକ କ୍ଷେତ୍ରରେ ଭାରତରେ ସାଉଦି ଆରବ ପୁଞ୍ଜି ନିବେଶ କରିଛି।

ଏହି ପରିପ୍ରେକ୍ଷୀରେ ଭାରତବର୍ଷରେ ଦୁଇଟି ରିଫାଇନାରୀ ନିର୍ମାଣ କରିବାକୁ ହୋଇଥିବା ଚୁକ୍ତିନାମାକୁ ଦୁଇ ନେତା ସ୍ୱାଗତ କରିଥିଲେ। ତେବେ ଏନେଇ ଟ୍ୟାକ୍ସ କାରବାର ଉପରେ ବି ଅଗ୍ରଗତି ହୋଇଥିବା କୁହାଯାଇଛି। ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରଚଳିତ କରେନ୍ସି ମାଧ୍ୟମରେ କାରବାର କରିବାକୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରସ୍ତାବ ଦେଇଥିଲେ।

ଭାରତ-ମଧ୍ୟ ପ୍ରାଚ୍ୟ ୟୁରୋପ ଇକୋନୋମିକ କରିଡର (ଆଇଏମଇଇସି) ସମ୍ପର୍କରେ ଦୁଇ ନେତା ବିସ୍ତୃତ ଭାବେ ବି ଆଲୋଚନା କରିଛନ୍ତି। ଆଂଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ବି ଦୁଇ ନେତା ବିଶଦ ଭାବେ ଆଲୋଚନା କରିଥିବା ସୂଚନା ମିଳିଛି।

ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲର ଦୁଇ ସବ କମିଟିର ଅଗ୍ରଗତି ନେଇ ଦୁଇ ନେତା ଖୁସି ପ୍ରକଟ କରିଛନ୍ତି। ରାଜନୀତି, ନିରାପତା, ସାମାଜିକ ଓ ସାଂସ୍କୃତିକ ସହଯୋଗ ନେଇ ଗଠିତ କମିଟି ଓ ଅର୍ଥନୀତି-ପୁଞ୍ଜିନିବେଶ କମିଟି ଏବଂ ଯୁଗ୍ମ ଟାସ୍କ ଫୋର୍ସର କାର୍ଯ୍ୟକାରିତା ନେଇ ଦୁଇ ନେତା ଖୁବ ଆଶାବାଦୀ ରହିଥିବା କହିଛନ୍ତି।

ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲ ଅଧୀନରେ ଆଉ ଦୁଇ ସବ କମିଟି ଗଠନ କରାଯାଇଥିବା ସୂଚନା ଦିଆଯାଇଛି। ଗଠିତ ହୋଇଥିବା ପ୍ରତିରକ୍ଷା ସହଯୋଗ ମନ୍ତ୍ରୀସ୍ତରୀୟ କମିଟି ଏବଂ ପର୍ଯ୍ୟଟନ ଓ ସାଂସ୍କୃତିକ ସହଯୋଗ ମନ୍ତ୍ରୀସ୍ତରୀୟ କମିଟି ଦୁଇ ଦେଶ ଭିତରେ ରହିଥିବା ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଦୁଇ ନେତା ଖୁବ ଆଶାବାଦୀ ରହିଥିବା କହିଛନ୍ତି।

ମହାକାଶ, ସ୍ୱାସ୍ଥ୍ୟ, କ୍ରୀଡା ଓ ପୋଷ୍ଟାଲ ପରି ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ଭିତରେ ଚାରିଟି ରାଜିନାମା ସ୍ୱାକ୍ଷରିତ ହୋଇଛି । ଆଗାମୀ ଦିନରେ ଭାରତରେ ହେବାକୁ ଥିବା ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲର ତୃତୀୟ ବୈଠକରେ ଯୋଗ ଦେବାକୁ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆମନ୍ତ୍ରଣ ଜଣାଇଛନ୍ତି।

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ମୋଦୀ ଭାରତ ସାଉଦି ଆରବ
Share. Facebook Twitter LinkedIn Email WhatsApp Copy Link

Related Posts

ଓଲା ଏବଂ ବଜାଜକୁ ପଛରେ ପକାଇଲା ଟିଭିଏସ୍, ବିକ୍ରିରେ ଆଇକ୍ୟୁବ୍ ହେଲା ଦେଶର ନମ୍ବର-୧ ଇଭି ସ୍କୁଟର

December 13, 2025

କୋଲକାତା ଷ୍ଟାଡିୟମରେ ଚେୟାର ଏବଂ ବୋତଲ ଫିଙ୍ଗିଲେ ମେସି ପ୍ରଶଂସକ: କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ମମତା

December 13, 2025

ICC ରେକର୍ଡରେ ସାମିଲ ହେଲା ନାହିଁ ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ୧୭୧ ରନ୍: ଜାଣନ୍ତୁ କାରଣ

December 13, 2025

ପାକିସ୍ତାନ ବିଶ୍ୱବିଦ୍ୟାଳୟରେ ପଢ଼ାଯିବ ମହାଭାରତ ଏବଂ ଗୀତା, ପ୍ରଥମ ଥର ପାଇଁ ସଂସ୍କୃତ ଅଧ୍ୟୟନ ଆରମ୍ଭ

December 13, 2025
Latest News

ଓଲା ଏବଂ ବଜାଜକୁ ପଛରେ ପକାଇଲା ଟିଭିଏସ୍, ବିକ୍ରିରେ ଆଇକ୍ୟୁବ୍ ହେଲା ଦେଶର ନମ୍ବର-୧ ଇଭି ସ୍କୁଟର

December 13, 2025

କୋଲକାତା ଷ୍ଟାଡିୟମରେ ଚେୟାର ଏବଂ ବୋତଲ ଫିଙ୍ଗିଲେ ମେସି ପ୍ରଶଂସକ: କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ମମତା

December 13, 2025

ICC ରେକର୍ଡରେ ସାମିଲ ହେଲା ନାହିଁ ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ୧୭୧ ରନ୍: ଜାଣନ୍ତୁ କାରଣ

December 13, 2025

ପାକିସ୍ତାନ ବିଶ୍ୱବିଦ୍ୟାଳୟରେ ପଢ଼ାଯିବ ମହାଭାରତ ଏବଂ ଗୀତା, ପ୍ରଥମ ଥର ପାଇଁ ସଂସ୍କୃତ ଅଧ୍ୟୟନ ଆରମ୍ଭ

December 13, 2025

ଭାରତ ଗସ୍ତରେ ଲିଓନେଲ୍ ମେସି: କିମ୍ବଦନ୍ତୀ ଫୁଟବଲ୍ ଖେଳାଳିଙ୍କୁ ଭେଟିବେ ରାହୁଲ ଗାନ୍ଧୀ ଏବଂ ଶାହରୁଖ ଖାନ

December 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.