Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏପ୍ରିଲ ୨୭ ତାରିଖ ସନ୍ଧ୍ୟା ୬.୩୦ରେ ଜୀ ସାର୍ଥକରେ ପ୍ରସାରଣ ହେବ ନୂଆ ଫିଲ୍ମ ‘ସୁନାନାକୀ ବୋହୁ’
ଆଜିର ଖବର

ଏପ୍ରିଲ ୨୭ ତାରିଖ ସନ୍ଧ୍ୟା ୬.୩୦ରେ ଜୀ ସାର୍ଥକରେ ପ୍ରସାରଣ ହେବ ନୂଆ ଫିଲ୍ମ ‘ସୁନାନାକୀ ବୋହୁ’

April 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ନିଚ୍ଛକ ଓ ବାସ୍ତବବାଦୀ ଚଳଚିତ୍ର ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ। ଯାହାପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା।

ଆଗକୁ ଏମିତି ଏକ ମୌଳିକ ବିଷୟବସ୍ତୁ ସହ ରିଲିଜ ହେବାକୁ ଯାଉଛି ଓଡିଆ ଚଳଚିତ୍ର ‘ସୁନାନାକୀ ବୋହୁ’। ଯାହାର ପ୍ରଯୋଜକ ଉମେଶ ପଟ୍ଟନାୟକ ଓ ନିର୍ଦ୍ଦେଶକ ରହିଛନ୍ତି ମୃତ୍ୟୁଞ୍ଜୟ ସାହୁ। ସଂଗୀତ ଦେଇଛନ୍ତି ବୈଦ୍ୟନାଥ ଦାସ, କାହାଣୀ ଓ ସଂଳାପ ରଚନା କରିଛନ୍ତି ପ୍ରିୟବ୍ରତ ପଣ୍ଡା। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ ,ଉମାକାନ୍ତ ନାୟକ,ନିହାର ପ୍ରିୟାଶିଷ୍ ଓ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା,ଅର୍ପିତା ଚୈଧୁରୀ,ଚିରାଗଦିପ୍ ପଣ୍ଡା। ଏହା ଏପ୍ରିଲ ୨୭ ତାରିଖ ସନ୍ଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି।

ଚଳଚିତ୍ରର କାହାଣୀ ଆରମ୍ଭ ହୋଇଛି ଦୁଇଟି ଗାଁ ମଧୁପୁର ଓ ଯଦୁପୁରରୁ । ଦୁଇ ଗାଁ ମଧ୍ୟରେ ଏକ ପୁରୁଣା ବିବାଦ ଲାଗିରହିଛି ଯେ ପ୍ରତୈକ ପଣା ସଂକ୍ରାନ୍ତିରେ ନିଜର ପବିତ୍ର ଦେବତାଙ୍କୁ ଆତିଥ୍ୟ ଦେବାପାଇଁ ଉଭୟ ଗାଁ ମଧ୍ୟରେ ଲାଗେ ପ୍ରତିଯୋଗିତାର ସଂଘର୍ଷ ଓ ୪ ବର୍ଷ ହେବ ଯଦୁପୁର ଗାଁର ଜଣେ ଏହି ପ୍ରତିଯୋଗିତାକୁ ଏକତରଫା ଜିତି ଆସୁଛି , କିନ୍ତୁ ଚଳିତ ବର୍ଷ ମଧୁପୁର ଗାଁର ଜଣେ ସାହାସୀ ମହିଳା ରଘୁର ଏହି ବିଜୟ ରଥକୁ ରୋକି ଏହି ଚକ୍ରକୁ ଭାଙ୍ଗିବାରେ ଦୃଢ଼ ପ୍ରତିଜ୍ଞାବଦ୍ଧ। ପ୍ରତିଯୋଗିତା ପାଇଁ ଉତ୍ତେଜନା ଖୁବ ବୃଦ୍ଧି ପାଇବା ସମୟରେ ପୁରା ମଧୁପୁର ଚିନ୍ତାରେ। କିନ୍ତୁ ଭାଗ୍ୟର ଅଜବ ସଂଯୋଗ ଏକ ମିଥ୍ୟା ଅପବାଦକୁ ରୋକିବାପାଇଁ ଦୁଇ ପ୍ରତିଯୋଗୀଙ୍କ ସମ୍ପର୍କରେ ଆସେ ପରିବର୍ତ୍ତନ।

ତେବେ କ’ଣ ଏହି ପରିବର୍ତନ? ଦୀର୍ଘ ଦିନର ଶତ୍ରୁତାକୁ କଣ ଠିକ କରାଯାଇପାରିବ ଯାହା ସିନେମା ଦେଖିଲେ ହିଁ ଜଣାପଡିବ। ଏମିତି ଏକ ପ୍ରେମ, ତ୍ୟାଗ, ପରମ୍ପରା ଓ ସାହସିକାତାର କାହାଣୀ ‘ସୁନାନାକୀ ବୋହୁ’ ଯାହା ଏପ୍ରିଲ ୨୭ ତାରିଖ ସନ୍ଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି। ଯେଉଁଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ସାପଲିନ୍, ନିକିତା ମିଶ୍ର,ପୃଥ୍ୱୀରାଜ ନାୟକ ଓ ପୁଷ୍ପା ପଣ୍ଡା।

ତେବେ ଏହି ଚଳଚିତ୍ରର ଯାତ୍ରା ସହିତ ନିଜକୁ ସାମିଲ କରିବାକୁୟ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ।

ଏପ୍ରିଲ ୨୭ ତାରିଖ ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

PM Modi Speech in Odia: ମୟୁରଭଂଜରେ ପ୍ରଧାନମନ୍ତ୍ରୀ ମୋଦି କଣ କହିଲେ, ପଢନ୍ତୁ ପୁରା ଭାଷଣ

June 20, 2026

ମିଳିଲାନି ରକ୍ତ, ଚାଲିଗଲା ୫ ବର୍ଷୀୟ ଶିଶୁପୁତ୍ରର ଜୀବନ : ଧର୍ମଗଡ ହସ୍ପିଟାଲରେ ଉତ୍ତେଜନା

June 20, 2026

ଜୁଲାଇ ୧ରୁ ସରକାରୀ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଚେତାବନୀ, ସମୂହ ଇସ୍ତଫା ପାଇଁ ପ୍ରସ୍ତୁତ OMSA

June 20, 2026

ହନୁମାନ ମନ୍ଦିରରେ ବଡ଼ ଦୁର୍ଘଟଣା: ଛାତ ଭୁଷୁଡି ୭ ମୃତ, ଉଦ୍ଧାର କାର୍ଯ୍ୟ

June 20, 2026
Latest News

PM Modi Speech in Odia: ମୟୁରଭଂଜରେ ପ୍ରଧାନମନ୍ତ୍ରୀ ମୋଦି କଣ କହିଲେ, ପଢନ୍ତୁ ପୁରା ଭାଷଣ

June 20, 2026

ମିଳିଲାନି ରକ୍ତ, ଚାଲିଗଲା ୫ ବର୍ଷୀୟ ଶିଶୁପୁତ୍ରର ଜୀବନ : ଧର୍ମଗଡ ହସ୍ପିଟାଲରେ ଉତ୍ତେଜନା

June 20, 2026

ଜୁଲାଇ ୧ରୁ ସରକାରୀ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଚେତାବନୀ, ସମୂହ ଇସ୍ତଫା ପାଇଁ ପ୍ରସ୍ତୁତ OMSA

June 20, 2026

ହନୁମାନ ମନ୍ଦିରରେ ବଡ଼ ଦୁର୍ଘଟଣା: ଛାତ ଭୁଷୁଡି ୭ ମୃତ, ଉଦ୍ଧାର କାର୍ଯ୍ୟ

June 20, 2026

ସୋଆ ଆଭିଏସ୍‌ଏଏଚ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କ କର୍ମାଭିମୁଖୀ ଆଲୋଚନାଚକ୍ର ଆୟୋଜିତ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.